Categories: ଜାତୀୟ

୩ ଦିନରେ ନିର୍ବାଚନ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କର

ନୂଆଦିଲ୍ଲୀ, ୧୯ା୮ : ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନ ଲାଗି ୩ ଦିନ ମଧ୍ୟରେ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିବାକୁ ନିର୍ବାଚନ କମିଶନ ମଙ୍ଗଳବାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମହାମାରୀ କରୋନା ସମୟରେ ଠିକ୍‌ଭାବେ ଯେମିତି ମତଦାନ କରାଯାଇପାରିବ, ସେଥିଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ସେ କହିଛନ୍ତି। ଏଥିସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ପ୍ରଚାର, ମତଦାନ ଲାଗି ପରିସ୍ଥିତିକୁ ଦେଖି ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share