Posted inଖେଳ

ଦେବବ୍ରତ, ଶୁଭମ୍‌, ଅଭିଷେକଙ୍କ ଅର୍ଦ୍ଧଶତକ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବିକାଶ ଗ୍ରାଉଣ୍ଡରେ ଚାଲିଥିବା ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବଡ଼ ସ୍କୋର ସହ ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ଶାନ୍ତନୁ ମିଶ୍ରଙ୍କ ପରେ ଅଭିଷେକ ରାଉତ, ଦେବବ୍ରତ ପ୍ରଧାନ ଓ ଶୁଭମ୍‌ ନାୟକଙ୍କ ଅର୍ଦ୍ଧଶତକ ସହାୟତାରେ ଓଡ଼ିଶା ଦଳ ପ୍ରଥମ ଇନିଂସରେ ୪୫୭ ରନ ସଂଗ୍ରହ କରିଛି। ଜବାବରେ ବୁଧବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସ ଆରମ୍ଭ କରିଥିବା ବରୋଦା ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ କୌଣସି ଉଇକେଟ ନ ହରାଇ ୭୭ ରନ କରିଛି। ଦୁଇ ଓପନର ଜ୍ୟୋସ୍ନିଲ ସିଂ ୪୩ ଓ ପ୍ରତ୍ୟୁଷ କୁମାର ୩୧ ରନରେ ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିବସରେ ୨ ଶତକୀୟ ଭାଗୀଦାରି
ମଙ୍ଗଳବାର ପ୍ରଥମ ଦିବସରେ ଶାନ୍ତନୁ ଓ ଶୁଭ୍ରାଂଶୁ ଯେପରି ବ୍ୟାଟିଂ କରି ଓଡ଼ିଶାର ସମ୍ମାନ ରଖିଥିଲେ ବୁଧବାର ଦ୍ୱିତୀୟ ଦିବସରେ ଅଭିଷେକ, ରାଜେଶ ଧୂପର, ଦେବବ୍ରତ ଓ ଶୁଭମ୍‌ ତାହାର ପୁନରାବୃତ୍ତି କରି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଶାନ୍ତନୁ ଓ ଶୁଭ୍ରାଂଶୁ ଦ୍ୱିତୀୟ ଉଇକେଟରେ ୧୦୬ ରନ ଯୋଡ଼ି ଓଡ଼ିଶାକୁ ସଙ୍କଟ ସ୍ଥିତିରୁ ଉଦ୍ଧାର କରିଥିବାବେଳେ ଅଭିଷେକ ଓ ରାଜେଶ ୬ଷ୍ଠ ଉଇକେଟରେ ୧୦୧ ଏବଂ ଦେବବ୍ରତ ଓ ଶୁଭମ୍‌ ୯ମ ଉଇକେଟରେ ୧୬୧ ରନର ଭାଗୀଦାରି ଗଢ଼ି ଦଳ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛନ୍ତି। ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୧୪/୫ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଆଉ ୭୭ ରନ ଯୋଗ ହେବା ପରେ ଧୂପରଙ୍କ ଉଇକେଟ ହରାଇଥିଲା। ଧୂପର ୪ ଚୌକା ଓ ୧ ଛକା ସହାୟତାରେ ୩୯ ରନ ସଂଗ୍ରହ କରିଥିଲେ। ଅଭିଷେକ ରାଉତ ୭୦ (୮୦ ବଲ, ୧୦ ଚୌକା, ୨ ଛକା) ରନକରି ଆଉଟ ହୋଇଥିବାବେଳେ ଦେବବ୍ରତ ଶତକର ନିକଟତର ହୋଇଥିଲେ ହେଁ ଅଳ୍ପକେ ହାତଛଡ଼ା କରିଥିଲେ। ସେ ୧୪୭ ବଲ୍‌ରୁ ୬ ଚୌକା ଓ ୪ ଛକା ସହାୟତାରେ ୮୯ ରନ କରିଥିବାବେଳେ ଭାର୍ଗବ ଭଟ୍ଟଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ଶୁଭମ୍‌ଙ୍କ ଅର୍ଦ୍ଧଶତକ ଦର୍ଶନୀୟ ଥିଲା। ଏହା ଓଡ଼ିଶା ଇନିଂସରେ ଉଷ୍ମତା ଭରିଥିଲା। ୧୦ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମ୍‌ ୧୩୮ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ ଚୌକା ସହାୟତାରେ ୮୨ ରନକରି ପ୍ରତିପକ୍ଷ ବୋଲରଙ୍କୁ ନିରାଶ କରିଥିଲେ।
ରଥଭାଙ୍କୁ ୫ ଉଇକେଟ
ଆତ୍ମବିଶ୍ୱାସର ସହ ଖେଳିଥିବା ଶୁଭମ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ବରୋଦା ବାମହାତୀ ସ୍ପିନର ନିନାଦ ରଥଭା ଏହି ଇନିଂସରେ ୫ ଉଇକେଟ ପୂରଣ କରିଥିଲେ। ଏହାଥିଲା ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ସଫଳତା। ପୂର୍ବରୁ ୨୦୧୭ରେ ସେ ଓଡ଼ିଶା ବିପକ୍ଷରେ କ୍ୟାରିୟରର ଏକମାତ୍ର ରଣଜୀ ମ୍ୟାଚ ଖେଳି ୪୯ ରନ ବିନିମୟରେ ଗୋଟିଏ ଉଇକେଟ ପାଇଥିଲେ। ଭଦୋଦରାରେ ଅନୁଷ୍ଠିତ ଏହି ମ୍ୟାଚରେ ସେ ଶତକ (୧୧୫ ରନ) ମଧ୍ୟ ହାସଲ କରିଥିଲେ। ତେଣୁ ଓଡ଼ିଶା ବିପକ୍ଷରେ ତାଙ୍କର ଭଲ ପ୍ରଦର୍ଶନ ଜାରି ରହିଛି। ଅନ୍ୟମାନଙ୍କ ମଧ୍ୟରେ ଭାର୍ଗବ ଭଟ୍ଟ ୩ଟି ଓ ଲୁକମାନ ମେରିଓ୍ବାଲା ୨ଟି ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ (୧୫୪.୨ ଓଭର) ୪୫୭/ଅଲ୍‌ଆଉଟ (ଦେବବ୍ରତ ପ୍ରଧାନ-୮୯, ଶୁଭମ୍‌ ନାୟକ-୮୨, ଅଭିଷେକ ରାଉତ-୭୦, ଶାନ୍ତନୁ ମିଶ୍ର-୬୧, ଶୁଭ୍ରାଂଶୁ ସେନାପତି-୫୨, ନିନାଦ ରଥଭା-୫/୧୦୬, ଭାର୍ଗବ ଭଟ୍ଟ-୩/୧୧୬, ଲୁକମାନ ମେରୀଓ୍ବାଲା-୨/୮୪)। ବରୋଦା ପ୍ରଥମ ଇନିଂସ (୨୫ ଓଭର): ୭୭/୦ (ଜ୍ୟୋସ୍ନିଲ ସିଂ-୪୩*, ପ୍ରତ୍ୟୁଷ କୁମାର-୩୧*)।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri