ଦେବଦେବ ମହାଦେବ

ଅଲେଖ ଚନ୍ଦ୍ର ମିଶ୍ର

 

ଦେବତାଙ୍କର ଦେବତା ସେ ମହାନ୍‌ ଦେବତା, ତେଣୁ ତାଙ୍କ ନାମ ଦେବଦେବ ମହାଦେବ। ସେ ସକଳ ଦେବଦେବୀଙ୍କର ପିତୃତୁଲ୍ୟ। କାରଣ ସୃଷ୍ଟିର ବହୁ ପୂର୍ବରୁ ଏକମାତ୍ର ବିରାଜିତ ଥିବା ଆଦିମାତାଙ୍କର ପତି ସେ। ଏ ବିଷୟରେ ବିସ୍ତୃତ ବର୍ଣ୍ଣନା ଯଶୋବନ୍ତ ଦାସଙ୍କ ରଚିତ ବ୍ରହ୍ମଗୀତାରେ କରାଯାଇଛି, ଯାହାର ସଂକ୍ଷିପ୍ତ ସୂଚନା ଏହିପରି। ଆଦିଶକ୍ତି ଯୋଗମାୟାଙ୍କଠାରୁ ପ୍ରଥମେ ଜନ୍ମ ନେଇଥିଲେ ବ୍ରହ୍ମା, ବିଷ୍ଣୁ ଓ ଶିବ। ଜନ୍ମ ହେଲାପରେ ବ୍ରହ୍ମା ସୃଷ୍ଟି ପ୍ରକ୍ରିୟାରେ ଲାଗିପଡ଼ିଲେ, ବିଷ୍ଣୁ କ୍ରମେ ସର୍ବବ୍ୟାପୀ ହୋଇଗଲେ ଏବଂ ଶିବ ଯୋଗାସନରେ ନିମଗ୍ନ ରହିଲେ। ବହୁକାଳ ପରେ ସୃଷ୍ଟି ପ୍ରକ୍ରିୟାକୁ ଆଗେଇ ନେବାକୁ ଇଚ୍ଛାକରି ଯୋଗମାୟା ବାଳରୁଦ୍ରଙ୍କ ସହିତ ରତିକ୍ରୀଡ଼ା ରଚିଲେ। ଏହାଦେଖି ବ୍ରହ୍ମା ଓ ବିଷ୍ଣୁ ତାଙ୍କୁ ନିନ୍ଦା କରିବାରୁ ଯୋଗମାୟା ସେ ଦୁହିଁଙ୍କୁ ଅଭିଶାପ ଦେଲେ ଯେ ବ୍ରହ୍ମା ଅପୂଜ୍ୟ ରହିବେ ଓ ବିଷ୍ଣୁ ଯୁଗରୁ ଯୁଗ ଯୋନିରୁ ଜନ୍ମ ନେବେ। ଏହାପରେ ତିନିଭ୍ରାତା ନିଜକୁ ଗୁପ୍ତ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ବଳଭଦ୍ର(ଶିବ), ସୁଭଦ୍ରା(ବ୍ରହ୍ମା) ଓ ଜଗନ୍ନାଥ(ବିଷ୍ଣୁ) ରୂପରେ ଅବସ୍ଥାନ କଲେ। ଶୁଦ୍ରମୁନି ସାରଳାଦାସ ଶ୍ରୀଚଣ୍ଡୀ ପୁରାଣରେ ଲେଖିଛନ୍ତି,
‘ଜୟତୁ ଜୟତୁ ଦେବ ପରଂ ଯୋଗଭ୍ୟାସୀ
ଉଗ୍ରତାରା ଗରଭରୁ ଅଦ୍ଭୁତେ ପ୍ରକାଶି,
ମାତାଙ୍କୁ ହରିଲୁ ଚିହ୍ନି ନ ପାରିଣ ଭୋଳେ
ତେଣୁ ମହାଦେବ ନାମ ତୋର ରବିତଳେ।’
ମହାଦେବ ବି ପିତାଙ୍କ ଭଳି ସନ୍ତାନମାନଙ୍କ ପାଇଁ ସବୁକିଛି ତ୍ୟାଗ କରନ୍ତି, କାହାରିଠାରୁ କିଛି ପ୍ରତ୍ୟାଶା ରଖନ୍ତିନି। ବିପଦ ଆପଦରେ ସମସ୍ତଙ୍କୁ ରକ୍ଷାକରନ୍ତି। ସାଗର ମନ୍ଥନକାଳରେ ସର୍ପରାଜ ବାସୁକୀ ମୁଖନିଃସୃତ ହଳାହଳକୁ ଆକଣ୍ଠ ପାନକରି ସେ ପୃଥିବୀର ଜଳରାଶିକୁ ବିଷମୁକ୍ତ କରିଥିଲେ। ମହିଷାସୁରକୁ ବଧ କଲା ପରେ ଦେବୀ ଚାମୁଣ୍ଡା ରୂପରେ ତ୍ରିଭୁବନକୁ ଗ୍ରାସ କରିବା ପାଇଁ ଅଗ୍ରସର ହେଉଥିବା ବେଳେ ମହାପ୍ରଭୁ ମହେଶ୍ବର ହିଁ ତାଙ୍କ ପଥରୁଦ୍ଧ କରି ତ୍ରିପୁରବାସୀଙ୍କୁ ରକ୍ଷା କରିଥିଲେ। ସୁରଦୀର୍ଘିକା ଗଙ୍ଗାଙ୍କର ଧରାବତରଣ ସମୟରେ ତାଙ୍କର ଭୟଙ୍କର ସ୍ରୋତର ପତ୍ତନ ପୃଥିବୀକୁ ରସାତଳଗାମୀ କରିଦେବାର ଆଶଙ୍କା ଉପୁଜିଥିବା ବେଳେ ସେ ଗଙ୍ଗାଙ୍କୁ ନିଜ ଜଟାରେ ପତିତ ହେବାକୁ ଦେଇ ବିଶ୍ୱକୁ ଧଂସମୁଖରୁ ବଞ୍ଚେଇଥିଲେ। ଏଭଳି ଅନେକ ପ୍ରତିକୂଳ ପରିସ୍ଥିତିରେ ସେ ବିଶ୍ୱକୁ ରକ୍ଷାକରିଥିବାରୁ ତାଙ୍କର ଅନ୍ୟନାମ ବିଶ୍ୱନାଥ।
ମାର୍କଣ୍ଡେୟ ପୁରାଣର ବର୍ଣ୍ଣନା ଅନୁସାରେ ସ୍ବଳ୍ପାୟୁ ମାର୍କଣ୍ଡେୟ ଋଷିଙ୍କର ଆଦ୍ୟ ଯୌବନରେ ମୃତ୍ୟୁ ଲଭିବାର ଯୋଗଥିଲା। ଅକାଳ ମୃତ୍ୟୁରୁ ନିଜକୁ ବଞ୍ଚାଇବା ପାଇଁ ସମ୍ପୃକ୍ତ ଦିନର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସେ ଶିବଲିଙ୍ଗକୁ କୁଣ୍ଢେଇଧରି ଶିବପଞ୍ଚାକ୍ଷର ମନ୍ତ୍ର (ଓଁ ନମୋ ଶିବାୟ) ଜପିବାକୁ ଲାଗିଲେ। ତା’ ଭିତରେ ତାଙ୍କର ମୃତ୍ୟୁ ସମୟ ଆସିବାରୁ ଯମଦୂତମାନେ ତାଙ୍କୁ ନେବାକୁ ଆସି ତାଙ୍କର ସ୍ଥିତିକୁ ଦେଖି ହତାଶ ହୋଇ ଫେରିଗଲେ। ସେମାନେ ଜନ୍ତୁପତିଙ୍କ ନିକଟରେ ନିଜର ଅସାମର୍ଥ୍ୟ ପ୍ରକାଶ କରିବାରୁ ସୟଂ ଯମରାଜ ସେ ସ୍ଥାନକୁ ଆସିଲେ। ହେଲେ ଶିବଲିଙ୍ଗ ସହିତ ଆବଦ୍ଧ ମାର୍କଣ୍ଡେୟଙ୍କୁ ସ୍ପର୍ଶ କରିବାକୁ ସାହସ କରିପାରିଲେନି। ବାଧ୍ୟହୋଇ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ପ୍ରଭୁ ଶିବଙ୍କୁ ପ୍ରାର୍ଥନା କଲେ। ଶିବ ପ୍ରକଟ ହୋଇ କହିଲେ, ‘ଏ ବାଳକ ମୋ ସାନ୍ନିଧ୍ୟରେ ଥାଇ ମୋର ନାମ ସ୍ମରଣ କରୁଥିବାରୁ ମୃତ୍ୟୁର ଅତୀତ ହୋଇଯାଇଛି। ମୁଁ ତାକୁ ଏଇ ମୁହୂର୍ତ୍ତରେ ଅମର ବର ଦେଉଛି ’I ନିରୁପାୟ ହୋଇ ଦେବଦେବଙ୍କୁ ପ୍ରଣତି ଜଣାଇ ଯମରାଜ ବାହୁଡ଼ିଗଲେ ଏବଂ ମହର୍ଷି ମାର୍କଣ୍ଡେୟ ହୋଇଗଲେ ଚିରଞ୍ଜୀବୀ।
ଶିବ ଉପାସନାର ପବିତ୍ର ତିଥିରେ ସବୁରି ମନରେ ଉଦ୍ରେକ ହେଉ ଦେବଦେବଙ୍କର ଅମୃତ ବାଣୀ ‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ ଯାହା ସକଳ ପାପତାପରୁ ମୁକ୍ତିର ମାର୍ଗ ଦେଖାଏ।
ସାରଦାଶ୍ରୀ,୯୦୪, ଶାସ୍ତ୍ରୀନଗର, ୟୁନିଟ୍‌-୪, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri