Categories: ଜାତୀୟ

ଡେଟଲ ରଚିଲା ଇତିହାସ

ନୂଆଦିଲ୍ଲୀ,୨୯।୭: କରୋନା ଯୋଗୁ ଲୋକେ ଏବେ ନିଜ ହାତକୁ ପରିଷ୍କାର ରଖିବା ପାଇଁ ସାବୁନରେ ହାତ ଧୋଉଛନ୍ତି। ଫଳରେ ଭାରତୀୟ ସାବୁନ ବଜାରରେ ଅନେକ ପରିବର୍ତ୍ତନ ହୋଇଛି। ଏହି ସମୟରେ ଅନେକ ଭାରତୀୟ ଡେଟଲ ସାବୁନ ବ୍ୟବହାର କରୁଛନ୍ତି। ଫଳରେ ଏହି ସାବୁନର ଚାହିଦା ବଢିଛି। ପ୍ରଥମଥର ପାଇଁ ଡେଟଲ ସାବୁନ ବିକ୍ରିରେ ଲାଇଫ୍‌ବୟ ଏବଂ ଲକ୍ସକୁ ପଛରେ ପକାଇ ଦେଶର ନମ୍ବର ୧ ସାବୁନ ହୋଇପାରିଛି। ଗ୍ଲୋବାଲ ସେଲ୍‌ରେ ଡେଟଲ ସାବୁନ ୬୨ ପ୍ରତିଶତ ବୃଦ୍ଧି ପାଇଛି। ଡେଟଲ ଭାରତୀୟ ବଜାର ଶେୟାରରେ ୪୩୦ ବେସିସ ପଏଣ୍ଟ ବୃଦ୍ଧି ପାଇଛି। କରୋନା ସମୟରେ ହାତକୁ ଭଲ ଭାବେ ସାବୁନରେ ଧୋଇବା ପାଇଁ ପରାମର୍ଶ ଦିଆଯାଉଛି। ଫଳରେ ଡେଟଲ ଏବଂ ଲାଇପବୟ ଭଳି ସାବୁନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

Share