ମାଓବାଦୀଙ୍କ ବନ୍ଦ ଡାକରା: ଡେଟୋନେଟର ଲଗାଇ ରାସ୍ତାରେ ଗଛ ପକାଇ ଅବରୋଧ

ଭବାନୀପାଟଣା,୧୫।୫(ସ୍ବ.ପ୍ର.): ୧୨ ଦଫା ଦାବି ନେଇ କଳାହାଣ୍ଡି ଜିଲା ସମେତ ୬ ଜିଲାକୁ ସୋମବାର ଲାଲବାହିନୀ ବନ୍ଦ ଡ଼ାକରା ଦେଇଛନ୍ତି । ଏ ନେଇ ଗତ କିଛି ଦିନ ତଳେ ସିପିଆଇ ମାଓବାଦୀ ପ୍ରବକ୍ତା ଚକରା ବିଶୋଇଙ୍କ ଏକ ଅଡିଓ ବାର୍ତ୍ତା ଆସିଥିଲା। ଏପରିସ୍ଥଳେ
ସୋମବାର କଳାହାଣ୍ଡି ଜିଲା ଭବାନିପାଟଣା ସଦର ଥାନା ଅନ୍ତର୍ଗତ ସିର୍ଲିଗୁଡା ଓ କିଟପଦର ନୀଳଗିରି ବଗିଚା ନିକଟରେ ମାଓବାଦୀମାନେ ଡେଟୋନେଟର ଲଗାଇବା ସହ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଏଥିସହ ବ୍ୟାନର ଓ ପୋଷ୍ଟର ମାରି ସରକାରଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଧମକ ଦେଇଛନ୍ତି। ରାସ୍ତାରେ ଗଛ ପକାଇବା ଯୋଗୁ ଉଭୟ ପାଶର୍‌ବରେ ଯାତାୟାତ ବାଧାପ୍ରାପ୍ତ ହେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତା ବରଣ ଦେଖିବାକୁ ମିଳିଛି।