ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୨୦।୬: ‘କୋଇ ଧନ୍ଦା ଛୋଟା ନହିଁ ହୋତା, ଔର ଧନ୍ଦା ସେ ବଡ଼ା କୋଇ ଧର୍ମ ନହିଁ ହୋତା’।
ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ଙ୍କ ଏହି ଚର୍ଚ୍ଚିତ ଡାଏଲଗ୍‌ ଶୁଣିବାକୁ ମିଳିଥିଲା ତାଙ୍କ ସୁପରହିଟ୍‌ ସିନେମା ‘ରଇସ୍‌’ରେ। ୨୦୧୭ରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିବା ଏହି ଫିଲ୍ମର ସେହି ଅଭୁଲା ସଂଳାପ ୨୦୨୨ରେ ପ୍ରତିଫଳିତ ହୋଇଛି ଇଞ୍ଜିନିୟର ଆଦିତ୍ୟ ସାମନ୍ତରାୟଙ୍କ ବାସ୍ତବ ଜୀବନରେ। ଛଟେଇ ପରେ ଇଞ୍ଜିନିୟରିଂ ଚାକିରି ପ୍ରତି ବୀତସ୍ଫୃହ ହୋଇପଡ଼ିଥିବା ଖୋର୍ଦ୍ଧାର ଆଦିତ୍ୟ ଜନ୍ମଭୂମିଠାରୁ ପ୍ରାୟ ୧୪୦ କି.ମି. ଦୂର କାମାକ୍ଷାନଗରରେ ଆରମ୍ଭ କରିଛନ୍ତି ସାଣ୍ଡଉଇଚ୍‌ ବ୍ୟବସାୟ। ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ଖୋଲା ଆକାଶ ତଳେ ଶୁଭାରମ୍ଭ ହୋଇଥିବା ତାଙ୍କ ଛୋଟ ଦୋକାନରେ ଏବେ ଜମୁଛି ଭିଡ଼। ନିଜ ସ୍ବପ୍ନରେ ଡେଣା ଗଜୁରୁଥିବା ଦେଖି ଆଦିତ୍ୟଙ୍କ ଖୁସି ଏବେ କହିଲେ ନ ସରେ…

ଦିନେ ଯେଉଁ ହାତ ଯାନବାହନର ଯନ୍ତ୍ରାଂଶକୁ ଠିକ୍‌ ଜାଗାରେ ଖଞ୍ଜିବା ପାଇଁ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରୁଥିଲା, ସେହି ହାତ ଏବେ ପ୍ରସ୍ତୁତ କରୁଛି ସୁସ୍ବାଦୁ ସାଣ୍ଡ୍‌ଉଇଚ୍‌। ଅର୍ଥ ଉପାର୍ଜନ ସବୁକିଛି ନୁହେଁ, ସମ୍ମାନର ସହ ବଞ୍ଚତ୍ବା ହିଁ ଜୀବନର ପ୍ରକୃତ ମୂଲ୍ୟବୋଧ ବୋଲି ହୃଦ୍‌ବୋଧ କରିବା ପରେ ଇଞ୍ଜିନିୟରିଂ ଭଳି ସମ୍ମାନଜନକ ଚାକିରିକୁ ପଛ କରି ସାଣ୍ଡଉଇଚ୍‌ ସେକୁଛନ୍ତି ଆଦିତ୍ୟ ସାମନ୍ତରାୟ। ଇଞ୍ଜିନିୟରିଂ ଚାକିରିରୁ ସାଣ୍ଡଉଇଚ୍‌ ବ୍ୟବସାୟ ପର୍ଯ୍ୟନ୍ତ ସଂଘର୍ଷମୟ ରାସ୍ତାର ପଥିକ ସାଜିଥିବା ଏହି ଉଚ୍ଚାଭିଳାଷୀ ଯୁବକଙ୍କ କାହାଣୀ କୌଣସି ଚଳଚ୍ଚିତ୍ରଠାରୁ କମ୍‌ ନୁହେଁ। ବୃତ୍ତିଗତ ଜୀବନରେ ଛଟେଇ ତାଙ୍କୁ ଦୋଛକିରେ ଆଣି ଛିଡ଼ା କରାଇ ଦେଇଥିବାବେଳେ ଚାକିରି ଛାଡ଼ି ସ୍ବାବଲମ୍ବୀ ହେବାକୁ ସଂକଳ୍ପ ନେଇଛନ୍ତି ଆଦିତ୍ୟ।
ଖୋର୍ଦ୍ଧା ସହରର ପ୍ରଦୀପ ସାମନ୍ତରାୟ ଏବଂ ଅନିତା ସାମନ୍ତରାୟଙ୍କ ଦୁଇ ସନ୍ତାନଙ୍କ ମଧ୍ୟରେ ଆଦିତ୍ୟ ହେଉଛନ୍ତି ବଡ଼। ବାପା ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ। ମା’ ଏବଂ ସାନ ଭଉଣୀ ସ୍ବାବଲମ୍ବୀ। ୨୦୧୭ରେ ଏକ ଘରୋଇ କଲେଜରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ଆଦିତ୍ୟ। ସମସ୍ତଙ୍କ ଭଳି ସେ ବି ଏହି କ୍ଷେତ୍ରରେ ପ୍ରବେଶ କରି ଭଲ ଅର୍ଥ ଉପାର୍ଜନ କରିବାକୁ ସ୍ବପ୍ନ ଦେଖିଥିଲେ। ପ୍ରଥମେ ବାହାର ରାଜ୍ୟର ଏକ କମ୍ପାନୀରେ ସ୍ବଳ୍ପ ବେତନରେ ଆରମ୍ଭ କରିଥିଲେ କର୍ମମୟ ଜୀବନ। ହେଲେ ସେଠାରେ ମାନସିକ ନିର୍ଯାତନା ଏତେ ବଢ଼ିଗଲା ଯେ, ବାଧ୍ୟ ହୋଇ ଚାକିରି ଛାଡ଼ିଲେ ଏବଂ ଫେରିଆସିଲେ ଗଁାକୁ। କିଛି ମାସ ଘରେ ରହିବା ପରେ କାମାକ୍ଷାନଗରର ଏକ ଘରୋଇ ସଂସ୍ଥାରେ ଚାକିରି କରିବା ପାଇଁ ତାଙ୍କୁ ମିଳିଥିଲା ସୁଯୋଗ। ଜାନୁୟାରୀ ୧୪ରେ ସେ କାର୍ଯ୍ୟରେ ଯୋଗଦେଲେ। ମାତ୍ର ସପ୍ତାହକ ଭିତରେ ସଂସ୍ଥା ତାଙ୍କୁ ଛଟେଇ କରିଦେଲା। ମାନସିକସ୍ତରରେ ଦୋହଲି ଯାଇଥିବା ଆଦିତ୍ୟ ଆଉ ଘରକୁ ଫେରିବେ ନାହିଁ ବୋଲି ସଂକଳ୍ପ ନେଇଥିଲେ। କାମାକ୍ଷାନଗର ଏକ ଘରୋଇ ମେସ୍‌ରେ ଦୁଇଦିନ ରହିବା ପରେ ସହରର ଗଳିକନ୍ଦି ବୁଲି ଅନୁଧ୍ୟାନ କରିଥିଲେ। ସହରରେ ସାଣ୍ଡଉଇଚ୍‌ ଦୋକାନ ନ ଥିବା ଦେଖି ଏହି ବ୍ୟବସାୟ ଆରମ୍ଭ କରିବାକୁ ମନ ବଳାଇଥିଲେ। ଏହାପରେ କାମାକ୍ଷାନଗର କଲେଜ ଆଗରେ ଆରମ୍ଭ କରିଥିଲେ ‘ଆଦିତ୍ୟ ସାଣ୍ଡଉଇଚ୍‌ ପଏଣ୍ଟ’। ପ୍ରଥମେ ପ୍ରଥମେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏବେ ସେ ପାଲଟିଯାଇଛନ୍ତି ପୋଖତ ବ୍ୟବସାୟୀ। ‘ଆଦିତ୍ୟ ସାଣ୍ଡଉଇଚ୍‌ ପଏଣ୍ଟ’ରେ ମିଳୁଛି ବିଭିନ୍ନ ପ୍ରକାର ସାଣ୍ଡଉଇଚ୍‌। ଭେଜ୍‌ ବଟର ସାଣ୍ଡଉଇଚ୍‌, ପନିର ସାଣ୍ଡଉଇଚ୍‌, ଏଗ୍‌ ସାଣ୍ଡଉଇଚ୍‌ ୨୫ରୁ ୫୦ ଟଙ୍କା ଯାଏ ବିକ୍ରି ହେଉଛି। କମ୍‌ ତେଲ ଏବଂ ମସଲାରେ ପ୍ରସ୍ତୁତ ଏହି ଓ୍ବେଷ୍ଟର୍ନ ଖାଦ୍ୟ ଖାଇବାକୁ କଲେଜ ପିଲାଙ୍କ ସମେତ ସହରବାସୀ ଭିଡ଼ ଜମାଉଛନ୍ତି। ଅର୍ଡର ଦେଲେ ହୋମ୍‌ ଡେଲିଭରି ମଧ୍ୟ କରାଯାଉଛି। ଦିନକୁ ୭୦୦ରୁ ୧୦୦୦ ଟଙ୍କା ରୋଜଗାର ହେଉଛି। ୩ଦିନ ଧରି ଆୟୋଜିତ ପ୍ରସିଦ୍ଧ ରଜ ମହୋତ୍ସବରେ ସେ ୩୦,୦୦୦ ଟଙ୍କାର ବ୍ୟବସାୟ କରିଛନ୍ତି। ଆନୁଷଙ୍ଗିକ ସୁବିଧା, ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ କେବଳ ସକାଳେ ବ୍ୟବସାୟ କରୁଛନ୍ତି। ଖୁବ୍‌ଶୀଘ୍ର ସହରରେ ନିଜର ସ୍ଥାୟୀ ଦୋକାନ ଖୋଲିବେ ଏବଂ ବ୍ୟବସାୟକୁ ବଢ଼ାଇବାକୁ ଯୋଜନା କରିଥିବା ଆଦିତ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri