Categories: ଜାତୀୟ

ଭେଣ୍ଟିଲେଟରରେ କଲ୍ୟାଣ ସିଂ: ଦିଲ୍ଲୀରୁ ସିଧା ହସ୍ପିଟାଲ ପହଞ୍ଚିଲେ ଯୋଗୀ

ଲକ୍ଷ୍ନୌ,୨୦ ।୮: ପୁଣିଥରେ ବିଗିଡି ଯାଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଜିଆଇରେ ଭର୍ତ୍ତି ଥିବା ଶ୍ରୀ ସିଂଙ୍କୁ ଦେଖିବାକୁ ଯାଇଛନ୍ତି । ଦିଲ୍ଲୀ ଗସ୍ତରେ ଥିବା ଯୋଗୀ ସିଧା ସଞ୍ଜୟ ଗାନ୍ଧୀ ପିଜିଆଇରେ ପହଞ୍ଚିଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡିଛି । ବେଳକୁ ବେଳ ଅବନତି ହେଉଥିବାରୁ ଶ୍ରୀ ସିଂଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ସୂଚନା ମିଳିଛି । ପିଜିଆଇର ନିର୍ଦ୍ଦେଶକ ପ୍ରଫେସର ଆର୍ କେ ଧିମାନ କହିଛନ୍ତି ଏବେ ଶ୍ରୀ ସିଂ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କର ବ୍ଲଡ ପ୍ରେସର ଲୋ ଥିବା ବେଳେ ଠିକ୍ ଭାବେ ପରିସ୍ରା ହେଉନାହିଁ । ଏହାସହ ତାଙ୍କର ଡାଏଲିସିସ ମଧ୍ୟ କରାଯାଇଛି । ଶୁକ୍ରବାର ରାତି କିମ୍ବା ଶନିବାର ସକାଳ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କିଛି କହିହେବ ବୋଲି ପ୍ରଫେସର ଧିମାନ କହିଛନ୍ତି ।

Share