ଆନ୍ଧ୍ରରେ ଓମିକ୍ରନ୍‌ ଚିହ୍ନଟ ହେବା ଓଡ଼ିଶା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜିଛି। କିନ୍ତୁ ଏହି ନୂଆ ଭ୍ୟାରିଆଣ୍ଟ ପାଇଁ ଭୟଭୀତ ନ ହୋଇ ସତର୍କ ରହିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏ ନେଇ ଡିଏମ୍‌ଇଟି ରମାରମଣ ମହାନ୍ତି କହିଛନ୍ତି, ଆନ୍ଧ୍ରପ୍ରଦେଶରେ ଓମିକ୍ରନ ହୋଇଥିବା ନେଇ ପାଖରେ ଖବର ରହିଛି। କିନ୍ତୁ ଏଥିପାଇଁ ରାଜ୍ୟବାସୀଙ୍କୁ ଭୟଭୀତ କିମ୍ବା ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟର ସମସ୍ତ ସୀମାନ୍ତ ଜିଲାଗୁଡ଼ିକୁ ସଜାଗ ସରକାର କରାଇଛନ୍ତି। ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି। ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ବୋଲି ଡିଏମ୍‌ଇଟି କହିଛନ୍ତି।