Categories: ଖେଳ

ଆଜି ଭାରତ-ହଂକଂ ଲଢ଼େଇ: ଜାଣନ୍ତୁ କେବେ,କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌…

ଦୁବାଇ,୩୧।୮: ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଚତୁର୍ଥ ମୁକାବିଲା ବୁଧବାର ଖେଳାଯିବ। ଏଥିରେ ହଂକଂକୁ ଭେଟିବ ଭାରତ। ଟୁର୍ନାମେଣ୍ଟରେ ଏହା ଭାରତର ଦ୍ୱିତୀୟ ମ୍ୟାଚ୍‌ ହୋଇଥିବା ବେଳେ ହଂକଂ ପ୍ରଥମ ମୁକାବିଲା ଖେଳିବ। ଭାରତ ପାଇଁ ଏହି ମୁକାବିଲାଟି ଏକ ନେଟ୍‌ ସେସନ ପରି ହିଁ ରହିବ। ତେବେ ଆସନ୍ତୁ ଜାଣିବା ଏହି ମ୍ୟାଚ୍‌ର ଲାଇଭ୍‌ ପ୍ରସାରଣ ଆପଣ କେବେ, କେଉଁଠି ଆଉ କିଭଳି ଦେଖିପାରିବେ।

-ଭାରତ-ହଂକଂ ମଧ୍ୟରେ ଏସିଆ କପ୍‌ ଟି୨୦ ମ୍ୟାଚ୍‌ କେବେ ଖେଳାଯିବ?
ଉ-୩୧ ଅଗଷ୍ଟ ବୁଧବାର ମ୍ୟାଚ୍‌ ଖେଳାଯିବ।

-ଭାରତ ଏବଂ ହଂକଂ ମଧ୍ୟରେ ଟି୨୦ ମ୍ୟାଚ୍‌ କେଉଁଠି ଖେଲାଯିବ?
ଉ-ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ।

-ଭାରତୀୟ ସମୟାନୁସାରେ କେତେବେଳେ ମ୍ୟାଚ୍‌ ଆରମ୍ଭ ହେବ?
ଉ-ସନ୍ଧ୍ୟା ୭.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ଏହାର ଅଧା ଘଣ୍ଟା ଆଗରୁ ଟସ୍‌ ପନିବ।

-କେଉଁ ଚ୍ୟାନେଲରେ ସିଧା ପ୍ରସାରଣ ଦେଖିବାକୁ ମିଳିବ?
ଉ-ଭାରତରେ ଷ୍ଟାର ସ୍ପୋଟ୍ସର ବିଭିନ୍ନ ଚ୍ୟାନେଲରେ ଏହାର ଲାଇଭ ପ୍ରସାରଣ ଦେଖିବାକୁ ମିଳିବ।

-ଅନ୍‌ଲାଇନ୍‌ ଲାଇଭ୍‌ ଷ୍ଟ୍ରିମିଂ କେଉଁଠି ଦେଖଇପାରିବେ?
ଉ-ଡିଜନୀ+ହଟ୍‌ଷ୍ଟାର ଆପ୍‌ରେ ଏହାକୁ ପ୍ରଶଂସକ ଦେଖିପାରିବେ। ଏହାଛଡ଼ା ଗୁଗଲରୁ ସ୍କୋର ମଧ୍ୟ ମିଳିବ।

Share