ବିନାଶକାରୀ ଭୂମିକମ୍ପ

ଗତ ମାସ ୨୨ ତାରିଖ ବୁଧବାର ସକାଳେ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧। ଏହି ବିନାଶକାରୀ ଭୂମିକମ୍ପରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଧନସମ୍ପତ୍ତିର ବିପୁଳ କ୍ଷୟକ୍ଷତି ଘଟିଛି। ଏହା ଭୂକମ୍ପ କେନ୍ଦ୍ରଠାରୁ ପ୍ରାୟ ୫୦୦ କି.ମି. ବ୍ୟାପ୍ତି ପରିସୀମା ଅଞ୍ଚଳ ମଧ୍ୟରେ ଅନୁଭୂତ ହୋଇଥିଲା, ଫଳରେ ଏହାର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଓ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା।
ରିକ୍ଟର ସ୍କେଲ୍‌ କ’ଣ : ଭୂମିକମ୍ପର ତୀବ୍ରତାକୁ ‘ରିକ୍ଟର୍‌ ସ୍କେଲ୍‌’ ଏକକରେ ମପାଯାଏ। ଏହି ସ୍କେଲରେ ୪ ଅଙ୍କରୁ ଊର୍ଦ୍ଧ୍ୱ ଭୂମିକମ୍ପ ସାଧାରଣତଃ ଧନଜୀବନ ପ୍ରତି ବିନାଶକାରୀ ହୋଇଥାଏ। ଭୂମିକମ୍ପର ତୀବ୍ରତା ୪ ରୁ ୪.୯ ଅଙ୍କ ମଧ୍ୟରେ ରହିଲେ ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍‌ ତଳେ ଖସି ପଡ଼ିପାରେ। ଭୂମିକମ୍ପର ତୀବ୍ରତା ୫ ରୁ ୫.୯ ଅଙ୍କ ମଧ୍ୟରେ ରହିଲେ ଘରର ଟେବୁଲ ଚଉକି ଭଳି ଭାରି ଆସବାବପତ୍ର ହଲି ଯାଇପାରେ। ଭୂମିକମ୍ପର ତୀବ୍ରତା ୬ ରୁ ୬.୯ ଅଙ୍କ ମଧ୍ୟରେ ରହିଲେ କୌଣସି ବହୁତଳୀୟ ଅଟ୍ଟାଳିକାର ନିଅଁ ହଲିଯାଇପାରେ ଏବଂ ଉପର ମହଲା ଘର ବିଶେଷ କ୍ଷତିଗ୍ରସ୍ତ ହୋଇପାରେ। ଭୂମିକମ୍ପର ତୀବ୍ରତା ୭ରୁ ୭.୯ ଅଙ୍କ ମଧ୍ୟରେ ରହିଲେ ବହୁତଳୀୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିପାରେ ଏବଂ ଭୂତଳ ପାଣି ପାଇପ୍‌ ଫାଟି ଯାଇପାରେ। ଭୂମିକମ୍ପର ତୀବ୍ରତା ୮ରୁ ୮.୯ ଅଙ୍କ ମଧ୍ୟରେ ରହିଲେ ବଡ଼ ବଡ଼ ପୋଲ ମଧ୍ୟ ଭାଙ୍ଗିଯାଇପାରେ। ଭୂମିକମ୍ପର ତୀବ୍ରତା ୯.୦ ଅଙ୍କରୁ ଅଧିକ ହେଲେ ସମସ୍ତ ନିର୍ମାଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଏ। ଏଭଳି ପରିସ୍ଥିତିରେ କୌଣସି ଖୋଲା ସ୍ଥାନରେ ଛିଡା ହେଲେ ଭୂମିରେ ସମୁଦ୍ର ଭଳି ଲହଡିମାନ ତରଙ୍ଗାୟିତ ହେଉଥିବାର ଦେଖାଯାଏ ଏବଂ ସମୁଦ୍ରରେ ସୁନାମି ଭଳି ଉଚ୍ଚା ଉଚ୍ଚା ଲହଡିମାନ ସଷ୍ଟି ହୋଇ ସ୍ଥଳଭାଗରେ ପ୍ରଳୟ ରଚନା କରେ।
ବିଶ୍ୱର ପ୍ରଳୟଙ୍କରୀ ଭୂମିକମ୍ପ : ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଭୂମିକମ୍ପ ଅନୁଭୂତ ହୋଇଥାଏ। ଏଥିମଧ୍ୟରୁ ଆମେ କେବଳ ୧ ଲକ୍ଷ ଭୂମିକମ୍ପକୁ ଅନୁଭବ କରିପାରୁ। ପ୍ରାୟ ୧୦୦ଟି ଭୂମିକମ୍ପ ବିନାଶକାରୀ ହୋଇଥାଏ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୧୯୬୦ ମସିହାରେ ଚିଲିରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲ ୯.୫। ଏଥିରେ ପ୍ରାୟ ୬୦୦୦ ଲୋକଙ୍କ ପ୍ରାଣହାନି ଘଟିଥିଲା। ଆମ ଦେଶରେ ସବୁଠାରୁ ପ୍ରଳୟଙ୍କରୀ ଭୂମିକମ୍ପ ୧୯୩୪ ମସିହାରେ ବିହାର ରାଜ୍ୟରେ ଅନୁଭୂତ ହୋଇଥିଲା, ଯେଉଁଥିରେ ପ୍ରାୟ ୩୦, ୦୦୦ ଲୋକ ମତ୍ୟୁମୁଖରେ ପଡିଥିଲେ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲ ୮.୧। ଗତ ୧୮୧୧ ମସିହାରେ ଉତ୍ତର ଆମେରିକାରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେ ଏହାର ପ୍ରଭାବରେ ମିସିସିପି ନଦୀ ଓଲଟା ବହିବାକୁ ଲାଗିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ବିପଜ୍ଜନକ ହିମସ୍ଖଳନ ୧୯୭୦ ମସିହାରେ ପେରୁରେ ଦେଖାଯାଇଥିଲା ଯାହା ଘଣ୍ଟା ପ୍ରତି ୪୦୦ କି.ମି. ଭଳି ଦୂରନ୍ତ ବେଗରେ ଗତି କରିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ଭୟଙ୍କର ହିମସ୍ଖଳନ ୧୯୨୦ ମସିହାରେ ଚାଇନାର କାଂସୁ ପ୍ରଦେଶରେ ଘଟିଥିଲା, ଯେଉଁଥିରେ ପ୍ରାୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଗତ ୨୦୦୪ ଡିସେମ୍ବର ୨୬ରେ ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଘଟିଥିବା ଭୂମିକମ୍ପରେ ପ୍ରଳୟଙ୍କରୀ ସୁନାମିର ଲହଡିମାନ ସୃଷ୍ଟି ହୋଇଥିଲା,ଯେଉଁଥିରେ ପ୍ରାୟ ୨.୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଭୂମିକମ୍ପର ଝଟକା ସର୍ବାଧିକ ୧୦ ମିନିଟ୍‌ ଧରି ଅନୁଭୂତ ହୋଇଥିଲା।
ଭୂମିକମ୍ପର କାରଣ: ଆମର ପୃଥିବୀପଷ୍ଠ ଅନେକ ସୁଦୃଢ଼ ପ୍ଲେଟ୍‌ ଉପରେ ପର୍ଯ୍ୟବସିତ ଯାହାକୁ ‘ଟେକଟୋନିକ ପ୍ଲେଟ୍‌’ କୁହାଯାଏ। ଏହି ପ୍ଲେଟ୍‌ଗୁଡିକ ସଦାସର୍ବଦା ଗତିଶୀଳ। ଅବଶ୍ୟ ଏହି ପ୍ଲେଟଗୁଡିକର ଗତି ଅତି ସ୍ବଳ୍ପ ଏବଂ ବର୍ଷକୁ ମାତ୍ର ୪ ସେ.ମି. ଗତି କରିଥାଏ। ଏହି ଚଳନ ଯୋଗୁ ବେଳେବେଳେ ପ୍ଲେଟ୍‌ଗୁଡିକ ମଧ୍ୟରେ ସଂଘର୍ଷ ଘଟେ ଏବଂ ଗୋଟିଏ ପ୍ଲେଟ୍‌ ଅନ୍ୟ ପ୍ଲେଟ୍‌ ଉପରେ ପ୍ରଚଣ୍ଡ ପାର୍ଶ୍ୱଚାପ ପ୍ରୟୋଗ କରେ। ଏହି ଚାପ ଅତ୍ୟଧିକ ହେବାରୁ ଗୋଟିଏ ପ୍ଲେଟ୍‌ ଅନ୍ୟ ପ୍ଲେଟ୍‌ ଉପରେ ଚଢିଯାଏ। ଏହି ଅଞ୍ଚଳରେ ହିଁ ପୃଥିବୀପୃଷ୍ଠ ଦୋହଲି ଉଠି ଭୂମିକମ୍ପ ସୃଷ୍ଟି ହୁଏ। ସୁତରାଂ ପ୍ଲେଟ୍‌ଗୁଡିକର ପ୍ରାନ୍ତ ଭାଗ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ହୋଇଥାଏ।
ହିମାଳୟ ଅଞ୍ଚଳରେ କାହିଁକି ପ୍ରଳୟଙ୍କରୀ ଭୂମିକମ୍ପମାନ ସୃଷ୍ଟି ହୁଏ : ପ୍ରାୟ ୪ କୋଟି ବର୍ଷ ପୂର୍ବେ ଭାରତୀୟ ଉପମହାଦେଶ ପ୍ଲେଟ୍‌ ୟୁରେସିଆ ପ୍ଲେଟ୍‌ ସହିତ ଧକ୍କା ଖାଇଥିଲା। ଏହାଦ୍ୱାରା ପ୍ଲେଟ୍‌ର ପ୍ରାନ୍ତ ଭାଗରେ ପ୍ରଚଣ୍ଡ ଚାପ ସୃଷ୍ଟି ହୋଇ ହିମାଳୟ ଭଳି ଭଙ୍ଗିଳ ପର୍ବତମାଳା ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ହିମାଳୟ ପର୍ବତର ଉଚ୍ଚତା ପ୍ରତି ବର୍ଷ ୧ ସେ.ମି. ବୃଦ୍ଧି ପାଉଛି। ଆହୁରି ମଧ୍ୟ, ପ୍ଲେଟ୍‌ ପ୍ଲେଟ୍‌ ମଧ୍ୟରେ ବାରମ୍ବାର ସଂଘର୍ଷ କାରଣରୁ ପ୍ଲେଟ୍‌ର ଚାପ ସହନ କରିବାର ସାମର୍ଥ୍ୟ ଦୁର୍ବଳ ହୋଇଯାଏ। ଏହା ଦ୍ୱାରା ପ୍ଲେଟ୍‌ ର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇ ତଳେ ଗଚ୍ଛିତ ବିପୁଳ ଶକ୍ତି ଭୂମିକମ୍ପ ରୂପରେ ପଦାକୁ ନିର୍ଗତ ହୋଇଥାଏ। ଏହି କାରଣରୁ ସମଗ୍ର ହିମାଳୟ କ୍ଷେତ୍ରରେ ଅଧିକ ଭୂମିକମ୍ପ ଆସିଥାଏ ଏବଂ ଆଫଗାନିସ୍ତାନ, ପାକିସ୍ତାନ ତଥା ଉତ୍ତର ଭାରତର କିଛି ଅଂଶ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ହୋଇଥାଏ।
ବନ୍ୟା ବାତ୍ୟା ଭଳି ଭୂମିକମ୍ପର ପୂର୍ବାନୁମାନ ନିମନ୍ତେ ଏବେ ସୁଦ୍ଧା କୌଣସି ଠିକ୍‌ ଓ ନିର୍ଭରଯୋଗ୍ୟ ପଦ୍ଧତି ବିକଶିତ ହୋଇପାରି ନାହିଁ। କେତେକ ଜୀବଜନ୍ତୁ ନିଜର ବିଚିତ୍ର ଆଚରଣ ଜରିଆରେ ଭୂମିକମ୍ପର ପୂର୍ବସୂଚନା ଦେଇଥାନ୍ତି। ହାତୀମାନେ ନିଜର ବିଶାଳ କାନ ଦ୍ୱାରା ପୃଥିବୀ ଅଭ୍ୟନ୍ତରସ୍ଥ ପ୍ଲେଟ୍‌ଗୁଡିକର ପରସ୍ପର ମଧ୍ୟରେ ଘଷି ହେବାର ସ୍ବଳ୍ପ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଧ୍ୱନି ଶୁଣିପାରନ୍ତି ବୋଲି ବିଶ୍ୱାସ କରାଯାଏ। ଭୂମିକମ୍ପ ସହନଶୀଳ ଗୃହ ନିର୍ମାଣ, ତ୍ୱରାନ୍ବିତ ଉଦ୍ଧାରକାର୍ଯ୍ୟ ଏବଂ ସତର୍କ ରହିବା ହିଁ ଭୂମିକମ୍ପ ମୁକାବିଲର ଏକମାତ୍ର ସଫଳ ଉପାୟ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri