Posted inଫୁରସତ

ପଥପ୍ରାନ୍ତେ ଭାଗ୍ୟ ଭବିଷ୍ୟତ

ରାଜଧାନୀ ଭୁବନେଶ୍ୱର। ପିଏମ୍‌ଜି ଅଫିସ ଛକ ସମ୍ମୁଖରୁ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାକଡ଼ରେ ବସିଥାନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ପାଖରେ ରଖିଥାନ୍ତି କେତୋଟି ପାଞ୍ଜି । ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କ ହାତ ଦେଖି କହୁଥାନ୍ତି-ଆପଣ ଜଣେ ପରୋପକାରୀ, ଜ୍ଞାନୀ, ସାହସୀ, ବୁଦ୍ଧିମାନ୍‌, ଖୁବ୍‌ ସୁନାମ ଅର୍ଜନ କରିବେ। କିନ୍ତୁ ଯାନବାହନ ଚଳାଇବାରେ ଟିକେ ସତର୍କ ରହିବେ, କିଛି ଆର୍ଥିକ ଜରିମାନା ଓ ରାଜଦଣ୍ଡର ସମ୍ଭାବନା ରହିଛି। ବ୍ୟକ୍ତି ଜଣକ ବ୍ୟସ୍ତ ହୋଇ ପୁଣି ପଚାରୁଥିଲେ କ’ଣ ପ୍ରତିକାର କରି ହେବ ଆଜ୍ଞା? ସେ ପ୍ରତିକାର ବି କହୁଥିଲେ। ତାଙ୍କ କଥାଶୁଣି ଭାରି କୌତୁହଳ ଲାଗିଲା। ଅପେକ୍ଷା କଲି ବ୍ୟକ୍ତିଜଣଙ୍କ ଯିବାପରେ କଥା ହୋଇ ଜାଣିବି କ’ଣ ସତ୍ୟତା ଅଛି। ମୋ ପରିଚୟ ଦେଇ ପଚାରିଲି ତାଙ୍କ କଥା। ସେ କହିଲେ ମୋ ଘର ଯାଜପୁର ଅଞ୍ଚଳରେ। ପ୍ରାୟ ୨୦ବର୍ଷ ଧରି ଭୁବନେଶ୍ୱରରେ ଚଳୁଛି। ପାଞ୍ଜିକାମ ମୋର ବୃତ୍ତି । ପେଟ ପାଇଁ ସବୁ ନାଟ। କିଛି ଲୋକ ମୋ କଥାରେ ବିଶ୍ୱାସ କରି କିଛି ଟଙ୍କା ଦେଉଛନ୍ତି। ଆଉ କିଛି ଲୋକ ସିଧା ମୁହଁରେ ମନା କରି ପଳାଉଛନ୍ତି। ଗାଳି କରି କହୁଛନ୍ତି ମିଛ କଥାଗୁଡାକ କହୁଛ। କ’ଣ କରିବି? ସବୁଦିନ ତ ରୋଜଗାର ହେଉନି। ବେଳେବେଳେ ମୋର ଭଲ ଗ୍ରାହକ ଜୁଟିଗଲେ। କିଛି ପଇସା ହୋଇ ଯାଉଛି। ଭାବୁଛି ଏ ଧନ୍ଦା ଛାଡ଼ି ଆଉ କିଛି କାମ କରିବି। ହେଲେ ଏ ଧନ୍ଦା ମୁଁ ଛାଡ଼ି ପାରୁନି।

ଘଟଣା-୨ ନ’ତାଲା ଅଫିସ ଗେଟ୍‌ ସମ୍ମୁଖ ରୋଡ୍‌ କଡ଼ରେ ଜଣେ ବ୍ୟକ୍ତି । ତାଙ୍କ ପାଖରେ ଜଣେ ବ୍ୟକ୍ତି ପହଞ୍ଚି ସମସ୍ୟା ପଚାରିବା ପରେ ସେ ପାଞ୍ଜି ଗଣନାକରି କହିଲେ ସବୁ ସମସ୍ୟା ଦୂର ହୋଇପାରିବ । କିନ୍ତୁ ଏଥିପାଇଁ କିଛି ଯନ୍ତ୍ର ଏବଂ ମୁଦ୍ରିକା ନେବାକୁ ପଡ଼ିବ । ବେଶି ନୁହେଁ ୫ଶହରୁ ୧ହଜାର ଟଙ୍କା ଦେବାକୁ ପଡ଼ିବ। ଯଦି ପାଖରେ ସେତିକି ଟଙ୍କା ନାହିଁ ତେବେ ଶହେ ଟଙ୍କା ଦେବେ। ଏହି ସମୟରେ ଏଠାରେ ଜଣେ ବୃଦ୍ଧ ଆସି ପହଞ୍ଚିଥିଲେ। ସେ ତାଙ୍କର କିଛି ସମସ୍ୟା ବିଷୟରେ କହିଲେ । ଏଠାରୁ ଏକ ମୁଦ୍ରିକା ଓ ଗ୍ରହ ପଥର କିଣିନେଲେ। ଏହି ମୁଦ୍ରିକାଟିକୁ ନେବା ପୂର୍ବରୁ ଭବିଷ୍ୟକାର ବୋଲାଉଥିବା ବ୍ୟକ୍ତି ଜଣକ ମୁଦ୍ରିକାରେ ଧୂପକାଠି ବୁଲାଇ ନମସ୍କାର କରି ଫିସ୍‌ଫିସ୍‌ କରି କିଛି କହି ଗରାଖଙ୍କୁ ମୁଦିଟିକୁ ବଢ଼ାଇ ଦେଲେ। ତାଙ୍କୁ ତାଙ୍କୁ ଯେତେବେଳେ ପରିଚୟ ପଚାରିଲି ସେ କହିଲେ ସେଥିରୁ କ’ଣ ମିଳିବ ଆଜ୍ଞା! ପେଟ ପୋଷ ନାହିଁ ଦୋଷ। ଘର ଚଳିବାରେ ଅର୍ଥର ଅଭାବ । ସେଥିପାଇଁ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟିକରି ଦିପଇସା ରୋଜଗାର କରୁଛି। ଏହି ସମୟରେ ଜଣେ ଯୁବକ ଏଠାକୁ ଆସି ତାଙ୍କ ସମସ୍ୟା କହିବାରୁ ସେ କହିଲେ, ସ୍ତ୍ରୀଙ୍କ ପ୍ରତି ଅବହେଳାରୁ କଳହ ଦେଖାଦେଉଛି। ସମାଧାନର ପନ୍ଥା ରହିଛି। ୧ ହଜାର ଟଙ୍କା ଦେବାକୁ ହେବ। ଏକଥା ଶୁଣି ଯୁବକ ଜଣକ କହିଲେ ଏ ଯାଏ ଅବିବାହିତ ରହିଛି । ଘରେ କେତେବେଳେ ମୋର ସ୍ତ୍ରୀକୁ ଅବହେଳା ହେଲା। ଏହାପରେ ଦୁହିଁଙ୍କ ଭିତରେ ଯୁକ୍ତି ତର୍କ ଚାଲିଲା।

ଘଟଣା-୩:ଖୋର୍ଦ୍ଧା ଜିଲାର ବାଲୁଗାଁ ବଜାରରୁ -ଚିଲିକା ରୋଡ୍‌ରେ ଯିବାବେଳେ ନଜର ପଡ଼ିବ ଖୋର୍ଦ୍ଧା କେନ୍ଦ୍ର କୋ-ଅପରେଟିଭ ବ୍ୟାଙ୍କ ବାଲୁଗାଁ ଶାଖା ସମ୍ମୁଖ ରାସ୍ତାକଡ଼ରେ ଗୋଟିଏ ପଞ୍ଜୁରୀ ଭିତରେ ଶୁଆଟିଏ ରଖି ବସିଥାନ୍ତି ଜଣେ ବ୍ୟକ୍ତି ।
ପାଖରେ ରହିଥାଏ କେତୋଟି ଖାମ୍‌। ତାଙ୍କର ପରିଚୟ ବୁଝିବାରେ ସେ କୁହନ୍ତି, ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳରେ ଆମ ଘର। ମୋ ନାଁ ରାମ ପାତ୍ର । ଆଜକୁ ପ୍ରାୟ ୩୦ବର୍ଷ ଧରି ବାଲୁଗାଁ ଅଞ୍ଚଳରେ ରହୁଛି। ଶୁଆ ପାଞ୍ଜି କାମ କରିଆସୁଛି। ଶୁଆକୁ ଏଥିପାଇଁ ପ୍ରାୟ ୨ବର୍ଷ ଧରି ତାଲିମ ଦେଇଛି। ତା’ ପରେ ବିଭିନ୍ନ ଦେବଦେବୀ ଓ ଗ୍ରହ ରାଶିଙ୍କ ନାମ ସମ୍ପର୍କରେ କେତେକ ଲେଖାକୁ ଏକ ଛୋଟ ଛୋଟ ଖାମ ଭିତରେ ସାଇତିକରି ରଖିଥାଏ। ଗରାଖ ଆସିଲେ ଏଠାରେ ୨୦ଟଙ୍କା ରଖିଲେ ଶୁଆ ପଞ୍ଜୁରି ଭିତରୁ ବାହାରି ଆସିଥାଏ। ତା’ପରେ ସାଇତା ହୋଇ ରଖାଯାଇଥିବା ଖାମ୍‌ ମଧ୍ୟରୁ ଯେଉଁ ଖାମ୍‌ଟିକୁ ବାହାରକରେ । ସେହି ଖାମ୍‌ର ଲେଖାକୁ ପଢ଼ି ଗରାଖଙ୍କୁ କହିଥାଏ । ଅବଶ୍ୟ ଏଥିରେ ଟିକେ ବାକ୍‌ଚାତୁରି ଦରକାର। କିଛି ନ ହେଲେ ତ ଲୋକଙ୍କ ମନରେ ଖୁସି ଲାଗିଲା ପରି କିଛି କହିବାକୁ ହୁଏ । ଗରାଖ ଖୁସି ହୋଇ ଶୁଆ ପ୍ରତି ବିଶ୍ୱାସ ଥିବାରୁ ଅର୍ଥଦାନ କରିଥାନ୍ତି। ଶୁଆ ପାଞ୍ଜିରେ ମୋର ପରିବାର ଚଳୁଛି।

ଏ ଘଟଣା ଦିନେ କି ଦୁଇଦିନର ନୁହେଁ, ବର୍ଷର ବିଭିନ୍ନ ସମୟରେ ଏମାନଙ୍କୁ ଦେଖିବାକୁ ମିଳେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ। ଲୋକମାନେ ତାଙ୍କ୍‌ ପାଖକୁ ଯାନ୍ତି ନିଜ ଭାଗ୍ୟ ଭବିଷ୍ୟତ ବିଷୟରେ ବୁଝନ୍ତି, କେବେ ବିଶ୍ୱାସ ଆସିଲେ କିଛି ପାରିଶ୍ରମିକ ଦିଅନ୍ତି ନାହିଁ ତ, ଗାଳି ଗୁଲଜ୍‌ କରି ଫେରି ଆସନ୍ତି। କିଛି ସାମାନ୍ୟ ଅର୍ଥ ପାଇଁ ଖରାବର୍ଷାରେ ବସି ରହୁଥିବା ଏହି ଜ୍ୟୋତିଷମାନଙ୍କ ଉପରେ କିଛି ଲୋକ ବିଶ୍ୱାସ କରି ଯାଉଥିବା ବେଳେ, କିଛି ଲୋକ କେବଳ ମଜା ନେବା ପାଇଁ ଯାନ୍ତି । ଆଉ ଏଇଥିରେ ଚଳେ ଏହି ତଥାକଥିତ ଏହି ଭବିଷ୍ୟବକ୍ତାଙ୍କ ପରିବାର।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ନ୍ତି ନାହିଁ

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ସେଥିରୁ ପ୍ରାୟ ୯୭ ପ୍ରତିଶତ ମହାସାଗରରେ ଲୁଣିଆ ପାଣି ରହିଛି। କେବଳ ତିନି ପ୍ରତିଶତ ପାଣି...

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri