Posted inଫୁରସତ

ପଥପ୍ରାନ୍ତେ ଭାଗ୍ୟ ଭବିଷ୍ୟତ

ରାଜଧାନୀ ଭୁବନେଶ୍ୱର। ପିଏମ୍‌ଜି ଅଫିସ ଛକ ସମ୍ମୁଖରୁ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାକଡ଼ରେ ବସିଥାନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ପାଖରେ ରଖିଥାନ୍ତି କେତୋଟି ପାଞ୍ଜି । ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କ ହାତ ଦେଖି କହୁଥାନ୍ତି-ଆପଣ ଜଣେ ପରୋପକାରୀ, ଜ୍ଞାନୀ, ସାହସୀ, ବୁଦ୍ଧିମାନ୍‌, ଖୁବ୍‌ ସୁନାମ ଅର୍ଜନ କରିବେ। କିନ୍ତୁ ଯାନବାହନ ଚଳାଇବାରେ ଟିକେ ସତର୍କ ରହିବେ, କିଛି ଆର୍ଥିକ ଜରିମାନା ଓ ରାଜଦଣ୍ଡର ସମ୍ଭାବନା ରହିଛି। ବ୍ୟକ୍ତି ଜଣକ ବ୍ୟସ୍ତ ହୋଇ ପୁଣି ପଚାରୁଥିଲେ କ’ଣ ପ୍ରତିକାର କରି ହେବ ଆଜ୍ଞା? ସେ ପ୍ରତିକାର ବି କହୁଥିଲେ। ତାଙ୍କ କଥାଶୁଣି ଭାରି କୌତୁହଳ ଲାଗିଲା। ଅପେକ୍ଷା କଲି ବ୍ୟକ୍ତିଜଣଙ୍କ ଯିବାପରେ କଥା ହୋଇ ଜାଣିବି କ’ଣ ସତ୍ୟତା ଅଛି। ମୋ ପରିଚୟ ଦେଇ ପଚାରିଲି ତାଙ୍କ କଥା। ସେ କହିଲେ ମୋ ଘର ଯାଜପୁର ଅଞ୍ଚଳରେ। ପ୍ରାୟ ୨୦ବର୍ଷ ଧରି ଭୁବନେଶ୍ୱରରେ ଚଳୁଛି। ପାଞ୍ଜିକାମ ମୋର ବୃତ୍ତି । ପେଟ ପାଇଁ ସବୁ ନାଟ। କିଛି ଲୋକ ମୋ କଥାରେ ବିଶ୍ୱାସ କରି କିଛି ଟଙ୍କା ଦେଉଛନ୍ତି। ଆଉ କିଛି ଲୋକ ସିଧା ମୁହଁରେ ମନା କରି ପଳାଉଛନ୍ତି। ଗାଳି କରି କହୁଛନ୍ତି ମିଛ କଥାଗୁଡାକ କହୁଛ। କ’ଣ କରିବି? ସବୁଦିନ ତ ରୋଜଗାର ହେଉନି। ବେଳେବେଳେ ମୋର ଭଲ ଗ୍ରାହକ ଜୁଟିଗଲେ। କିଛି ପଇସା ହୋଇ ଯାଉଛି। ଭାବୁଛି ଏ ଧନ୍ଦା ଛାଡ଼ି ଆଉ କିଛି କାମ କରିବି। ହେଲେ ଏ ଧନ୍ଦା ମୁଁ ଛାଡ଼ି ପାରୁନି।

ଘଟଣା-୨ ନ’ତାଲା ଅଫିସ ଗେଟ୍‌ ସମ୍ମୁଖ ରୋଡ୍‌ କଡ଼ରେ ଜଣେ ବ୍ୟକ୍ତି । ତାଙ୍କ ପାଖରେ ଜଣେ ବ୍ୟକ୍ତି ପହଞ୍ଚି ସମସ୍ୟା ପଚାରିବା ପରେ ସେ ପାଞ୍ଜି ଗଣନାକରି କହିଲେ ସବୁ ସମସ୍ୟା ଦୂର ହୋଇପାରିବ । କିନ୍ତୁ ଏଥିପାଇଁ କିଛି ଯନ୍ତ୍ର ଏବଂ ମୁଦ୍ରିକା ନେବାକୁ ପଡ଼ିବ । ବେଶି ନୁହେଁ ୫ଶହରୁ ୧ହଜାର ଟଙ୍କା ଦେବାକୁ ପଡ଼ିବ। ଯଦି ପାଖରେ ସେତିକି ଟଙ୍କା ନାହିଁ ତେବେ ଶହେ ଟଙ୍କା ଦେବେ। ଏହି ସମୟରେ ଏଠାରେ ଜଣେ ବୃଦ୍ଧ ଆସି ପହଞ୍ଚିଥିଲେ। ସେ ତାଙ୍କର କିଛି ସମସ୍ୟା ବିଷୟରେ କହିଲେ । ଏଠାରୁ ଏକ ମୁଦ୍ରିକା ଓ ଗ୍ରହ ପଥର କିଣିନେଲେ। ଏହି ମୁଦ୍ରିକାଟିକୁ ନେବା ପୂର୍ବରୁ ଭବିଷ୍ୟକାର ବୋଲାଉଥିବା ବ୍ୟକ୍ତି ଜଣକ ମୁଦ୍ରିକାରେ ଧୂପକାଠି ବୁଲାଇ ନମସ୍କାର କରି ଫିସ୍‌ଫିସ୍‌ କରି କିଛି କହି ଗରାଖଙ୍କୁ ମୁଦିଟିକୁ ବଢ଼ାଇ ଦେଲେ। ତାଙ୍କୁ ତାଙ୍କୁ ଯେତେବେଳେ ପରିଚୟ ପଚାରିଲି ସେ କହିଲେ ସେଥିରୁ କ’ଣ ମିଳିବ ଆଜ୍ଞା! ପେଟ ପୋଷ ନାହିଁ ଦୋଷ। ଘର ଚଳିବାରେ ଅର୍ଥର ଅଭାବ । ସେଥିପାଇଁ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟିକରି ଦିପଇସା ରୋଜଗାର କରୁଛି। ଏହି ସମୟରେ ଜଣେ ଯୁବକ ଏଠାକୁ ଆସି ତାଙ୍କ ସମସ୍ୟା କହିବାରୁ ସେ କହିଲେ, ସ୍ତ୍ରୀଙ୍କ ପ୍ରତି ଅବହେଳାରୁ କଳହ ଦେଖାଦେଉଛି। ସମାଧାନର ପନ୍ଥା ରହିଛି। ୧ ହଜାର ଟଙ୍କା ଦେବାକୁ ହେବ। ଏକଥା ଶୁଣି ଯୁବକ ଜଣକ କହିଲେ ଏ ଯାଏ ଅବିବାହିତ ରହିଛି । ଘରେ କେତେବେଳେ ମୋର ସ୍ତ୍ରୀକୁ ଅବହେଳା ହେଲା। ଏହାପରେ ଦୁହିଁଙ୍କ ଭିତରେ ଯୁକ୍ତି ତର୍କ ଚାଲିଲା।

ଘଟଣା-୩:ଖୋର୍ଦ୍ଧା ଜିଲାର ବାଲୁଗାଁ ବଜାରରୁ -ଚିଲିକା ରୋଡ୍‌ରେ ଯିବାବେଳେ ନଜର ପଡ଼ିବ ଖୋର୍ଦ୍ଧା କେନ୍ଦ୍ର କୋ-ଅପରେଟିଭ ବ୍ୟାଙ୍କ ବାଲୁଗାଁ ଶାଖା ସମ୍ମୁଖ ରାସ୍ତାକଡ଼ରେ ଗୋଟିଏ ପଞ୍ଜୁରୀ ଭିତରେ ଶୁଆଟିଏ ରଖି ବସିଥାନ୍ତି ଜଣେ ବ୍ୟକ୍ତି ।
ପାଖରେ ରହିଥାଏ କେତୋଟି ଖାମ୍‌। ତାଙ୍କର ପରିଚୟ ବୁଝିବାରେ ସେ କୁହନ୍ତି, ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳରେ ଆମ ଘର। ମୋ ନାଁ ରାମ ପାତ୍ର । ଆଜକୁ ପ୍ରାୟ ୩୦ବର୍ଷ ଧରି ବାଲୁଗାଁ ଅଞ୍ଚଳରେ ରହୁଛି। ଶୁଆ ପାଞ୍ଜି କାମ କରିଆସୁଛି। ଶୁଆକୁ ଏଥିପାଇଁ ପ୍ରାୟ ୨ବର୍ଷ ଧରି ତାଲିମ ଦେଇଛି। ତା’ ପରେ ବିଭିନ୍ନ ଦେବଦେବୀ ଓ ଗ୍ରହ ରାଶିଙ୍କ ନାମ ସମ୍ପର୍କରେ କେତେକ ଲେଖାକୁ ଏକ ଛୋଟ ଛୋଟ ଖାମ ଭିତରେ ସାଇତିକରି ରଖିଥାଏ। ଗରାଖ ଆସିଲେ ଏଠାରେ ୨୦ଟଙ୍କା ରଖିଲେ ଶୁଆ ପଞ୍ଜୁରି ଭିତରୁ ବାହାରି ଆସିଥାଏ। ତା’ପରେ ସାଇତା ହୋଇ ରଖାଯାଇଥିବା ଖାମ୍‌ ମଧ୍ୟରୁ ଯେଉଁ ଖାମ୍‌ଟିକୁ ବାହାରକରେ । ସେହି ଖାମ୍‌ର ଲେଖାକୁ ପଢ଼ି ଗରାଖଙ୍କୁ କହିଥାଏ । ଅବଶ୍ୟ ଏଥିରେ ଟିକେ ବାକ୍‌ଚାତୁରି ଦରକାର। କିଛି ନ ହେଲେ ତ ଲୋକଙ୍କ ମନରେ ଖୁସି ଲାଗିଲା ପରି କିଛି କହିବାକୁ ହୁଏ । ଗରାଖ ଖୁସି ହୋଇ ଶୁଆ ପ୍ରତି ବିଶ୍ୱାସ ଥିବାରୁ ଅର୍ଥଦାନ କରିଥାନ୍ତି। ଶୁଆ ପାଞ୍ଜିରେ ମୋର ପରିବାର ଚଳୁଛି।

ଏ ଘଟଣା ଦିନେ କି ଦୁଇଦିନର ନୁହେଁ, ବର୍ଷର ବିଭିନ୍ନ ସମୟରେ ଏମାନଙ୍କୁ ଦେଖିବାକୁ ମିଳେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ। ଲୋକମାନେ ତାଙ୍କ୍‌ ପାଖକୁ ଯାନ୍ତି ନିଜ ଭାଗ୍ୟ ଭବିଷ୍ୟତ ବିଷୟରେ ବୁଝନ୍ତି, କେବେ ବିଶ୍ୱାସ ଆସିଲେ କିଛି ପାରିଶ୍ରମିକ ଦିଅନ୍ତି ନାହିଁ ତ, ଗାଳି ଗୁଲଜ୍‌ କରି ଫେରି ଆସନ୍ତି। କିଛି ସାମାନ୍ୟ ଅର୍ଥ ପାଇଁ ଖରାବର୍ଷାରେ ବସି ରହୁଥିବା ଏହି ଜ୍ୟୋତିଷମାନଙ୍କ ଉପରେ କିଛି ଲୋକ ବିଶ୍ୱାସ କରି ଯାଉଥିବା ବେଳେ, କିଛି ଲୋକ କେବଳ ମଜା ନେବା ପାଇଁ ଯାନ୍ତି । ଆଉ ଏଇଥିରେ ଚଳେ ଏହି ତଥାକଥିତ ଏହି ଭବିଷ୍ୟବକ୍ତାଙ୍କ ପରିବାର।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri