ଡେଷ୍ଟିନି ୧୨୫-ଏକ୍ସଟେକ୍‌ ବଜାର ପ୍ରବେଶ

ଢେଙ୍କାନାଳ/ ଅନୁଗୋଳ ଅଫିସ,୧୦।୫ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ହିରୋ ମୋଟୋକର୍ପର ଅଧିକୃତ ବିକ୍ରେତା ସୋମ୍‌ ଅଟୋ ପକ୍ଷରୁ ସୋମବାର ଡେଷ୍ଟିନି ୧୨୫ ଏକ୍ସଟେକ୍‌ ସ୍କୁଟରର ବଜାର ପ୍ରବେଶ କରାଯାଇଛି। ଏହି ଉପଲକ୍ଷେ ସୋମ୍‌ ଅଟୋ ଶୋ’ରୁମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝି ଯୋଗଦେଇ କେକ୍‌ କାଟି ଏହାର ଶୁଭାରମ୍ଭ କରିଥିଲେ। ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ସ୍କୁଟରରେ ଅତ୍ୟାଧୁନିକ ଫିଚର ଯଥା- ବ୍ଲୁଟୁଥ୍‌, କନେଷ୍ଟଭିଟି, ଡିଜି ଆନାଲୋଗୋ, ସ୍ପିଡୋମିଟର ଏବଂ ଏଲଇଡି ହେଡ୍‌ ଲ୍ୟାମ୍ପ ଆଦି ରହିଛି। ୫ଟି ରଙ୍ଗରେ ଏହି ସ୍କୁଟର ଉପଲବ୍ଧ। ଏହି ସ୍କୁଟର ଗ୍ରାହକମାନଙ୍କ ଚାହିଦାକୁ ପୂରଣ କରିପାରିବ ବୋଲି ସୋମ୍‌ ଅଟୋର ସ୍ବତ୍ୱାଧିକାରୀ ହର୍ଷବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି। ଏହି ଉତ୍ସବରେ ସୋମ୍‌ ଅଟୋର ସମସ୍ତ କର୍ମଚାରୀ ଓ ଗ୍ରାହକ ବନ୍ଧୁ ଉପସ୍ଥିତ ଥିଲେ।
ସେହିପରି ଅନୁଗୋଳସ୍ଥିତ ଶଙ୍କର ସିନେମା ରୋଡ୍‌ରେ ଥିବା ଗିଏସ୍‌ ସେଣ୍ଟରଠାରେ ପାର୍ବତୀ ହିରୋ ପକ୍ଷରୁ ହିରୋ ଡେଷ୍ଟିନି ୧୨୫ ଏକ୍ସଟେକ୍‌ ଗାଡ଼ିର ଶୁଭ ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ହିରୋ କମ୍ପାନୀ ଟେରିଟୋରୀ ମ୍ୟାନେଜର ତାବିସ୍‌ ଇକବାଲଙ୍କ ସହିତ ପାର୍ବତୀ ହିରୋର ସ୍ବତ୍ୱାଧିକାରୀ ଅଶୋକ ମାଣ୍ଡୋଠିଆ, ଶ୍ରୀରାମ ମାଣ୍ଡୋଠିଆ, ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ଅନୁଗୋଳ ଶାଖା ଅଧ୍ୟକ୍ଷ ରାଜ କୁମାର ଶୁକ୍ଳା, ପବନ ମାଣ୍ଡୋଠିଆ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ବର୍ଗର ଲୋକଙ୍କୁ ଆକର୍ଷିତ କଲା ଭଳି ଏହି ଗାଡ଼ିରେ ବହୁ ଅତ୍ୟାଧୁନିକ ଫିଚର ଦିଆଯାଇଥିବା ପାର୍ବତୀ ହିରୋର ସ୍ବତ୍ୱାଧିକାରୀ ଅଶୋକ ମାଣ୍ଡୋଠିଆ କହିଛନ୍ତି।