Posted inଜାତୀୟ

ବିରୋଧ ସତ୍ତ୍ୱେ ୨ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ 

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୩ଟି କୃଷି ବିଧେୟକ ମଧ୍ୟରୁ ୨ଟିକୁ ମଞ୍ଜୁରୀ ମିଳିଛି। କୃଷି ଉତ୍ପାଦନ ବ୍ୟବସାୟ ବିଧେୟକ-୨୦୨୦ ଏବଂ ମୂଲ୍ୟ ଅଶ୍ୱାସନ କୃଷି ସେବା ବିଧେୟକ-୨୦୨୦କୁ ରାଜ୍ୟ ସଭାରେ ମଞ୍ଜୁର କରାଯାଇଛି। ରାଜ୍ୟ ସଭାର କାର୍ଯ୍ୟକାଳ ଅପରାହ୍ନ ୧ଟା ଶେଷ ହୋଇଥାନ୍ତା। ତେବେ କୃଷି ବିଧେୟକର ଅନୁମୋଦନ ପାଇଁ ସମୟ ସୀମାକୁ ବଢ଼ାଯାଇଥିଲା। ବିରୋଧୀ ଦଳ ସଦସ୍ୟ ବିଧେୟକକୁ ବିରୋଧ କରି ରୁଲକ ବୁକ୍‌ ଚିରିବା ସହିତ ମାଇକ୍‌ ଭାଙ୍ଗି ଦେଇଥିଲେ। ଧ୍ୱନି ମତରେ ବିଧେୟକଗୁଡ଼ିକୁ ଅନୁମୋଦିତ କରାଯାଇଥିଲା। ଏହାପରେ ଗୃହର କାର୍ଯ୍ୟକାଳକୁ ସୋମବାର ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ବିଧେୟକକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ, ଏହି ବିଲ୍‌ କୃଷକଙ୍କ ଜୀବନରେ ବହୁ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବ। ଦେଶର ଯେକୌଣସି ସ୍ଥାନରେ ନିଜ ଉତ୍ପାଦିତ ଫସଲକୁ ବିକ୍ରି କରିବାର ସ୍ବାଧୀନତା କୃଷକମାନେ ପାଇପାରିବେ। ଏହା ସର୍ବନିମ୍ନ ସହାୟକ ମୂଲ୍ୟ ସହିତ କୌଣସି ସମ୍ପର୍କ ରଖେ ନାହିଁ ବୋଲି ତୋମାର କହିଛନ୍ତି। ଏହାକୁ ବିରୋଧ କରି ସିପିଆଇଏମ୍‌ର ଏମ୍‌ପି କେ.କେ. ରାଗେଶ କହିଲେ ଯେ, ସରକାର ଏହ ମାଧ୍ୟମରେ କର୍ପୋରେଟ କ୍ଷେତ୍ରଗୁଡ଼ିକ ପାଇଁ ପ୍ୟାକେଜ ଆଣିଛନ୍ତି। ତେବେ ଏହାଦ୍ୱାରା କୃଷକଙ୍କ କ୍ଷତି ହେବ। କଂଗ୍ରେସ ଏମ୍‌ପି ପ୍ରତାପ ସିଂ ବାଜଓ୍ବା କହିଲେ ଯେ, ଏହି ବିଲ୍‌ କୃଷକଙ୍କ ଆତ୍ମା ଉପରେ ଆକ୍ରମଣ କରିବ। ଏହା ସହମତି ମୃତ୍ୟ ପରଓ୍ବାନରେ ଦସ୍ତଖତ କରିବା ଭଳି। ବିଲ୍‌କୁ ନେଇ ଭାଜପା ଏମ୍‌ପି ଭୂପେନ୍ଦ୍ର ଯାଦବ କଂଗ୍ରେସକୁ ବିରୋଧ କରି କହିଥିଲେ ଯେ, ଗତ ୬୦ ବର୍ଷ ମଧ୍ୟରେ ଦେଶର କୃଷକଙ୍କ ପାଇଁ କଂଗ୍ରେସ କିଛି ବି କରି ନାହିଁ। କୃଷକ କଂଗ୍ରେସ ପାଇଁ କେବଳ ଭୋଟ ବ୍ୟାଙ୍କ ସାଜିଛନ୍ତି। ଏବେ ଭାଜପା ସରକାରକୁ କଂଗ୍ରେସ କେବଳ ବିରୋଧ କରିବା ଜାରି ରଖିଛି। ଏନେଇ ତୃଣମୂଳ କଂଗ୍ରେସ ଏମ୍‌ପି ଡେରେକ୍‌ ଓ ବାୟନ କହିଲେ ଯେ, ଭାଜପା ସରକାର କେବଳ ପ୍ରତିଶ୍ରୁତି ଦେଇଜାଣେ ମାତ୍ର ଏହାକୁ ପୂରଣ କରି ପାରେନା। ସୂଚନାଯୋଗ୍ୟ, ଏହି ୨ଟି କୃଷି ବିଧେୟକକୁ ପୂର୍ବରୁ ଲୋକ ସଭାରେ ମଞ୍ଜୁରୀ ମିଳି ସାରିଛି। ଏବେ ଏହାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri