ତାତିକୁ ଖାତିର ନ କରି ଚାଲିଛି ପ୍ରଚାର

ଝାରସୁଗୁଡ଼ା ଅଫିସ,୨୧।୫: ବ୍ରଜରାଜନଗର ଉପନିର୍ବାଚନକୁ ଆଉ ୧୦ଦିନ ବାକି ରହିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ଖରାକୁ ଖାତିର ନ କରି ଦଳୀୟ ସମର୍ଥକଙ୍କୁ ସାଙ୍ଗରେ ଧରି ଗାଁକୁ ଗାଁ ବୁଲୁଛନ୍ତି। ଏଥିରେ ପ୍ରମୁଖ ୪ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସ ଓ ସିପିଆଇ ଆଗରେ ରହିଛନ୍ତି।
ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ଦଳର ହେଭିଓ୍ବେଟ୍‌ ନେତା ଓ କର୍ମୀମାନଙ୍କ ସହ ସଭାସମିତି ମାଧ୍ୟମରେ ପ୍ରଚାର ଚଳାଇଛନ୍ତି। ସେ ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଅଞ୍ଚଳବାସୀଙ୍କ ସହଯୋଗରେ ଚେଷ୍ଟା କରିବେ ବୋଲି ଲୋକଙ୍କୁ କଥା ଦେଇ ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା କରୁଛନ୍ତି। ସେହିପରି ଭାଜପା ପ୍ରାର୍ଥିନୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଦଳର ଏମ୍‌ପି, ବିଧାୟକଙ୍କୁ ସାଙ୍ଗରେ ଧରି କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ନେଇ ପ୍ରଚାର କରୁଛନ୍ତି। ସେ ବିଧାୟିକା ଥିବା ସମୟରେ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରିଥିବାବେଳେ ଏବଂ ଏହି ଉପନିର୍ବାଚନରେ ବିଜୟୀ ହେଲେ ବାକି ଥିବା ବିକାଶ କାର୍ଯ୍ୟ କରିବେ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ଦଳର ବରିଷ୍ଠ ନେତୃବୃନ୍ଦ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ଧରି ସହରଠୁ ଗାଁ ପର୍ଯ୍ୟନ୍ତ ପ୍ରଚାର ଚଳାଇଛନ୍ତି। ସେ ଭୋଟରଙ୍କୁ ଭେଟି ଏହି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ରହିଥିଲା, କଂଗ୍ରେସ ଶାସନ ସମୟରେ ଅଞ୍ଚଳର ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହେଲାପରେ ଯେଉଁ ହିସାବରେ ବିକାଶ ହେବା କଥା ତାହା ହୋଇପାରୁନାହିଁ। ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି। ଚଳିତ ଉପନିର୍ବାଚନରେ ତାଙ୍କୁ ଭୋଟ୍‌ ଦେଇ ଜୟଯୁକ୍ତ କଲେ ଏ ଅଞ୍ଚଳରେ ଆଶାନୁରୂପକ ବିକାଶ ହେବ ବୋଲି ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳୁଛି। ସେହିପରି ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ତାଙ୍କ ଦଳବଳ ଧରି ପ୍ରଚାର କରୁଥିବାବେଳେ ସିପିଆଇର ବରିଷ୍ଠ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରସନ୍ନ ପଣ୍ଡା ଏଠାରୁ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଠାରେ ବହୁ ପ୍ରସନ୍ନପ୍ରେମୀ ଭୋଟର ରହିଛନ୍ତି। ପୁଣି ଏଠାରେ ଲୋକେ ସିପିଆଇ ପ୍ରତି ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି। ଏମାନଙ୍କ ବ୍ୟତୀତ ସ୍ବାଧୀନ ପ୍ରାର୍ଥୀମାନେ ଦଳୀୟ ପ୍ରାର୍ଥୀଙ୍କ ଅପାରଗତାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି। ଅଞ୍ଚଳର କେତେକ ମୌଳିକ ସମସ୍ୟାକୁ ପ୍ରସଙ୍ଗ କରି ଲୋକଙ୍କୁ ଭୋଟ୍‌ ଭିକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri