Categories: ଖେଳ

ପରାଜିତ ହୋଇ ବି ଆଦିତିଙ୍କୁ ନେଇ ମିଡ଼ିଆରେ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ବଢାଇଲେ ମନୋବଳ…

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିବାରେ ଗଲ୍ଫର୍‌ ଆଦିତି ଅଶୋକ ବଞ୍ଚିତ ହୋଇଛନ୍ତି। ଆଦିତି ଗଲ୍ଫ ଇଭେଣ୍ଟରେ କମ୍‌ ବ୍ୟବଧାନରେ ପଦକ ରୁ ବଞ୍ଚିତ ହୋଇଛନ୍ତି। ଖରାପ ପାଗ ଯୋଗୁ ଚତୁର୍ଥ ରାଉଣ୍ଡରେ ତିନି-ଅଣ୍ଡର ୬୮ ସ୍କୋର ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ତାଙ୍କ ଉଦ୍ୟମକୁ ନେଇ ସମଗ୍ର ଦେଶ ଗର୍ବିତ। ପରାଜିତ ହୋଇ ମଧ୍ୟ ବେଙ୍ଗାଲୁରୁ ବାସିନ୍ଦା ୨୩ ବର୍ଷ ବୟସ୍କା ଆଦିତିଙ୍କୁ ନେଇ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲ୍ଫର ଆଦିତିଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାରେ ସେ ବଞ୍ଚିତ ହୋଇ ମଧ୍ୟ ଏକ ଇତିହାସ ସୃଷ୍ଟି କରିଛନ୍ତି।

ଆଦିତ୍ୟଙ୍କ ସାମଗ୍ରିକ ସ୍କୋର ୧୫-ଅଣ୍ଡର ୨୬୯ ରହିଥିବାବେଳେ ସେ ଦୁଇଟି ଷ୍ଟ୍ରୋକରୁ ବଞ୍ଚିତ ହୋଇଥିଲେ।
ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଆଦିତି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଛନ୍ତି। ଆଦିତିଙ୍କ କୌଶଳ ଏବଂ ନିଷ୍ଠା ସ୍ବାଗତ ଯୋଗ୍ୟ। ଅଳ୍ପ ବ୍ୟବଧାନରେ ଏକ ପଦକରୁ ବଞ୍ଚିତ ହୋଇ ବି ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ଆଦିତିଙ୍କୁ ଶୁଭକାମନା ଜଣାଇଛନ୍ତି।

Share