ଖରିଫ ଧାନକିଣାରେ ହେରଫେର: ଚାଷୀଙ୍କ ୬ କୋଟି ଟଙ୍କା ଆତ୍ମସାତ୍‌

ଖୋର୍ଦ୍ଧା ଅଫିସ,୧୫ା୯: ୨୦୨୧-୨୨ ବର୍ଷ ଲାଗି ଖରିଫ ଧାନକିଣାର ଶେଷ ଦିବସ ମାର୍ଚ୍ଚ ୩୧ତାରିଖ ରହିଥିଲା। ଏହାର ୬ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୫ରେ ପ୍ରଶାସନ ଧାନକିଣା ସାରିଦେଲା। ୧୩ ଲକ୍ଷ ୫୨ ହଜାର ୮୪୧ କୁଇଣ୍ଟାଲ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଥିଲା। ତେବେ ୧୩ ଲକ୍ଷ ୧୬ହଜାର କୁଇଣ୍ଟାଲ ଧାନ କିଣାଗଲା। ୩୬ହଜାର ୮୪୧ କୁଇଣ୍ଟାଲ ଧାନ କିଣାଯାଇପାରିଲା ନାହିଁ। ଧାନ ବିକ୍ରି ଲାଗି ଜିଲାରେ ୧୫୪ଟି ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ୪୬ହଜାର ୭୧୯ ଚାଷୀ ପଞ୍ଜିକୃତ କରିଥିଲେ। ୩୯ହଜାର ୭୧୯ ଚାଷୀ ଧାନ ବିକ୍ରି କରିପାରିଥିବା ବେଳେ ୭ହଜାର ଚାଷୀ ଟୋକନ ଲାପ୍ସ ଯୋଗୁ ବଞ୍ଚିତ ହୋଇଥିଲେ। ଧାନକିଣାରେ ଦୁର୍ନୀତି ହୋଇଥିବା ଏବଂ ଏ ବାବଦକୁ ପ୍ରାୟ ୬କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲେ ବି ଏପର୍ଯ୍ୟନ୍ତ ପ୍ରଶାସନ ଚୁପ୍‌ ବସିଛି। ସରକାରୀ ଫାଇଲ ତଳେ ଅଭିଯୋଗକୁ ଚାପି ଦିଆଯାଇଛି।

ଧାନକିଣାରେ ଅବ୍ୟବସ୍ଥା, ମିଲ ମାଲିକଙ୍କ ମନମୁଖି ଯୋଗୁ ଚାଷୀ ଅଭାବୀ ବ୍ରିକିର ସମ୍ମୁଖୀନ ହୋଇଥିଲେ। ଏହାର ସୁଯୋଗରେ ଆନ୍ଧ୍ର ବେପାରୀ ଗାଁକୁ ଆସି ସରକାରୀ ଧାର୍ଯ୍ୟଦରଠାରୁ କମ୍‌ ମୂଲ୍ୟରେ ଶତାଧିକ ଟନ ଧାନ କିଣି ନେଇଥିଲେ। ଜିଲାରେ ଧାନକିଣା ବିଳମ୍ବ ହୋଇଥିଲା। ମଣ୍ଡି ସ୍ବାଭାବିକ ହେବାବେଳକୁ ଟୋକନ ଅବଧି ସରିଗଲା। ଏଥିଯୋଗୁ ସମିତି ସମ୍ପାଦକମାନେ ଧାନ କିଣିବାକୁ ମନା କରିଦେଇଥିଲେ। ଅନ୍ୟପଟେ ଧାନର ମାନ ଉପଯୁକ୍ତ ନ ଥିବା କହି କଟ୍‌ନିଛଟ୍‌ନି କରାଯାଇଥିଲା। ଅସାଧୁ କର୍ମଚାରୀ ଓ ମିଲ୍‌ ମାଲିକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ପ୍ରାୟ ୪କୋଟି ଟଙ୍କା ଖାଇ ଗଲେ। ସେହିପରି ଝୋଟ ଅଖା ବାବଦରେ ମଧ୍ୟ ପ୍ରାୟ କୋଟିଏ ଟଙ୍କା ଚଳୁ କରିଦେଲେ। ପରିବହନ ଓ ଶ୍ରମିକଙ୍କ ବାବଦକୁ ଚାଷୀ ଜଣ ପିଛା ୩ରୁ ୪ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଅନ୍ୟପଟେ ମିଲ୍‌ ମାଲିକମାନେ ଦଲାଲଙ୍କ ମାଧ୍ୟମରେ ଧାର୍ଯ୍ୟ ଦରଠାରୁ କମ୍‌ ମୂଲ୍ୟରେ ଧାନ କିଣି ଗୋଦାମରେ ଷ୍ଟକ ରଖିଲେ। ପୁଣି ସେହି ଧାନକୁ ନକଲି ଚାଷୀଙ୍କ ନାଁରେ ଖାତାରେ ଚଢାଇ ଲକ୍ଷାଧିକ ଟଙ୍କା ଲୁଟିଲେ। ଏବାବଦକୁ ପ୍ରାୟ ୧କୋଟି ଟଙ୍କା ଖାଇଗଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri