ପ୍ରତିକୂଳ ପାଗ ସତ୍ତ୍ୱେ ବହୁସଂଖ୍ୟାରେ ଦେଖାଦେଲେ ଡଲ୍‌ଫିନ୍‌

ରାଜନଗର,୨୨ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୌନ୍ଦର୍ଯ୍ୟଭରା ପ୍ରାକୃତିକ ବିଭବ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଆମତ୍ବିଭୋର କରିଦେଉଛି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଳ ମାଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ସାଙ୍ଗକୁ ବିଦେଶାଗତ ପକ୍ଷୀଙ୍କ ସମାଗମ ଭିତରକନିକା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ଏବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀର ମୁହାଣରେ ଡଲ୍‌ଫିନ୍‌ମାନଙ୍କ ଜଳକ୍ରୀଡ଼ା ପର୍ଯ୍ୟଟକମାନଙ୍କୁ ବେଶ୍‌ ଆକର୍ଷିତ କରିବାରେ ଲାଗିଛି। ରାଜନଗର ବନ ବିଭାଗ ପକ୍ଷରୁ ଡଲ୍‌ଫିନ୍‌ ଗଣନା ୨୦ରୁ ଆରମ୍ଭ ହୋଇ ସୋମବାର ପର୍ଯ୍ୟନ୍ତ ଚାଲିବ। ପାଗ ପ୍ରତିକୂଳ ସତ୍ତ୍ୱେ ଗଣନାକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଏବଂ ନଦୀରେ ୯ଟି ଗଣନାକାରୀ ଟିମ୍‌ ଡଲ୍‌ଫିନ୍‌ ଗଣନା କରୁଛନ୍ତି।
ମିଳିଥିବା ସୂଚନା ମୁତାବକ, ଚିଞ୍ଚତ୍ରି ମୁହାଣଠାରୁ ଅଗରନାସୀ ମଧ୍ୟରେ ଗଣନାକାରୀ ଟିମ୍‌ ଇରାୱାଡି ଡଲ୍‌ଫିନ୍‌ଙ୍କ ୫ଟି ଗ୍ରୁପ୍‌କୁ ଦେଖିବାକୁ ପାଇଥିବା ବେଳେ ବାବୁବାଲିରୁ ଏକକୁଳା ମଧ୍ୟରେ ଗଣନାକାରୀ ଟିମ୍‌ ଗୋଟିଏ ଗ୍ରୁପ୍‌ରେ ଶତାଧିକ ଡଲ୍‌ଫିନ୍‌ଙ୍କୁ ଦେଖିଥିବା ସୂଚନା ମିଳିଛି। ଇରାୱାଡି ଡଲ୍‌ଫିନ୍‌ ସହ ହମ୍ପବ୍ୟାକ୍‌, ବଟଲନୋଜ୍‌, ସ୍ପିନର ପ୍ରଜାତିର ଡଲ୍‌ଫିନ୍‌ ଦେଖିବାକୁ ପାଇଛନ୍ତି। ୨ବର୍ଷ ଧରି ଡିସେମ୍ବରରେ ଡଲ୍‌ଫିନ୍‌ଙ୍କ ଗଣନା କରାଯାଇଛି। ପାଗ ଅନୁକୂଳ ଥିବାରୁ ଅଧିକ ସଂଖ୍ୟାରେ ଡଲ୍‌ଫିନ୍‌ ଦେଖିବାକୁ ମିଳିଥିଲା। ୨୦ ଓ ୨୧ ତାରିଖ ୨ଦିନ ପ୍ରତିକୂଳ କୋହଲା ପାଗ ସତ୍ତ୍ୱେ ଗଣନାବେଳେ ବହୁ ସଂଖ୍ୟାରେ ଡଲ୍‌ଫିନ୍‌ ସହ ଶାବକଙ୍କୁ ଦେଖିବାକୁ ମିଳିଥିବା ଗଣନାକାରୀ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ଏହି ଖବର ଭିତରକନିକା ଓ ଗହୀରମଥା ପାଇଁ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍‌ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଷ୍ପତ୍ତିକ୍ରମେ ୨୦୧୫ଠାରୁ ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯାଉଛି। ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା ପାଇଁ ୯ଟି ଟିମ୍‌ ଗଠନ କରାଯାଇଛି। ଆଉଟର ହୁଇଲରରୁ ଚିଞ୍ଚତ୍ରି ମାଉଥ୍‌, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଈପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍‌ ଭାୟା ନଳିତାପାଟିଆ, କାଳିଭଞ୍ଜଡିଅଁା, ଜମ୍ବୁ ଖରନାସୀରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏଁ ୯ଟି ଗ୍ରୁପ୍‌ ଗଣନା କରୁଛନ୍ତି। ସମୁଦ୍ର ମଧ୍ୟରେ ୫ଟି ଟିମ୍‌ ଓ ନଦୀ, କ୍ରିକ୍‌ରେ ୪ଟି ଟିମ୍‌ ଡଲ୍‌ଫିନ୍‌ଙ୍କର ଗଣନା କରୁଛନ୍ତି। ପୂର୍ବବର୍ଷର ରିପୋର୍ଟ ଅନୁସାରେ ଭିତରକନିକା ସଂଲଗ୍ନ ନଦୀ, କ୍ରିକ୍‌ ଓ ସମୁଦ୍ରରେ ଇରାୱାଡି, ବଟଲ୍‌ନୋଜ୍‌, ହମ୍ପବ୍ୟାକ୍‌, ଫିନ୍‌ଲେସ୍‌ ପରିପଏସ୍‌ ଓ ଗାଙ୍ଗେଟିକ୍‌ ପ୍ରଭୃତି ୫ ପ୍ରଜାତିର ଡଲ୍‌ଫିନ୍‌ ଦେଖାଦେଇଥିଲେ। ଚିଲିକା ଅଞ୍ଚଳରେ କେବଳ ଇରାୱାଡି ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାଆନ୍ତି। ଭିତରକନିକାରେ ୫ ପ୍ରକାର ଡଲ୍‌ଫିନ୍‌ ଦେଖାଯାଉଛନ୍ତି। ଗତବର୍ଷ ଗଣନା ସମୟରେ ସାରା ଓଡ଼ିଶାରେ ୭୩୩ଟି ଡଲ୍‌ଫିନ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଚିହ୍ନଟ ହୋଇଥିଲା। ନବେ ଦଶକରୁ ଗହୀରମଥା, ଭିତରକନିକା ବଉଳା କୁମ୍ଭୀର ଏବଂ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ ଥିବାବେଳେ ଏବେ ଡଲ୍‌ଫିନ୍‌ମାନଙ୍କ ସର୍ବାଧିକ ସମାଗମ ପୁଣି ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଗହୀରମଥା ଆଉ ପାଦେ ଆଗକୁ ଯିବା ସହିତ ଡଲ୍‌ଫିନ୍‌ଙ୍କ ଅନ୍ତୁଡ଼ିଶାଳ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri