୬୨ ଲକ୍ଷ ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ସୁଧୁରୁନି

ପଟ୍ଟାମୁଣ୍ଡାଇ,୨୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ଜୀବନରେଖା କୁହାଯାଉଥିବା ଉତିକଣ ବନ୍ୟା ବନ୍ଧ ରାସ୍ତା ନିର୍ମାଣରେ ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ସୁଧୁରୁନାହିଁ ବୋଲି ଅଭିଯୋଗ ହେଉଛି। ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ସେହିପରି ବକ୍ତାରପୁର-ମଦନପୁର ପୂର୍ତ୍ତ ବିଭାଗ ତଳ ରାସ୍ତାଟି ଖାଲଖମା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହେଉଛି। ଏହି ରାସ୍ତା ଉପରେ ଦୈନିକ ଶତାଧିକ ଲୋକ ନିର୍ଭର କରୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ରାଜନଗର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୧୮ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଶିଥିଳତା ଦେଖାଦେଇଛି। ବିକାଶମୂଳକ କାର୍ଯ୍ୟର ତ୍ୱରାନ୍ବିତ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଛି। ଫଳରେ ଏହି ଅଞ୍ଚଳର ଅବସ୍ଥା ଦୟନୀୟ ହୋଇପଡିଛି।

ପଟ୍ଟାମୁଣ୍ଡାଇ-ମଦନପୁର ୧୫ କି.ମି. ଉତିକଣ ବନ୍ୟାବନ୍ଧ ରାସ୍ତା ଜଳସେଚନ ଓ ପୂର୍ତ୍ତ ବିଭାଗର ଦ୍ୱୈତ ଶାସନରେ ଥିବାରୁ ରକ୍ଷଣାବେକ୍ଷଣ ଓ ମରାମତି ହୋଇପାରୁନାହିଁ। ଆବଶ୍ୟକ ମରାମତି ଅଭାବରୁ ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇଛି। ଗାଡି ମୋଟର ତ ଦୂର କଥା ଖାଲି ପାଦରେ ଯିବା ଅସମ୍ଭବ ହୋଇପଡୁଛି। ଦୈନିକ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏହାର ମରାମତି ପାଇଁ ଜନସାଧାରଣ ଦାବି କରି ଆସୁଛନ୍ତି। ବିଧାନସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇଠାରୁ ରାଜନଗର ଉତିକଣ ବନ୍ୟା ବନ୍ଧ ରାସ୍ତା ନିର୍ମାଣ ପାଇଁ ସରକାରୀ ତହବିଲରୁ ୨୦୨୦/୨୧ ଆର୍ଥତ୍କ ବର୍ଷରେ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ନିର୍ମାଣ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ମଲ୍ଲିକଙ୍କ ଉତ୍ତରରେ ଉକ୍ତ ଆର୍ଥତ୍କ ବର୍ଷରେ ୬୨ ଲକ୍ଷ ୬୪ ହଜାର ୪୧୮ ଟଙ୍କା ଖର୍ଚ୍ଚ କରାଯାଇଥିବା କହିଥିଲେ। ଏତେ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଉତିକଣ ବନ୍ୟା ବନ୍ଧ ରାସ୍ତାରେ କୌଣସି ଉନ୍ନତି ହୋଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଉତିକଣ ବନ୍ୟା ବନ୍ଧରେ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଥିବା ଅର୍ଥ ବାସ୍ତବରେ ଏହା ଠିକ୍‌ ନୁହେଁ ବୋଲି ରାସ୍ତାର ଅବସ୍ଥାରୁ ସହଜରେ ଅନୁମେୟ । ସେହିପରି ପୂର୍ତ୍ତ ବିଭାଗର ପଟ୍ଟାମୁଣ୍ଡାଇ ଏମ୍‌ଏନ୍‌ ହାଇସ୍କୁଲଠାରୁ ମଦନପୁର ପର୍ଯ୍ୟନ୍ତ ୧୪ କିମି ରାସ୍ତା ଗତ ୨ ବର୍ଷ ହେଲା ନିର୍ମାଣ କି ମରାମତି ହେଉନାହିଁ ବୋଲି ସାଧାରଣରେ କୁହାଯାଉଛି। ମାତ୍ର ରାସ୍ତାର ବହୁ ସ୍ଥାନରେ ଖାଲଖମା ହୋଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟ ସରକାରଙ୍କ ତହବିଲରୁ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଣଦେଖା ନୀତି ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ରାଜ୍ୟ ସରକାର, ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ସବୁ ଦିନିଆ ରାସ୍ତା ନିର୍ମାଣ କାରିବା ସହ ୨୦୨୦/୨୧ ଆର୍ଥତ୍କ ବର୍ଷରେ ଉତିକଣ ବନ୍ୟା ବନ୍ଧ ରାସ୍ତାରେ ଖର୍ଚ୍ଚ କରାଯାଇଥିବା ଟଙ୍କାର ଭିଜିଲାନ୍ସ ତଦନ୍ତ କରାଯିବା ଦରକାର ବୋଲି ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ କହିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଏସ୍‌ଡିଓ ରାମଚନ୍ଦ୍ର ନାୟକଙ୍କୁ ପଚାରିବାରେ ଉତିକଣ ବନ୍ୟା ବନ୍ଧ ଅବସ୍ଥା ସୁଧାରିବାକୁ ଚେଷ୍ଟା କରାଯିବ। ସେହିପରି ବକ୍ତାରପୁର-ମଦନପୁର ପୂର୍ତ୍ତ ବିଭାଗ ତଳ ରାସ୍ତାଟି ମଧ୍ୟ ଖୁବ୍‌ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri