Posted inଖେଳ

ରୋହିତଙ୍କ ଶତକ ସତ୍ତ୍ୱେ ହାରିଲା ମୁମ୍ବାଇ

ମୁମ୍ବାଇ,୧୫ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରବିବାର ଡବଲ ହେଡର ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ ନିକଟରୁ ୨୦ ରନ୍‌ରେ ହାରିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୨୦୬ ରନ୍‌ କରିଥିଲା। ଜବାବରେ ମୁମ୍ବାଇର ୬ ଉଇକେଟ ହରାଇ୧୮୬ ରନ୍‌ କରିଥିଲା। ରୋହିତ ଶର୍ମା ୧୦୫ ରନ୍‌ କରିଥିଲେ ମଧ୍ୟ ମୁମ୍ବାଇ ମ୍ୟାଚ ହାରି ଯାଇଥିଲା।

ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବୋଲିଂ କରିଥିଲା। ଟପ୍‌ ଅର୍ଡରରେ ଅଜିଙ୍କ୍ୟ ରାହାନେ ୫ ଓ ରାଚିନ୍‌ ରବୀନ୍ଦ୍ର ୨୧ ରନ୍‌ ବିଫଳ ହୋଇଥିଲେ। ତେବେ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ସହ ଶିବମ ଦୁବେ କ୍ରିଜରେ ଯୋଗ ଦେଇ ୯୦ ରନ୍‌ ଯୋଡିଥିଲେ। ଗାଏକ୍ୱାଡ ୪୦ ବଲ୍‌ ଖେଳି ୫ଟି ଲେଖାଏ ଛକା ଓ ଚୌକା ମାରି ୬୯ ରନ୍‌ କରିଥିଲେ। ଅନ୍ୟ ପକ୍ଷରେ ଶେଷ ଯାଏ ଅପରାଜିତ ଥିବା ଦୁବେ ୩୮ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ମାରିଥିଲେ। ମହେନ୍ଦ୍ର ସିଂ ଧୋନୀ ବ୍ୟାଟିଂ କରିବାକୁ ଆସିଥିବା ବେଳେ ମାତ୍ର ୪ ବଲ୍‌ ଖେଳି ୨୦ ରନ୍‌ କରିଥିଲେ॥ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହ୍ୟାଟ୍ରିକ୍‌ ଛକା ମାରିଥିଲେ ଧୋନୀ।

ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨, ଜେରାଲ୍ଡ କୋଜି ଓ ଶ୍ରେୟସ ଗୋପାଳ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୦୭ ରନ୍‌ ଲକ୍ଷ୍ୟରେ ରୋହିତ ଓ ଇଶାନ କିଶନ(୨୩) ପ୍ରଥମ ଉଇକେଟରେ ୭୦ ରନ୍‌ ଯୋଡିଥିଲେ। ଗୋଟିଏ ପଟରୁ ଆକ୍ରମଣ କରି ରୋହିତ ୬୩ ବଲ ଖେଳି ୧୧ ଚୌକା ଓ ୫ ଛକା ମାରିଥିଲେ। ତେବେ ଅନ୍ୟ ପଟରୁ ଉଇକେଟ ପଡି ଚାଲିଥିଲା। ତିଳକ ବର୍ମା ୩୧ ଓ ଟିମ ଡେଭିଡ୍‌ ୧୩ ରନ୍‌ କରିଥିଲେ। ଚେନ୍ନାଇ ପକ୍ଷରୁ ମଥିଶା ପଥିରାନା ୪, ତୁଷାର ଦେଶପାଣ୍ଡେ ଓ ମୁସ୍ତାଫିଜୁର ରେହମାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri