ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀ ହେବାକୁ ମନସ୍ଥ କରିଥିବା ଆଲୋଚନା ହେଉଛି। ଏଭଳି ହେଲେ ନିର୍ବାଚନୀ ଝଡ଼ ନିର୍ଣ୍ଣାୟକ ହେବ। କେତେଜଣ ରାଜନୈତକ ସମୀକ୍ଷକଙ୍କ କହିବାନୁସାରେ, ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ ଏଥିମଧ୍ୟରେ ବିଜେଡି ପ୍ରାର୍ଥୀ ଘୋଷଣା ସାରିଛି। ଏହି ଦଳ ଗତ ଥରର ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରି ଟିକେଟ ଦେବାକୁ ଘୋଷଣା କରିଛି। କିନ୍ତୁ ଭାଜପା କିମ୍ବା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି। ଭାଜପାରେ ୨ ଜଣ ଆଶାୟୀ ଅଛନ୍ତି। ସେମାନେ ହେଲେ ବିଜେଡି ଛାଡ଼ି ନୂଆକରି ଭାଜପାରେ ଯୋଗଦେଇଥିବା ଅମରେନ୍ଦ୍ର ଦାସ ଓ ଦଳ ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର। ଅମରେନ୍ଦ୍ର ଏକପ୍ରକାର ଭାଜପା ଟିକେଟ ପାଇବା ଚୂଡ଼ାନ୍ତ ହୋଇଥିବା ପ୍ରଚାର ହେବା ପରେ ସତ୍ୟବ୍ରତ ତାଙ୍କ ସମର୍ଥକମାନଙ୍କ ସହ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚତ୍ ଟିକେଟ୍‌ ଦାବି କରିଥିଲେ। ଦଳ ଅମରେନ୍ଦ୍ରଙ୍କ ଭଳି ଯୁବନେତାଙ୍କୁ ପାଇ ଶକ୍ତି ବୃଦ୍ଧି କରିଛି। କିନ୍ତୁ ପୁରୁଣା ନେତା ଓ କର୍ମୀଙ୍କ ମନରେ ଆଘାତ ଦେବାକୁ ଚାହୁଁନି। ଏଭଳି ସ୍ଥିତିରେ ଦଳ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାରେ ବିଳମ୍ବ ହେଉଛି। ଅପରପକ୍ଷେ କଂଗ୍ରେସର ଚିନ୍ତା ବଢ଼ିଯାଇଛି। କାରଣ ଏହି ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି। ତାଙ୍କ ବିକଳ୍ପ ଭାବେ ଦଳ ନୂଆ ନେତା ବାଛି ପାରୁନାହିଁ। ଏହା ଭିତରେ ଚିରଞ୍ଜୀବଙ୍କ ସାନଭାଇ ରଞ୍ଜୀବ କିମ୍ବା ବାଲିକୁଦା-ଏରସମା କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସେମାନଙ୍କ ଭିତରୁ ଯେକେହି ରାଜିହେଲେ ଦଳ ପ୍ରାର୍ଥୀ ଘୋଷଣା କରିପାରେ। ନଚେତ୍‌ ଭାଜପା ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଗୋଟିଚାଳନା କରିବ। ଅର୍ଥାତ୍‌ ଅସନ୍ତୁଷ୍ଟ ନେତାଙ୍କୁ ଆମଦାନୀ ସହ ପ୍ରାର୍ଥୀ କରିବାକୁ ଚେଷ୍ଟା କରିବ। ଭାଜପା ଓ କଂଗ୍ରେସ ଏଭଳି ଅଡ଼ୁଆ ପରିସ୍ଥିତିରେ ଥିଲାବେଳେ ବିଜେଡି ଗତ ୩ ତାରିଖରେ ପ୍ରାର୍ଥୀ ଘୋଷଣା କରି ଆଗୁଆ ଅଛି। ହେଲେ ଏଥିମଧ୍ୟରେ ୧୧ ଦିନ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ପ୍ରଚାର ମଇଦାନକୁ ଓହ୍ଲାଇନାହାନ୍ତି। ଏପରି କି ସେ ନିର୍ବାଚନମଣ୍ଡଳୀରେ ଆଦୌ ସକ୍ରିୟ ହୋଇନାହାନ୍ତି। ଏହା ପଛର କାରଣ ଯାହା କିଛି ଥାଉ ନା କାହିଁକି, ଏକ ଅଦୃଶ୍ୟ ଶକ୍ତିକୁ ନେଇ ସେ ଚିନ୍ତିତ ଥିବା କୁହାଯାଉଛି। ଚିରଞ୍ଜୀବ ବିଜେଡିରେ ମିଶିଲା ପରେ ସେ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କ ପରିବର୍ତ୍ତେ ଦଳ ପ୍ରଶାନ୍ତଙ୍କୁ ଟିକେଟ ଦେବାରୁ ଚିରଞ୍ଜୀବ କୁଆଡ଼େ କ୍ଷୁବ୍ଧ ଅଛନ୍ତି। ବିଶେଷକରି ତାଙ୍କ ସହ କଂଗ୍ରେସର ଶତାଧିକ ଆଗଧାଡିର ନେତା ଓ କର୍ମୀ ଆଘାତପ୍ରାପ୍ତ ହୋଇଥିବାରୁ ଅଡ଼ୁଆ ବଢ଼ିଯାଇଛି। ଏହି ସ୍ଥିତିରେ ସୁଧାର ନ ଆସିଲେ କିଛି ଲାଭ ହେବନାହିଁ ବୋଲି ପ୍ରଶାନ୍ତ ଚିନ୍ତା କରୁଛନ୍ତି। ତେଣୁ ଚିରଞ୍ଜୀବ ଓ ନୂଆକରି ବିଜେଡିରେ ମିଶିଥିବା ନେତା, କର୍ମୀଙ୍କୁ ମନାଇ ସାରିଲା ପରେ ପ୍ରଚାରକୁ ଓହ୍ଲାଇବେ ବୋଲି କୁହାଯାଉଛି। ଅନ୍ୟପଟେ ବିଜେଡିରୁ ଆସି ଭାଜପାରେ ମିଶିଥିବା ଅମରେନ୍ଦ୍ର ମଧ୍ୟ ପ୍ରଶାନ୍ତଙ୍କ ରକ୍ତଚାପ ବଢ଼ାଇ ଦେଉଛନ୍ତି। କାରଣ ଅମରେନ୍ଦ୍ର ବିଜେଡିରେ ଥିଲାବେଳେ ଦଳ ଦୁଇ ଫାଳ ଥିଲା। ସେ ଭାଜପାରେ ମିଶିଲା ପରେ ଫାଳେ ଭୋଟ ଭାଜପାକୁ ଚାଲିଯାଇଛି। ଅମରେନ୍ଦ୍ର ଭାଜପା ଟିକେଟ ପାଇଗଲେ ବିଜେଡି ଓ ଭାଜପା ଭୋଟ ସମେତ କଂଗ୍ରେସରୁ କିଛି ହାତେଇବାରେ ସଫଳ ହୋଇପାରନ୍ତି। ସେ ଦୃଷ୍ଟିରୁ ଭାଜପାକୁ ୨ ଫାଳ କରିବା ପାଇଁ ପ୍ରଶାନ୍ତ କୁଆଡେ ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ପରିସ୍ଥିତି ଅନୁକୂଳ ନ ହେଲେ ଚିରଞ୍ଜୀବଙ୍କୁ ଜଗତ୍‌ସିଂହପୁର ଆସନ ଛାଡି ସେ ବାଲିକୁଦା-ଏରସମା ପ୍ରାର୍ଥୀ ହେବାକୁ ମନ ବଳାଇପାରନ୍ତି। ଯେହେତୁ ବାଲିକୁଦା-ଏରସମା ବିଧାନସଭା ଆସନରେ ଗୋଷ୍ଠୀ ବିବାଦ ତୀବ୍ର ଅଛି, ତେଣୁ ଦଳ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ ହେଉଛି। ଏ ପରିସ୍ଥିତିରେ ଆବଶ୍ୟକ ପଡ଼ିଲେ ପ୍ରଶାନ୍ତଙ୍କୁ ବାଲିକୁଦା-ଏରସମା ଓ ଚିରଞ୍ଜୀବଙ୍କୁ ଜଗତ୍‌ସିଂହପୁରରୁ ପ୍ରାର୍ଥୀ କରି ଦଳ ମଧ୍ୟରେ ଦେଖା ଦେଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଉଦ୍ୟମ କରାଯାଇପାରେ ବୋଲି କୁହାଯାଉଛି। ଏହା ହେଲେ ମଧ୍ୟ ସମାଧାନ ସହଜ ହେବ ନାହିଁ। କାରଣ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଟିକେଟ ନ ମିଳିଲେ ସେ ସ୍ବାଧୀନ ପ୍ରାର୍ଥୀ ହେବାକୁ ପଛାଇବେ ନାହିଁ। ତେଣୁ ଏ ପରିସ୍ଥିତିରେ ଦଳ କ’ଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟେ ପାରାଦୀପ ଓ ତିର୍ତ୍ତୋଲ ବିଧାନସଭା ଆସନରେ ମଧ୍ୟ କେତେକ କାରଣରୁ ନୀରବତା ସୃଷ୍ଟି ହୋଇଛି। ମୋଟାମୋଟି ଭାବେ ଏବେ ଜିଲାରେ ଯେଉଁ ପରିବେଶ ସୃଷ୍ଟି ହୋଇଛି ତାହା ଝଡ ପୂର୍ବର ନୀରବତା କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri