ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀ ହେବାକୁ ମନସ୍ଥ କରିଥିବା ଆଲୋଚନା ହେଉଛି। ଏଭଳି ହେଲେ ନିର୍ବାଚନୀ ଝଡ଼ ନିର୍ଣ୍ଣାୟକ ହେବ। କେତେଜଣ ରାଜନୈତକ ସମୀକ୍ଷକଙ୍କ କହିବାନୁସାରେ, ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ ଏଥିମଧ୍ୟରେ ବିଜେଡି ପ୍ରାର୍ଥୀ ଘୋଷଣା ସାରିଛି। ଏହି ଦଳ ଗତ ଥରର ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରି ଟିକେଟ ଦେବାକୁ ଘୋଷଣା କରିଛି। କିନ୍ତୁ ଭାଜପା କିମ୍ବା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି। ଭାଜପାରେ ୨ ଜଣ ଆଶାୟୀ ଅଛନ୍ତି। ସେମାନେ ହେଲେ ବିଜେଡି ଛାଡ଼ି ନୂଆକରି ଭାଜପାରେ ଯୋଗଦେଇଥିବା ଅମରେନ୍ଦ୍ର ଦାସ ଓ ଦଳ ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର। ଅମରେନ୍ଦ୍ର ଏକପ୍ରକାର ଭାଜପା ଟିକେଟ ପାଇବା ଚୂଡ଼ାନ୍ତ ହୋଇଥିବା ପ୍ରଚାର ହେବା ପରେ ସତ୍ୟବ୍ରତ ତାଙ୍କ ସମର୍ଥକମାନଙ୍କ ସହ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚତ୍ ଟିକେଟ୍‌ ଦାବି କରିଥିଲେ। ଦଳ ଅମରେନ୍ଦ୍ରଙ୍କ ଭଳି ଯୁବନେତାଙ୍କୁ ପାଇ ଶକ୍ତି ବୃଦ୍ଧି କରିଛି। କିନ୍ତୁ ପୁରୁଣା ନେତା ଓ କର୍ମୀଙ୍କ ମନରେ ଆଘାତ ଦେବାକୁ ଚାହୁଁନି। ଏଭଳି ସ୍ଥିତିରେ ଦଳ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାରେ ବିଳମ୍ବ ହେଉଛି। ଅପରପକ୍ଷେ କଂଗ୍ରେସର ଚିନ୍ତା ବଢ଼ିଯାଇଛି। କାରଣ ଏହି ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି। ତାଙ୍କ ବିକଳ୍ପ ଭାବେ ଦଳ ନୂଆ ନେତା ବାଛି ପାରୁନାହିଁ। ଏହା ଭିତରେ ଚିରଞ୍ଜୀବଙ୍କ ସାନଭାଇ ରଞ୍ଜୀବ କିମ୍ବା ବାଲିକୁଦା-ଏରସମା କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସେମାନଙ୍କ ଭିତରୁ ଯେକେହି ରାଜିହେଲେ ଦଳ ପ୍ରାର୍ଥୀ ଘୋଷଣା କରିପାରେ। ନଚେତ୍‌ ଭାଜପା ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଗୋଟିଚାଳନା କରିବ। ଅର୍ଥାତ୍‌ ଅସନ୍ତୁଷ୍ଟ ନେତାଙ୍କୁ ଆମଦାନୀ ସହ ପ୍ରାର୍ଥୀ କରିବାକୁ ଚେଷ୍ଟା କରିବ। ଭାଜପା ଓ କଂଗ୍ରେସ ଏଭଳି ଅଡ଼ୁଆ ପରିସ୍ଥିତିରେ ଥିଲାବେଳେ ବିଜେଡି ଗତ ୩ ତାରିଖରେ ପ୍ରାର୍ଥୀ ଘୋଷଣା କରି ଆଗୁଆ ଅଛି। ହେଲେ ଏଥିମଧ୍ୟରେ ୧୧ ଦିନ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ପ୍ରଚାର ମଇଦାନକୁ ଓହ୍ଲାଇନାହାନ୍ତି। ଏପରି କି ସେ ନିର୍ବାଚନମଣ୍ଡଳୀରେ ଆଦୌ ସକ୍ରିୟ ହୋଇନାହାନ୍ତି। ଏହା ପଛର କାରଣ ଯାହା କିଛି ଥାଉ ନା କାହିଁକି, ଏକ ଅଦୃଶ୍ୟ ଶକ୍ତିକୁ ନେଇ ସେ ଚିନ୍ତିତ ଥିବା କୁହାଯାଉଛି। ଚିରଞ୍ଜୀବ ବିଜେଡିରେ ମିଶିଲା ପରେ ସେ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କ ପରିବର୍ତ୍ତେ ଦଳ ପ୍ରଶାନ୍ତଙ୍କୁ ଟିକେଟ ଦେବାରୁ ଚିରଞ୍ଜୀବ କୁଆଡ଼େ କ୍ଷୁବ୍ଧ ଅଛନ୍ତି। ବିଶେଷକରି ତାଙ୍କ ସହ କଂଗ୍ରେସର ଶତାଧିକ ଆଗଧାଡିର ନେତା ଓ କର୍ମୀ ଆଘାତପ୍ରାପ୍ତ ହୋଇଥିବାରୁ ଅଡ଼ୁଆ ବଢ଼ିଯାଇଛି। ଏହି ସ୍ଥିତିରେ ସୁଧାର ନ ଆସିଲେ କିଛି ଲାଭ ହେବନାହିଁ ବୋଲି ପ୍ରଶାନ୍ତ ଚିନ୍ତା କରୁଛନ୍ତି। ତେଣୁ ଚିରଞ୍ଜୀବ ଓ ନୂଆକରି ବିଜେଡିରେ ମିଶିଥିବା ନେତା, କର୍ମୀଙ୍କୁ ମନାଇ ସାରିଲା ପରେ ପ୍ରଚାରକୁ ଓହ୍ଲାଇବେ ବୋଲି କୁହାଯାଉଛି। ଅନ୍ୟପଟେ ବିଜେଡିରୁ ଆସି ଭାଜପାରେ ମିଶିଥିବା ଅମରେନ୍ଦ୍ର ମଧ୍ୟ ପ୍ରଶାନ୍ତଙ୍କ ରକ୍ତଚାପ ବଢ଼ାଇ ଦେଉଛନ୍ତି। କାରଣ ଅମରେନ୍ଦ୍ର ବିଜେଡିରେ ଥିଲାବେଳେ ଦଳ ଦୁଇ ଫାଳ ଥିଲା। ସେ ଭାଜପାରେ ମିଶିଲା ପରେ ଫାଳେ ଭୋଟ ଭାଜପାକୁ ଚାଲିଯାଇଛି। ଅମରେନ୍ଦ୍ର ଭାଜପା ଟିକେଟ ପାଇଗଲେ ବିଜେଡି ଓ ଭାଜପା ଭୋଟ ସମେତ କଂଗ୍ରେସରୁ କିଛି ହାତେଇବାରେ ସଫଳ ହୋଇପାରନ୍ତି। ସେ ଦୃଷ୍ଟିରୁ ଭାଜପାକୁ ୨ ଫାଳ କରିବା ପାଇଁ ପ୍ରଶାନ୍ତ କୁଆଡେ ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ପରିସ୍ଥିତି ଅନୁକୂଳ ନ ହେଲେ ଚିରଞ୍ଜୀବଙ୍କୁ ଜଗତ୍‌ସିଂହପୁର ଆସନ ଛାଡି ସେ ବାଲିକୁଦା-ଏରସମା ପ୍ରାର୍ଥୀ ହେବାକୁ ମନ ବଳାଇପାରନ୍ତି। ଯେହେତୁ ବାଲିକୁଦା-ଏରସମା ବିଧାନସଭା ଆସନରେ ଗୋଷ୍ଠୀ ବିବାଦ ତୀବ୍ର ଅଛି, ତେଣୁ ଦଳ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ ହେଉଛି। ଏ ପରିସ୍ଥିତିରେ ଆବଶ୍ୟକ ପଡ଼ିଲେ ପ୍ରଶାନ୍ତଙ୍କୁ ବାଲିକୁଦା-ଏରସମା ଓ ଚିରଞ୍ଜୀବଙ୍କୁ ଜଗତ୍‌ସିଂହପୁରରୁ ପ୍ରାର୍ଥୀ କରି ଦଳ ମଧ୍ୟରେ ଦେଖା ଦେଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଉଦ୍ୟମ କରାଯାଇପାରେ ବୋଲି କୁହାଯାଉଛି। ଏହା ହେଲେ ମଧ୍ୟ ସମାଧାନ ସହଜ ହେବ ନାହିଁ। କାରଣ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଟିକେଟ ନ ମିଳିଲେ ସେ ସ୍ବାଧୀନ ପ୍ରାର୍ଥୀ ହେବାକୁ ପଛାଇବେ ନାହିଁ। ତେଣୁ ଏ ପରିସ୍ଥିତିରେ ଦଳ କ’ଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟେ ପାରାଦୀପ ଓ ତିର୍ତ୍ତୋଲ ବିଧାନସଭା ଆସନରେ ମଧ୍ୟ କେତେକ କାରଣରୁ ନୀରବତା ସୃଷ୍ଟି ହୋଇଛି। ମୋଟାମୋଟି ଭାବେ ଏବେ ଜିଲାରେ ଯେଉଁ ପରିବେଶ ସୃଷ୍ଟି ହୋଇଛି ତାହା ଝଡ ପୂର୍ବର ନୀରବତା କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?