ସିଦ୍ଧାର୍ଥଙ୍କ ସହ ଦେଶୀ ଲୁକ୍‌ରେ ନଜର ଆସିଲେ କିଆରା

ମୁମ୍ବାଇ: ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ସେରିମନି । ଏହି ଆୱାର୍ଡ ଶୋ’ରେ ଟେଲିଭିଜନରୁ ଆରମ୍ଭ କରି ଫିଲ୍ମ ଓ ଡିଜିଟାଲ ପ୍ଲାଟଫର୍ମ ସହ ଜଡିତ ଷ୍ଟାରମାନେ ସାମିଲ ହୋଇଥିଲେ । ସେଠାରେ କେତେଜଣ ସେଲିବ୍ରିଟଙ୍କୁ ରେଡ କାର୍ପେଟରେ ଦେଖିବାକୁ ମିଳିଥିଲା । ହେଲେ ସମସ୍ତଙ୍କ ନଜର ଥିଲା ଲଭ ବାର୍ଡ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଉପରେ । ‘ଶେରଶାହ’ ଏହି ଯୋଡି ସମସ୍ତଙ୍କ ଦିଲ୍ ଜିତିଥିବା ବେଳେ କିଆରା ଶାଢି ପିନ୍ଧି ପୁରା ଦେଶୀ ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବରୁ ଫିଲ୍ମ ଶେରଶାହକୁ ବେଷ୍ଟ ଫିଲ୍ମ ଆୱାର୍ଡ ମିଳି ସାରିଥିବା ବେଳେ ଏହି ଲଭ ବାର୍ଡ ପୂରା ଶେରଶାହା ଅନ୍ଦାଜରେ ନଜର ଆସିଥିଲେ । କିଛିଦିନ ହେବ ସିଦ୍ଧାର୍ଥ ଓ କିଆରା ପରସ୍ପରକୁ ଡେଟ କରୁଥିବା ଆଲୋଚନା ହେଉଛି । ହେଲେ ଏମାନେ ଏହାକୁ କେବେ ଖୋଲା ଖୋଲି ଭାବେ କହି ନାହାନ୍ତି । ଉଭୟଙ୍କ ଯୋଡିକୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଥିବା ବେଳେ ଏମାନଙ୍କ ଫଟୋ ବି ବହୁତ କିଛି କଥା କହୁଛି ।

Share