ଦୁବାଇରେ ଛୁଟି କାଟୁଛନ୍ତି ଦେଶୀ ଗର୍ଲ

ମୁମ୍ବାଇ: ନିକଟରେ ବଲିଉଡ୍‌ର ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାଉଦି ଆରବରେ ଆୟୋଜିତ ହୋଇଥିବା ‘ରେଡ୍‌ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିଥିଲେ। ପ୍ରିୟଙ୍କାଙ୍କ ବ୍ୟତୀତ ଅଭିନେତା ଅକ୍ଷୟ କୁମାର ଏବଂ ଶାହରୁଖ ଖାନ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରିୟଙ୍କା ‘ଓମେନ୍‌ ଇନ୍‌ ସିନେମା’ କାର୍ଯ୍ୟକ୍ରମର ଏକ ପାର୍ଟ ହୋଇଥିଲେ। ଆଜିକାଲି ପ୍ରିୟଙ୍କା ଚୋପ୍ରା ଫିଲ୍ମ ମହୋତ୍ସବରୁ ମୁକ୍ତ ହେବା ପରେ ଦୁବାଇରେ ତାଙ୍କର ଛୁଟିଦିନ ପାଳନ କରୁଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ସମୟର କିଛି ଫଟୋ ଶେୟାର କରିଛନ୍ତି।

ପ୍ରିୟଙ୍କା ଏହି ସମୟର କିଛି ଫଟୋ ଏବଂ ଭିଡିଓତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ସେ ଛୁଟିଦିନକୁ ବହୁତ ଉପଭୋଗ କରୁଛନ୍ତି। ପିସି ୟାର୍ଟ ଉପରେ ଶୋଇ ସମୁଦ୍ର ମଧ୍ୟଭାଗରେ ସୂର୍ଯ୍ୟାସ୍ତକୁ ଉପଭୋଗ କରୁଛନ୍ତି। ସେ ଏକ ହଳଦିଆର ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଆଉ ଏକ ଫଟୋରେ ସେ ପୋଷ୍ଟର କାନ୍ଥରେ ପୋଜ୍‌ ଦେଇଛନ୍ତି।

ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ ସେ ଖୁବ୍‌ ଶୀଘ୍ର ଫିଲ୍ମ ‘ଇଟ୍‌ସ ଅଲ୍‌ କମିଂ ବ୍ୟାକ୍‌ ଟୁ ମି’ରେ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ଫେବୃୟାରୀ ୧୦ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ଓ୍ବେବ୍‌ ସିରିଜ ‘ସିଟାଡେଲ’ ଏବଂ ଫରହାନ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ ସହିତ ପିସିଙ୍କୁ ‘ଏଣ୍ଡିଙ୍ଗ ଥିଙ୍ଗ୍‌ସ୍‌’ରେ ମଧ୍ୟ ଦେଖିବାକୁ ମିଳିବ।

Share