ନୂଆ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ବା ନ ଜାଣେ। ବଲିଉଡ୍‌ ପରେ ହଲିଉଡ୍‌ରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି ସେ। ସୋସିଆଲ ମିଡିଆରେ ପିସି ବହୁତ ସକ୍ରିୟ। ଏଥିରେ ଫଟୋ ଭିଡିଓ ଶେୟାର କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ନିକଟରେ ତାଙ୍କର ଏକ ଫଟୋ ବେଶ୍‌ ଭାଇରାଲ ହେଉଛି।
ଶେୟାର ହୋଇଥିବା ଫଟୋଟି ପ୍ଲେନ୍‌ରେ ବସିଥିବା ବେଳେ ଉଠାଯାଇଛି। ଫଟୋରେ ସେ ଏକ କଳା ଏବଂ ଧଳା ରଙ୍ଗର ଷ୍ଟ୍ରାଇଡ୍‌ ଟପ୍ସ ସହିତ ପ୍ୟାଣ୍ଟ ଏବଂ ବ୍ରାଉନ୍‌ ରଙ୍ଗର ବ୍ଲେଜର ପିନ୍ଧିଛନ୍ତି। ପ୍ରିୟଙ୍କା ଚୋପ୍ରା ତାଙ୍କ ସିଟାଡେଲ କୋ-ଷ୍ଟାର୍‌ଙ୍କ ସହ ସୁଟିଂ ଯାଉଥିବାର ଦେଖିବାକୁ ମିଳିଛି। ଏହା ପୂର୍ବରୁ ସେମାନେ ଲଣ୍ଡନରେ ଥିଲେ। ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେବା ପରେ ପ୍ରଶଂସକ ତାଙ୍କୁ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଥିବା ମନ୍ତବ୍ୟ ଦେଉଛନ୍ତି।

Share