ଡେରାବିଶ: ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ପ୍ରହସନ

ଡେରାବିଶ,୨୬।୪ (ସ୍ବ.ପ୍ର.) ଜିଲା, ତହସିଲ, ବ୍ଲକ ଓ ସଦର ମହକୁମାରେ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଥିବା ସାଧାରଣ ଲୋକ ନିଜର ଅଭିଯୋଗ ପାଇଁ ଖର୍ଚ୍ଚାନ୍ତ ହୋଇ ଏତେ ଦୂର ଯାଇ ପାରୁ ନାହାନ୍ତି। ଏହାକୁ ଲକ୍ଷ୍ୟ କରି କେନ୍ଦ୍ରାପଡ଼ା ଜିଲାରେ ୨୦୨୨ ମସିହାରୁ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ କରାଯାଉଛି। ପ୍ରଶାସନିକ ଅଧିକାରୀମାନେ ପଞ୍ଚାୟତରେ ପହଞ୍ଚତ୍ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ଥିବା ହିତାଧିକାରୀଙ୍କଠାରୁ ଅଭିଯୋଗ ଗ୍ରହଣ କରି ଏହାର ତ୍ୱରିତ ସମାଧାନ ପାଇଁ ପ୍ରୟାସ କରୁଛନ୍ତି। ଜିଲାର ଡେରାବିଶ ବ୍ଲକରେ ସପ୍ତାହର ପ୍ରତ୍ୟେକ ସୋମବାର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ସଫଳତା ହାସଲ କରିଥିବା ବେଳେ ବହୁ ଅଭିଯୋଗ ଆସୁଥିଲା। ହେଲେ ଦ୍ୱିତୀୟ ପର୍ଯ୍ୟାୟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ପ୍ରଚାର, ପ୍ରସାର ଓ ଲୋକମାନଙ୍କ ପୂର୍ବ ଅଭିଯୋଗର ସମାଧନ ହୋଇ ନ ଥିବାରୁ ଏବେ ସଂଖ୍ୟା କମିବାରେ ଲାଗିଛି। ଫଳରେ ବ୍ଲକ ଅଞ୍ଚଳରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ଏବେ ଏହା ପ୍ରହସନରେ ପରିଣତ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ବ୍ଲକର ୨୬ଟି ପଞ୍ଚାୟତରୁ ୮୮୪୬ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଆବାସ ଯୋଜନା, ରାଶନ କାର୍ଡ, ଭତ୍ତା, ନିର୍ମାଣ ଶ୍ରମିକଙ୍କ ପାଇଁ ଯୋଜନାରୁ ବଞ୍ଚତ୍ତ ଥିବା ହିତାଧିକାରୀମାନେ ସେମାନଙ୍କ ଅଭିଯୋଗ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଅଭିଯୋଗମାନ କରିଥିଲେ। ଏଥିରେ ବିଡିଓ, ତହସିଲଦାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ସମ୍ପ୍ରସାରଣ ଅଧିକାରୀ ଉପସ୍ଥିତ ରହି ଅଭିଯୋଗଗୁଡ଼ିକୁ ଗ୍ରହଣ କରୁଥିଲେ। ସେହିପରି ୨୦୨୨ ଡିସେମ୍ବରରୁ ଦ୍ୱିତୀୟ ପର୍ଯ୍ୟାୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପ୍ରିଲ ୩ୟ ସୋମବାର ସୁଦ୍ଧା ବ୍ଲକ ଅଧୀନ ୨୬ଟି ପଞ୍ଚାୟତ ମଧ୍ୟରୁ ୧୮ଟିରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ମାତ୍ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ପଞ୍ଚାୟତର ସାଧାରଣ ଲୋକଙ୍କ ମଧ୍ୟରେ ଅନାଗ୍ରହ ଦେଖିବାକୁ ମିଳୁଛି। ଏଥିସହ ବହୁ ପଞ୍ଚାୟତରେ ଦୁଇଅଙ୍କ ମଧ୍ୟରେ ଅଭିଯୋଗଗୁଡ଼ିକ ସୀମିତ ରହୁଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୨୦ରୁ ଊର୍ଦ୍ଧ୍ୱ ଷ୍ଟଲ ପଡ଼ିବା ସହ ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରୁଥିଲେ। ମାତ୍ର ଦ୍ୱିତୀୟ ପର୍ଯ୍ୟାୟରେ ଏହି ସଂଖ୍ୟା ୧୦କୁ କମିଯିବା ସହ ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଅନୁପସ୍ଥିତ ରହୁଛନ୍ତି।
ଏ ସମ୍ପର୍କରେ ଯଅଁରାବାରିମୂଳର ପୂର୍ବତନ ସରପଞ୍ଚ ରଘୁନାଥ ଶତପଥୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନାରୁ ବଞ୍ଚତ୍ତ ହିତାଧିକାରୀମାନେ ତ୍ୱରିତ ନ୍ୟାୟ ପାଇବା ଆଶାରେ ଅଭିଯୋଗମାନ ଆଣିଥିଲେ। ମାତ୍ର ସେମାନଙ୍କ ଅଭିଯୋଗର କୌଣସି ସମାଧାନ ହୋଇ ନ ଥିବାରୁ ସାଧାରଣ ଲୋକ ଏହି କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଅପରପକ୍ଷରେ ପ୍ରତ୍ୟେକ ସପ୍ତାହରେ ଅନୁଷ୍ଠିତ ବିଭିନ୍ନ ପଞ୍ଚାୟତରେ ଏ ନେଇ ସରକାରୀ ଅର୍ଥ ମଧ୍ୟ ବ୍ୟୟ କରାଯାଉଛି। ମାତ୍ର ଫଳ ଶୂନ ହେଉଛି। ସେହିପରି ଶିକ୍ଷାବିତ୍‌ ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଏବେ ଏକ ପ୍ରହସନରେ ପରିଣତ ହୋଇଛି। କେବଳ ଏହି କାର୍ଯ୍ୟକ୍ରମରେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ପଞ୍ଜୀକୃତ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଘରକୁ ଫେରୁଛନ୍ତି। ଏ ସମ୍ପର୍କରେ ବିଡିଓ ଦାସରଥି ଜେନାଙ୍କୁ ପଚାରିବାରୁ ଏହି କାର୍ଯ୍ୟକ୍ରମରେ ଆସୁଥିବା ଅଭିଯୋଗଗୁଡ଼ିକୁ ଡାଟାବେସ୍‌ କରି ରଖାଯାଉଛି। ବିଶେଷକରି ଆବାସ ଯୋଜନାରୁ ବଞ୍ଚତ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଡାଟାବେସ୍‌ କରାଯାଇଛି। ଏ ନେଇ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ସେମାନଙ୍କ ନାମ ଆମେ ପଠାଇବା ସହ ସେହି ସମସ୍ୟାର କିପରି ସମାଧାନ ହେବ ସେ ନେଇ ବିଭାଗୀୟ ସ୍ତରରେ ପଦକ୍ଷେପ ନିଶ୍ଚୟ ନିଆଯିବ। ଅପରପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟରେ ଲୋକଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ସଚେତନ କରିବାକୁ ୨ଦିନ ପୂର୍ବରୁ ସମ୍ପୃକ୍ତ ପଞ୍ଚାୟତ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଜଣାଇ ଦିଆଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେପରି ଲୋକମାନେ ସେମାନଙ୍କ ଅଭିଯୋଗ ପ୍ରଶାସନ ନିକଟରେ କରିପାରିବେ ସେ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri