Advertisement
Posted inଜାତୀୟ

ପଞ୍ଜାବରେ ଡେରା ଅନୁଗାମୀଙ୍କୁ ହତ୍ୟା: ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

ଚଣ୍ଡିଗଡ଼,୧୦।୧୧: ଡେରା ସଚାସୌଦାର ଜଣେ ଅନୁଗାମୀଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଞ୍ଜାବର ଫରିଦକୋଟ୍‌ ଜିଲାରେ ଘଟିଛି। ୫ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ଅନୁଗାମୀ ପର୍ଦୀପ ସିଂଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏପରିକି ଆକ୍ରମଣରେ ତାଙ୍କ ସୁରକ୍ଷା କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଆକ୍ରମଣର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ମିଳିଥିବା ସୂଚନା ମୁତାବକ, ୨୦୧୫ ଜୁନ୍‌ରେ ବୁର୍ଜ ଜବାହର ସିଂ ଓ୍ବାଲା ଗ୍ରାମରେ ଗୁରୁ ଗ୍ରନ୍ଥ ସାହିବ୍‌ର ପୃଷ୍ଠା ଚିରି ଫିଙ୍ଗିବା ଘଟଣାରେ ପର୍ଦୀପ ଗିରଫ ହୋଇ ଜେଲ ଯାଇଥିଲେ। ନିକଟରେ ସେ ଜାମିନରେ ଆସିଥିଲେ। ଅନ୍ୟପକ୍ଷେ ପଞ୍ଜାବରେ ଏକ ସପ୍ତାହ ମଧ୍ୟରେ ଗୁଳିକାଣ୍ଡରେ ୨ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବଡ଼ ତାଲା, ଅଯୋଧ୍ୟାର ରାମମନ୍ଦିରରେ ହେବ ବ୍ୟବହାର; ଓଜନ ଜାଣିଲେ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶର ଅଲିଗଡ଼ ବିଶ୍ୱର ସବୁଠୁ ବଡ଼ ତାଲା ତିଆରି ପାଇଁ ଜଣାଶୁଣା। ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ୩୦୦ କିଲୋ ଓଜନର ଏକ...

ନାଳକୁ ବସ୍‌ ଖସି ୨୪ ମୃତ

ପେଶାଓ୍ବାର, ୧ା୯(ପି.ଟି.): ଉତ୍ତର-ପଶ୍ଚିମ ପାକିସ୍ତାନରେ ଏକ ଯାତ୍ରୀବାହୀ ବସ୍‌ ପୋଲ ଭାଙ୍ଗି ନାଳରେ ଖସିପଡ଼ିବାରୁ ଏଥିରେ ଥିବା ୨୪ ଜଣଙ୍କ ପ୍ରାଣହାନି ଘଟିଛି। ଅନେକ ଶିଶୁ...

କରୋନା ଡୋଜ୍‌ ନଷ୍ଟ, ବିହାର ଆଗରେ…

ନୂଆଦିଲ୍ଲୀ,୨୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଭାକ୍ସିନ୍‌ ଡୋଜ୍‌...

କନ୍ୟା ୭୫କୁ ବର ୯୦: ପରିବାରର ସହମତିରେ ହେଲା ବିବାହ

ଲକ୍ଷ୍ନୌ,୬ ।୯: ‘ଉମ୍ର ୫୫କି ଦିଲ ବଚପନ କା’ ହିନ୍ଦୀର ଏହି ପ୍ରୋଭର୍ବ ଏବେ ସତକୁ ସତ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ରାମପୁରରେ...

‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବ ହରିୟାଣା

ଚଣ୍ଡିଗଡ଼,୨ା୧୧(ପି.ଟି.): ‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଦିନକ ପରେ ହରିୟାଣା ମଧ୍ୟ ଅନୁରୂପ ଆଇନ...

‘ମିଛ କହୁଛନ୍ତି ମୋଦି ସରକାର’

ନୂଆଦିଲ୍ଲୀ,୪।୧୨: କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ବେଳେ ୭୦୦ କୃଷକ ପ୍ରାଣ ହରାଇଛନ୍ତି। କେନ୍ଦ୍ରର ମୋଦି ସରକାର ସେମାନଙ୍କ...

ଦିଲ୍ଲୀ ହିଂସା ଥିଲା ଯୋଜନା ବଦ୍ଧ: ନୱାଜ ମଲିକ

ମୁମ୍ବାଇ,୩୦ ।୧: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି)ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଥିବା ନୱାଜ ମଲିକ ଶନିବାର କହିଛନ୍ତି କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ସାଧାରଣତନ୍ତ୍ର ଦିବସରେ...

ତାରବାଡ଼ରୁ ଛବି ମଳିନ

ନୂଆଦିଲ୍ଲୀ,୪ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଦେଶରେ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି କରିଛି। ଏହି କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ସହ...

Advertisement
Archives

Model This Week