Categories: ଜାତୀୟ

ଏମ୍ସ ଆସିଲେ ଡେରା ମୁଖ୍ୟ ରାମ ରହିମ

ରୋହତକ,୧୩ ।୭: ରୋହତକର ସୁନରିୟା ଜେଲରେ ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଛି । ମଙ୍ଗଳବାର ଭୋର ପ୍ରାୟ ସାଢେ ୫ଟା ବେଳେ ତାଙ୍କୁ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)କୁ ନିଆଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ମାସ ୧୧ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ହେବା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ପେଟ ସମସ୍ୟା ଥାଇ ସେ ପିଜିଆଇଏମ୍‌ଏସରେ ଚିକିତ୍ସିତ ହେଉଥିଲେ । ସେଠାରେ ୧୧ ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ । ରାମ ରହିମଙ୍କୁ ସିବିଆଇର ବିଶେଷ ଅଦାଲତ ସାଧ୍ୱୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାପରେ ତାଙ୍କୁ ୨୦ ବର୍ଷର ସଜା କାଟିବାକୁ ପଡୁଛି । ପଞ୍ଚକୁଲାରୁ ତାଙ୍କୁ ରୋହତକର ଜେଲରେ ରଖାଯାଇଛି ।

Share