ପୌର ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ମାମଲା: ହ୍ବିପ୍‌ ଜାରିକଲା ବିଜେଡି, ନିର୍ଦ୍ଦେଶ ନ ମାନିଲେ…

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ମାମଲାରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ୧୯ଜଣ କାଉନସିଲରଙ୍କୁ ହ୍ବିପ୍‌ ଜାରି କରିଛନ୍ତି। ଉକ୍ତ ହ୍ବିପ୍‌ ନୋଟିସରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ହେବାକୁ ଥିବା ଭୋଟିଂରେ ଉପସ୍ଥିତ ରହି ଅନାସ୍ଥା ବିରୋଧରେ ଭୋଟିଂ କରିବା ପାଇଁ ନୋଟିସ୍‌ ଜାରି କରିଛନ୍ତି। ଏଥିସହିତ ଯଦି କୌଣସି କାଉନସିଲର ଏହି ନିର୍ଦ୍ଦେଶ ବିରୋଧରେ ଯାଆନ୍ତି ତେବେ ଓ ମ୍ୟୁନିସିପାଲ ଆମେଣ୍ଡମେଣ୍ଟ ନିୟମାବଳୀ ୨୦୧୮ର ରୁଲ୍‌ ୪୬(ଖ) ଅନୁଯାୟୀ ଦଳ ପଦକ୍ଷେପ ଗ୍ରହଣ କରିବ ବୋଲି ଉକ୍ତ ଚିଠିରେ ଲିଖିତ ରହିଛି।

ପ୍ରକାଶ ଥାଉକି, ବିଜେଡି ଜିଲା ସଭାପତି ଘୋଷଣା ହେବା ପରେ ଗତ ସେପ୍ଟେମ୍ବର ମାସରେ ଦଳରେ ଦୀର୍ଘବର୍ଷ ଧରି ରହିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି । ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଜିଲା ସଭାପତି ହେବା ପରେ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ପୂର୍ବତନ ସଦସ୍ୟ ଏନ୍‌.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ବହୁ ସମିତିସଭ୍ୟ, ବରିଷ୍ଠ ନେତା ଓ ବିଜେଡି ସମର୍ଥିତ କାଉନସିଲରମାନେ ଦଳ ଛାଡ଼ିଥିଲେ । ଏନେଇ କାଉନସିଲରମାନେ ବିଧିବଦ୍ଧ ଭାବେ ଜିଲା ସଭାପତି ଓ ରାଜ୍ୟ ନେତୃବୃନ୍ଦଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ଏହାପରେ ସେପ୍ଟେମ୍ବର ୧୨ତାରିଖରେ ରାୟଗଡ଼ା ପୌର ପରିଷଦର ୧୯ଜଣ କାଉନସିଲର ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଲିଖିତ ଜଣାଇଥିଲେ। ଉକ୍ତ ଅନାସ୍ଥା ପ୍ରସ୍ତାବକୁ ଆବେଦନ ପତ୍ରକୁ ବିଚାରକୁ ନେଇ ସେପ୍ଟେମ୍ବର ୧୨ରେ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଲିଖିତ ପ୍ରସ୍ତାବପତ୍ର ଦେଇଥିଲେ। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସେପ୍ଟେମ୍ବର ୨୦ରେ ଉକ୍ତ ୧୯ଜଣ କାଉନସିଲରଙ୍କ ଦସ୍ତଖତ ଯାଞ୍ଚ କରି ଉପଜିଲାପାଳ ରମେଶ କୁମାର ଜେନା ଜିଲାପାଳ କୁଲକର୍ଣ୍ଣିଙ୍କୁ ରିପୋର୍ଟ ଦାଖଲ କରିଥିଲେ। ତେବେ ଗୁରୁବାର ଭୋଟିଂ ପରେ ଜଣାପଡ଼ିବ ଅନାସ୍ଥା କାଟ୍‌ ଖାଇ ବିଜେଡି ସପକ୍ଷରେ ରହୁଛି ନା ବିରୋଧୀଙ୍କ ହାତକୁ ଯାଉଛି।

Dharitri – Odisha’s Leading and Most Trusted Odia Newspaper

Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?