ପୌର ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ମାମଲା: ହ୍ବିପ୍‌ ଜାରିକଲା ବିଜେଡି, ନିର୍ଦ୍ଦେଶ ନ ମାନିଲେ…

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ମାମଲାରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ୧୯ଜଣ କାଉନସିଲରଙ୍କୁ ହ୍ବିପ୍‌ ଜାରି କରିଛନ୍ତି। ଉକ୍ତ ହ୍ବିପ୍‌ ନୋଟିସରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ହେବାକୁ ଥିବା ଭୋଟିଂରେ ଉପସ୍ଥିତ ରହି ଅନାସ୍ଥା ବିରୋଧରେ ଭୋଟିଂ କରିବା ପାଇଁ ନୋଟିସ୍‌ ଜାରି କରିଛନ୍ତି। ଏଥିସହିତ ଯଦି କୌଣସି କାଉନସିଲର ଏହି ନିର୍ଦ୍ଦେଶ ବିରୋଧରେ ଯାଆନ୍ତି ତେବେ ଓ ମ୍ୟୁନିସିପାଲ ଆମେଣ୍ଡମେଣ୍ଟ ନିୟମାବଳୀ ୨୦୧୮ର ରୁଲ୍‌ ୪୬(ଖ) ଅନୁଯାୟୀ ଦଳ ପଦକ୍ଷେପ ଗ୍ରହଣ କରିବ ବୋଲି ଉକ୍ତ ଚିଠିରେ ଲିଖିତ ରହିଛି।

ପ୍ରକାଶ ଥାଉକି, ବିଜେଡି ଜିଲା ସଭାପତି ଘୋଷଣା ହେବା ପରେ ଗତ ସେପ୍ଟେମ୍ବର ମାସରେ ଦଳରେ ଦୀର୍ଘବର୍ଷ ଧରି ରହିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି । ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଜିଲା ସଭାପତି ହେବା ପରେ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ପୂର୍ବତନ ସଦସ୍ୟ ଏନ୍‌.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ବହୁ ସମିତିସଭ୍ୟ, ବରିଷ୍ଠ ନେତା ଓ ବିଜେଡି ସମର୍ଥିତ କାଉନସିଲରମାନେ ଦଳ ଛାଡ଼ିଥିଲେ । ଏନେଇ କାଉନସିଲରମାନେ ବିଧିବଦ୍ଧ ଭାବେ ଜିଲା ସଭାପତି ଓ ରାଜ୍ୟ ନେତୃବୃନ୍ଦଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ଏହାପରେ ସେପ୍ଟେମ୍ବର ୧୨ତାରିଖରେ ରାୟଗଡ଼ା ପୌର ପରିଷଦର ୧୯ଜଣ କାଉନସିଲର ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଲିଖିତ ଜଣାଇଥିଲେ। ଉକ୍ତ ଅନାସ୍ଥା ପ୍ରସ୍ତାବକୁ ଆବେଦନ ପତ୍ରକୁ ବିଚାରକୁ ନେଇ ସେପ୍ଟେମ୍ବର ୧୨ରେ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଲିଖିତ ପ୍ରସ୍ତାବପତ୍ର ଦେଇଥିଲେ। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସେପ୍ଟେମ୍ବର ୨୦ରେ ଉକ୍ତ ୧୯ଜଣ କାଉନସିଲରଙ୍କ ଦସ୍ତଖତ ଯାଞ୍ଚ କରି ଉପଜିଲାପାଳ ରମେଶ କୁମାର ଜେନା ଜିଲାପାଳ କୁଲକର୍ଣ୍ଣିଙ୍କୁ ରିପୋର୍ଟ ଦାଖଲ କରିଥିଲେ। ତେବେ ଗୁରୁବାର ଭୋଟିଂ ପରେ ଜଣାପଡ଼ିବ ଅନାସ୍ଥା କାଟ୍‌ ଖାଇ ବିଜେଡି ସପକ୍ଷରେ ରହୁଛି ନା ବିରୋଧୀଙ୍କ ହାତକୁ ଯାଉଛି।

Dharitri – Odisha’s Leading and Most Trusted Odia Newspaper

Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ସାରେ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri