ଚ୍ୟାଲେଞ୍ଜ ସୃଷ୍ଟି କରିଛି ବନ୍ୟପ୍ରାଣୀଙ୍କ ସୁରକ୍ଷା: ହାତୀ-ମଣିଷ ସହାବସ୍ଥାନକୁ ନେଇ ଆଲୋଚନା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାର୍କ ଲାଇନସ୍ଥିତ ଅଡିଟରିଅମରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ହାତୀ ଓ ମଣିଷ ସହାବସ୍ଥାନ ସମ୍ପର୍କରେ ଆଲୋଚନା ହୋଇଛି।

ଅତିଥି ଭାବେ ତେଲକୋଇ ବିଧାୟକ ଡକ୍ଟର ଫକୀର ଚରଣ ନାୟକ, କେନ୍ଦୁଝରଗଡ଼ ପୋରାଧ୍ୟକ୍ଷା ନିକୁ ସାହୁ, ଏସ୍‌ପି ନୀତିନ କୁଶଲକର ଯୋଗ ଦେଇଥିବା ବେଳେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌. ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂପ୍ରତି ବିଶ୍ୱ ପ୍ରାଣୀ ସପ୍ତାହ ପାଳନ ହେଉଥିବା ବେଳେ ବନ୍ୟପ୍ରାଣୀଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷକରି କେନ୍ଦୁଝର ଭଳି ଖଣି ଖଦାନ ବହୁଳ ଜିଲ୍ଲାରେ ହାତୀ ଉପଦ୍ରବ, ମଣିଷ ଓ ହାତୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ପ୍ରମୁଖ ପ୍ରସଙ୍ଗ ହୋଇଛି। ଏଣୁ ଏଭଳି ସମୟରେ ହାତୀ ଓ ମଣିଷ ମଧ୍ୟରେ କିପରି ସମନୟ ରକ୍ଷା କରାଯାଇ ଉଭୟଙ୍କ ସୁରକ୍ଷା ହୋଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।

ମୁଖ୍ୟବକ୍ତା ଭାବେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତ୍‌ପଥୀ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ହାତୀ ଓ ମଣିଷ କିଭଳି ସୁରକ୍ଷିତ ରହି ପାରିବେ ଏଥିପାଇଁ ସରକାରୀ ସ୍ତରରେ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ନିଜର ଅଭିବ୍ୟକ୍ତ ପ୍ରକାଶ କରିଥିଲେ।

ଏହି ଅବସରରେ ଐରାବତ ଶୀର୍ଷକ ଏକ ଥିଏଟର ଶୋ’ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଲୋକପ୍ରତିନିଧି, ବନସୁରକ୍ଷା ସମିତି ସଭାପତି, ଗଜସାଥୀ, ବନ ବିଭାଗ କର୍ମଚାରୀ ସମେତ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ଉପଖଣ୍ଡ ସ୍ତରର ପରିବେଶବିତ୍‌ମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ହାତୀ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ଅନୁଦାନ ପ୍ରଦାନ କରାଯାଇଥିଲା।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଅଟୋ ଆଗକୁ ଡେଇଁ ପଡ଼ିଲା ମାଙ୍କଡ: ଆଉ ତା’ପରେ…

ଧରାକୋଟ,୧୮ା୧ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ତାଳପାଟଣା ନିକଟରେ ଚଳନ୍ତା ଅଟୋ ଆଗକୁ ଏକ ମାଙ୍କଡ ଡେଇଁ ପଡିବାରୁ ଭାରସାମ୍ୟ ହରାଇ...

କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୧୮।୧- ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ...

ଜନବସତିକୁ ମାଡି ଆସିଲେ ହାତୀପଲ ; ଖାଇଗଲେ ଅମଳ ଧାନ, ଚିନ୍ତାରେ…

ଦିଗପହଣ୍ଡି,୧୮ା୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମମାନଙ୍କରେ ଗତ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ...

କେତୁଙ୍କ ଗତି ପରିବର୍ତ୍ତନ, ସମସ୍ୟା ଭୋଗିବେ ଏହି ରାଶି

ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଛାୟା ଗ୍ରହ କୁହାଯାଏ । ଏହାର ନକାରାତ୍ମକ ପ୍ରଭାବ ଯୋଗୁଁ ଜଣେ ବ୍ୟକ୍ତି ମାନସିକ ଚାପ ଏବଂ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି...

ଦୀର୍ଘ ୪୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ର: ପଦ୍ମନାଭପୁର ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ...

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି...

କେନାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ, ଭାସିଯାଇ…

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।...

ଯୋଗେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ: ନବୀନଙ୍କୁ ଜଣାଇଲେ କୃତଜ୍ଞତା

ବଡ଼ଗାଁ, ୧୮।୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ବିଜେଡି ସଭାପତି ଭାବେ ଫୁଲବାରୀ ସରପଞ୍ଚ ତଥା ବଡ଼ଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଯୋଗେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri