ପାଟଣା,୪।୯(ବୀର କିଶୋର ଦାଶ): ସାହାର ପଡ଼ା ବ୍ଲକ ବିଲା ହାଇସ୍କୁଲରେ ଗୁରୁବାର ଡେପୁଟି ଡାଇରେକ୍ଟର ହିମାଂଶୁ ଶେଖର ଓଝା ପରିଦର୍ଶନରେ ଆସି ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇନ୍ତି। ଏହି ପରିଦର୍ଶନ ସମୟରେ ସେ ବିଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ପରି ଦର୍ଶନ କରିଥିଲେ। ତାଙ୍କ ସହ ଏଡି ଓ ଏକାଡେମୀ ଶ୍ରୀକାନ୍ତ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ ଓ ଏ ବୀର ଓ ଦୟାନିଧି ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।


