ଆର୍‌ଏମ୍‌ସି ଗୋଦାମରେ ଚାଲିଛି ଉପଜିଲାପାଳଙ୍କ ଅଫିସ: ଖର୍ଚ୍ଚାନ୍ତ ହେଉଛନ୍ତି ଲୋକେ, ଅଟୋରେ ଗଲେ ପଡୁଛି ୩ ଶହ

ଭବାନୀପାଟଣା,୧୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହରର ମଧ୍ୟ ଭାଗରେ ଥିବା ଉପଜିଲାପାଳଙ୍କ କାର୍ଯ୍ୟାଳୟ ଦୀର୍ଘଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ଏହି କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ସାଢେ ୬ କୋଟି ଟଙ୍କା ଅନୁଦାନ ଆସିବା ପରେ ଗତ ମାସରେ କୋଠାକୁ ଭାଙ୍ଗି ଦିଆଯାଇଛି। ଫଳରେ ଉପଜିଲାପାଳଙ୍କ ଅଫିସ ପୁରୁଣା କାର୍ଯ୍ୟାଳୟଠାରୁ ପ୍ରାୟ ୬କି.ମି. ଦୂର ମେଦିନୀପୁରସ୍ଥିତ ଆର୍‌ଏମ୍‌ସି ଗୋଦାମ ଗୃହକୁ ସ୍ଥାନାନ୍ତରିତ ହୋଇଛି। ନୂତନ କୋଠା ନିର୍ମାଣ ନ ହେଲା ଯାଏ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆର୍‌ଏମ୍‌ସି ଗୋଦାମ ଗୃହରେ ଚାଲିବ ବୋଲି ଜଣାପଡିଛି।
ପ୍ରକାଶ ଯେ, ଭବାନୀପାଟଣା ଉପଜିଲାପାଳଙ୍କ କାର୍ଯ୍ୟାଳୟ ଅଧୀନରେ ଭବାନୀପାଟଣା ବ୍ଲକ ସମେତ କେସିଙ୍ଗା, କର୍ଲାମୁଣ୍ଡା, ଏମ୍‌ ରାମପୁର, ନର୍ଲା, ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ଆଦି ୭ ବ୍ଲକ ରହିଛି। ଜିଲାର ଉପାନ୍ତ ଅଞ୍ଚଳରୂପେ ଥିବା ଲାଞ୍ଜିଗଡ, ଥୁଆମୂଳ ରାମପୁର ସମେତ ଏମ୍‌ ରାମପୁର ବ୍ଲକର କିଛି ଆଭ୍ୟନ୍ତରୀଣ ଅଞ୍ଚଳରୁ ଲୋକମାନେ ବିଭିନ୍ନ ସମୟରେ ଜରୁରୀ କାର୍ଯ୍ୟରେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥାନ୍ତି। ଭବାନୀପାଟଣା ବସ୍‌ଷ୍ଟାଣ୍ଡରୁ ବର୍ତ୍ତମାନର ଅସ୍ଥାୟୀ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ହେଲେ ଅଟୋ ଭଡ଼ା ୩୦୦ଟଙ୍କା ଦେବାକୁ ପଡୁଥିବା ଗ୍ରାମାଞ୍ଚଳରୁ ଆସୁଥିବା ଲୋକମାନେ କହିଛନ୍ତି। ଅନେକ ଲୋକ ବର୍ତ୍ତମାନ ଏହି କାର୍ଯ୍ୟାଳୟ ଏଠାରେ ଚାଲିଥିବା ମଧ୍ୟ ଜାଣିନାହାନ୍ତି। ବିଶେଷ କରି ଜମିଜମା ସଂକ୍ରାନ୍ତୀୟ ମାମଲାଗୁଡିକ ଅଟକି ରହିଛି। ଉପଜିଲାପାଳ ସେହି ଗୋଦାମ ଘରେ ହିଁ କୋର୍ଟ କରୁଥିବାବେଳେ ଆଇନଜୀବୀମାନେ ସହରଠାରୁ ଦୂରକୁ ଯାଇ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ବ୍ୟାପାର ବୋଲି ପ୍ରକାଶ କରିଛନ୍ତି। ଏହାକୁ ନେଇ ଗତ ଜାନୁଆରୀ ମାସରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦେଇଥିଲେ। ବର୍ତ୍ତମାନ ଏହି କାର୍ଯ୍ୟାଳୟକୁ ଯାଉଥିବା ସାଧାରଣ ଲୋକଙ୍କଠାରୁ ଆରମ୍ଭକରି କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଘରେ ଛୋଟ କ୍ୟାବିନରେ ଗୋଦାମକୁ ଭାଗ କରାଯାଇଛି। ପରଦା ଟାଙ୍ଗି କର୍ମଚାରୀମାନେ କାମ ତୁଲାଉଛନ୍ତି। ଉପଜିଲାପାଳଙ୍କୁ ବାଦ ଦେଲେ ଜଣେ ଡେପୁଟି କଲେକ୍ଟର,୩ଜଣ ଆସିଷ୍ଟାଣ୍ଟ କଲେକ୍ଟର, ସହ ଯୋଗାଣ ଅଧିକାରୀ, ଏଡ଼ିଡ଼ବ୍ଲ୍ୟୁଓ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ, ସ୍ମଲ ସେଭିଙ୍ଗ ଅଫିସର ଓ ଉପସାମାଜିକ ସୁରକ୍ଷା ଅଧିକାରୀଙ୍କ ବ୍ୟତୀତ ସେକ୍ସନ ଅଫିସର, ପ୍ରୋଗ୍ରାମ ଅଫିସର, ବରିଷ୍ଠ କିରାଣୀ କନିଷ୍ଠ କିରାଣୀ, ଷ୍ଟେନୋ ପ୍ରମୁଖ ଗୋଟିଏ ଟିଣ ଚାଦର ଛାତ ତଳେ ରହିଛନ୍ତି। ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେବାକୁ ସମସ୍ତେ ବାଧ୍ୟ। ଆଖପାଖରେ ଦୋକାନ ନ ଥିବାରୁ କର୍ମଚାରୀମାନେ ଖାଇବା ସାମଗ୍ରୀ ସାଙ୍ଗରେ ନେଇଯିବାକୁ ହେଉଛି। କର୍ମଚାରୀମାନେ ତ ଯିବା ଜରୁରୀ, କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହି କାର୍ଯ୍ୟାଳୟ ସମସ୍ୟାର କାରଣ ପାଲଟିଛି। ଏ ନେଇ ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡାଙ୍କୁ ପଚାରିବାରୁ ସହର ଭିତରେ କାର୍ଯ୍ୟାଳୟ ପାଇଁ ସ୍ଥାନ ମିଳିଲା ନାହିଁ। ତେଣୁ ଅନ୍ୟ କିଛି ବିକଳ୍ପ ନ ଥିବାରୁ ଏଠାରେ କାର୍ଯ୍ୟାଳୟ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri