ଉପଜିଲାପାଳ ଗିରଫ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୯ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଶେଷରେ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋମବାର ନାରାୟଣଙ୍କ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ତାଙ୍କ ୩ଟି ବହୁତଳ କୋଠା, ୧୩ଟି ପ୍ଲଟ ଠାବ ହୋଇଥିଲା।

ନାରାୟଣ ଭିଜିଲାନ୍ସ ସ୍କାନର୍‌କୁ ଆସିବା ପରେ ତାଙ୍କ ସମ୍ପତ୍ତି ସାମ୍ରାଜ୍ୟର ଗୁମର ପଦାକୁ ଆସିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ନାରାୟଣଙ୍କ ଘର ସମେତ ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ, ମୟୂରଭଞ୍ଜ ଜିଲାର ୧୦ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଥିଲା। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଜୋରାଢ଼ିଆ ଗ୍ରାମସ୍ଥିତ ସହଯୋଗୀଙ୍କ ଘର, ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଧଳପୁରସ୍ଥିତ ଅନ୍ୟଜଣେ ସହଯୋଗୀଙ୍କ ଘର, ଭଦ୍ରକ ବାରୁଆଣିରେ ଥିବା ସମ୍ପର୍କୀୟଙ୍କ ଘର, ଭଦ୍ରକ ବାସୁଦେବପୁରସ୍ଥିତ କପାଗାଡ଼ିଆ ଗ୍ରାମରେ ଥିବା ପୈତୃକ ଘର, କାମାକ୍ଷା ନଗରସ୍ଥିତ ସରକାରୀ କ୍ୱାର୍ଟର, କାର୍ଯ୍ୟାଳୟ ଆଦି ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟଙ୍କ ପକ୍ଷରୁ ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଏହି ଯାଞ୍ଚ ହୋଇଥିଲା। ଏଥିରେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ୭ଜଣ ଡିଏସ୍‌ପି, ୩ ଇନ୍ସପେକ୍ଟର, ୮ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ସା ସୁଦ୍ଧା ନାରାୟଣଙ୍କ ଘରୁ ନଗଦ ୧ ଲକ୍ଷ ୪୮ ହଜାର ୬୮୦ ଟଙ୍କା ସମେତ ବିପୁଳ ସମ୍ପତ୍ତି ଠାବ ହୋଇଥିଲା।

ଭିଜିଲାନ୍ସ ସୂଚନା ଅନୁଯାୟୀ, ନାରାୟଣଙ୍କ ଭୁବନେଶ୍ୱର ଝାରପଡ଼ାସ୍ଥିତ ୪ ହଜାର ୮୦୦ ବର୍ଗଫୁଟରେ ଥିବା ନିର୍ମାଣାଧୀନ ୩ ମହଲା କୋଠା, ଭଦ୍ରକ ଜିଲା କୁଆଁସରେ ୬ ହଜାର ୯୦୦ ବର୍ଗଫୁଟରେ ଥିବା ୩ ମହଲା କୋଠା, ଗେଲପୁରରେ ୬ ହଜାର ୨୦୦ ବର୍ଗଫୁଟରେ ନିର୍ମାଣାଧୀନ ଦୁଇ ମହଲା କୋଠା ଠାବ ହୋଇଛି। ସେହିପରି ଭୁବନେଶ୍ୱର, ଭଦ୍ରକ ଓ ପୁରୀରେ ୧୪ଟି ବହୁମୂଲ୍ୟ ପ୍ଲଟ୍‌ ଠାବ ହୋଇଛି। ଏହି ପ୍ଲଟ୍‌ଗୁଡ଼ିକ ମଧ୍ୟରେ ଭୁବନେଶ୍ୱରରେ ୭, ଭଦ୍ରକରେ ୬ ଓ ପୁରୀ ଜିଲା ପିପିଲିରେ ଗୋଟିଏ ରହିଛି। କ୍ରୟ ସମ୍ବନ୍ଧିତ ଦଲିଲ୍‌ରେ ପ୍ଲଟଗୁଡ଼ିକର ମୂଲ୍ୟ ୧.୪ କୋଟି ଉଲ୍ଲେଖ ଥିବାବେଳେ ଏହାର ପ୍ରକୃତ ମୂଲ୍ୟ ବହୁ ଅଧିକ ହେବ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି। ପ୍ଲଟ୍‌ ଓ କୋଠାର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ପ୍ରୟାସ ଜାରି ରଖିଛି। ସେହିପରି ବ୍ୟାଙ୍କ, ଜୀବନବୀମା ଓ ପୋଷ୍ଟାଲ ଜମା ୩୪ ଲକ୍ଷ ୫୭ ହଜାର ୫୨ ଟଙ୍କା ଥିବା ବେଳେ ଘରୁ ୩୬୬ ଗ୍ରାମର ଅଳଙ୍କାର, ଗୋଟିଏ ଦୁଇ ଚକିଆ ଯାନ ଠାବ ହୋଇଛି।

ତେବେ ନାରାୟଣଙ୍କ ଚାକିରି କାଳ ସମ୍ବନ୍ଧରେ ଭିଜିଲାନ୍ସ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ନାରାୟଣ ୧୯୯୭ରେ ଓପିଏସ୍‌ସି-ଓଏସ୍‌ସିଏସ୍‌ ଜରିଆରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ପରେ ସେ କଳାହାଣ୍ଡିରେ ଆସିଷ୍ଟାଣ୍ଟ ସେଟେଲ୍‌ମେଣ୍ଟ ଅଫିସର ଓ ଭବାନୀପାଟଣା ଅତିରିକ୍ତ ତହସିଲଦାର ଭାବେ ୧୯୯୯ରୁ ୨୦୦୪ ଯାଏ ୫ବର୍ଷ କାମ କରିଥିଲେ। ପରେ ନାରାୟଣ ବିଡିଓ ଭାବେ ଖରିଆର, ଦଶରଥପୁର ଓ ବାଲିଅନ୍ତା ବ୍ଲକରେ ୨୦୧୪ରୁ ୨୦୨୩ ଯାଏ କାମ କରିଥିଲେ। ୨୦୧୧ରେ ନାରାୟଣ ଓଏଏସ୍‌ କ୍ୟାଡରରେ ଯୋଗ ଦେଇଥିଲେ। ୨୦୨୩ରୁ ସେ କାମାକ୍ଷାନଗର ଉପଜିଲାପାଳ ଭାବେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri