ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍‌ ପୈଠ କରି ନ ଥିଲେ ବି ବିଦ୍ୟୁତ୍‌ କାଟ ହେବନି

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ତାପମାତ୍ରା ଏବେ ଅଧିକାଂଶ ଜିଲାରେ ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ସ୍ଥିତିରେ ଏକାଧିକ ଥର ହେଉଥିବା ବିଦ୍ୟୁତ୍‌ କାଟ(ପାଓ୍ବାର୍‌ କଟ୍‌) ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ହୋଇ ଉଭାହୋଇଛି। ଏହା କେବଳ ଚଳିତ ବର୍ଷର ସମସ୍ୟା ନୁହେଁ। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମଋତୁ ଆସିଲେ ବିଦ୍ୟୁତ୍‌ କାଟ ସମସ୍ୟା କାରଣରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ରହିଥାଏ। ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାୱାର କଟ୍‌ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଦ୍ୟୁତ୍‌ କାଟ ହେବନାହିଁ। ଗ୍ରୀଷ୍ମପ୍ରବାହ ସମୟରେ କାହାର ମଧ୍ୟ ବିଦ୍ୟୁତ୍‌ କାଟ କରାଯିବନାହିଁ। ଉପଭୋକ୍ତା ବକେୟା ବିଲ୍‌ ପ୍ରଦାନ କରି ନ ଥିଲେ ମଧ୍ୟ ଲାଇନ କଟିବନାହିଁ। କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍‌ ପୈଠ କରିବାକୁ ପଡ଼ିବ। ପୂର୍ବରୁ ମଧ୍ୟ ବିଧାନସଭା ସମୟରେ କହିଥିଲେ, ବିଲ୍‌ ଦେଇ ନ ଥିଲେ ବି ଜୁନ୍‌ ପର୍ଯ୍ୟନ୍ତ ଲୋକଙ୍କ ବିଦ୍ୟୁତ୍‌ କାଟ ହେବନାହିଁ। କାଳବୈଶାଖୀ ଯୋଗୁ କୌଣସି ସ୍ଥାନରେ ଯଦି ବିଦ୍ୟୁତ୍‌ କାଟ ହେଉଛି ତେବେ ତାକୁ ତୁରନ୍ତ କାମ କରିଦିଆଯାଉଛି। ପୂର୍ବ ତୁଳନାରେ ବିଦ୍ୟୁତ୍‌ ଯୋଗାଣ ଠିକ୍‌ଠାକ୍‌ କରାଯାଉଛି। ଯେଉଁସବୁ ସ୍ଥାନରେ ବିଦ୍ୟୁତ୍‌ କାମ ଚାଲୁଛି, ପୂର୍ବରୁ ଏନେଇ ଲୋକମାନଙ୍କୁ ଜଣାଇ ଦିଆଯାଉଛି। କେତେ ସମୟ ପାଇଁ ଏବଂ କେଉଁ କାରଣରୁ ବିଦ୍ୟୁତ୍‌ କାଟ ହେଉଛି ସେକଥା ମଧ୍ୟ କୁହାଯାଉଛି। ବିଦ୍ୟୁତ୍‌ ସେବା ବ୍ୟାହତ ହେଉଥିଲେ ମଧ୍ୟ ତୁରନ୍ତ ସମାଧାନ ହେଉଛି। ସରକାର କେବେହେଲେ ଜାଣି ପାଓ୍ବାର୍‌ କଟ୍‌ କରନ୍ତି ନାହିଁ, କାରଣ ଏଥିରୁ ସରକାରଙ୍କୁ ରାଜସ୍ବ ମିଳୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, କାଳବୈଶାଖୀ ପରେ ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି ଫେରିଛି। ଦିନବେଳା ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଗରମ ଗୁଳିଗୁଳିରେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡୁଛି। ମଙ୍ଗଳବାର ସାଢେ ୧୧ଟା ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୦, ସମ୍ବଲପୁର ୩୯.୬, ରାଉରକେଲାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କେନ୍ଦୁଝରରେ ୩୬.୮, ଚାନ୍ଦବାଲି ୩୬.୪, ଭୁବନେଶ୍ବରରେ ଦିନ ସାଢେ ୧୧ଟା ସୁଦ୍ଧା ୩୫.୪ ଡିଗ୍ରୀ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

ବିୟର ବୋତଲ ପର୍ଯ୍ୟନ୍ତ ପହଞ୍ଚିଲାଣି ଯୁଦ୍ଧର ନିଆଁ, ଦେବାକୁ ପଡ଼ିପାରେ ଅଧିକ ଦେୟ

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି। ସାଧାରଣତଃ ଗରମ ଋତୁରେ ବିୟରର ବ୍ୟବହାର ବୃଦ୍ଧି ପାଏ। ତଥାପି, ଏଥର, ଭାରତୀୟ ବିୟର ପ୍ରେମୀମାନଙ୍କୁ ଏହି ଋତୁରେ ସେମାନଙ୍କର ତୃଷା…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri