ଭୁବନେଶ୍ୱର,୨୩ା୨: ସୋମବାର ବିଧାନସଭାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭେଟ ହୋଇଯାଇଛି।ଗୃହକୁ ପ୍ରବେଶ କରିବା ବେଳେ ଏକାଠି ଭେଟ ହୋଇଛନ୍ତି। ଏହା ପରେ ପ୍ରଭାତୀ ନବୀନଙ୍କୁ ମୁଣ୍ଡ ନୁଆଁଇ ହାତ ଯୋଡ଼ି ପ୍ରଣାମ କରିଥିଲେ। ଯେଉଁ ଦୃଶ୍ୟ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

