ଟଙ୍କା ଖାଇଗଲେ ଦଲାଲ-ବୁଝିଲାନି ପ୍ରଶାସନ, ଦଶା ଭୋଗୁଛନ୍ତି ବିଧବା

ବୁଗୁଡ଼ା,୨୩।୨(କାଳିଚରଣଦାଶ): ଗଂଜାମ ଜିଲା ବୁଗୁଡ଼ା ବ୍ଲକ ଗୋଲାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ଗ୍ରାମର ବିଧବା ଦମୟନ୍ତୀଙ୍କ ପାଇଁ ଏବେ ଆବାସ ପାଲଟି ଯାଇଛି ସାତ ସପନ । କେତେ ଗୁହାରି କଲେବି କେହି ଶୁଣୁ ନାହାନ୍ତି । ୧୫ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ନାମରେ କୁଆଡେ ଆବାସ ପାଇଁ କାର୍ଯ୍ୟାଦେଶ ମିଳିଥିଲା, ହେଲେ ଆବାସ ତିଆରି ନହୋଇ ସେହି ଟଙ୍କା ତାଙ୍କ ସ୍ୱାମୀକୁ ହାତ ବାରିସୀ କରି ଦଲାଲମାନେ ଖାଇଗଲେ ସେ କଥା ଦମୟନ୍ତୀ ଜାଣି ନାହାନ୍ତି ।

ଦମୟନ୍ତୀ ଯେତେଥର ଆବାସ ପାଇଁ ଆବେଦନ କରୁଛନ୍ତି ତାଙ୍କୁ ଆବାସ ମିଳି ସାରିଛି କହି ପ୍ରଶାସନିକ କର୍ମଚାରୀ ମାନେ ଖାରଜ କରିଦେଉଛନ୍ତି । ୫ ବର୍ଷ ହେଲା ସ୍ୱାମୀ ଅଲେଖ ଦାଶଙ୍କ ମୃତ୍ୟୁ ହୋଇ ସାରିଲାଣି । ଦମୟନ୍ତୀଙ୍କ ରାସନ କାର୍ଡ ଅଛି ବିଧବା ଭତ୍ତା ମଧ୍ୟ ପାଉଛନ୍ତି ହେଲେ ମୁଣ୍ଡ ଉପରେ ଛାତ ନାହିଁ ଫଳରେ ଗୋଟିଏ ବଖରା ବିଶିଷ୍ଟ ଭଙ୍ଗା କୁଡ଼ିଆରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଯେଉଁଠି ରୋଷଇ ସେଇଠି ଶୋଉଛନ୍ତି । ଶୌଚ ହେବାକୁ ପୋଖରୀ ହିଡ଼ ଭରସା । ପ୍ରାୟ ୫ବର୍ଷ ତଳେ କାକୁତି ମିନତି ହୋଇ ଯେଉଁ ପାଲ ଖଣ୍ଡେ ଆଣି ଚାଳ ଉପରେ ପକାଇଥିଲେ ତାହା ଏବେ ଖଣ୍ଡ ଖଣ୍ଡ ହୋଇଗଲାଣି ।

ଚାଳରୁ ଛପର ଉଡି ଠାଁଏ ଠାଁଏ କଣା ହୋଇ ଗଲାଣି ଫଳରେ ବର୍ଷା ହେଲେ କଥା ସରିଯାଉଛି । ନା ରୋଷଇ କରି ପାରୁଛନ୍ତି ନା ଘରେ ରହି ପାରୁଛନ୍ତି । ଦମୟନ୍ତୀଙ୍କ ଦୁଇଟି ଝିଅ ବାହା ହୋଇ ସାରିଥିବା ବେଳେ ଏକମାତ୍ର ପୁଅ ସୁନୀଲ(୨୭) ନିକଟରେ ଥିବା ଏକ ଧାନ ମିଲରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଦମୟନ୍ତୀ କେଉଁଠି ଭୋଜି ଭାତ ହେଲେ ପରିବା କାଟିବା ପାଇଁ ଯାଉଛନ୍ତି । ଏମିତିରେ ଘର ଚଳିବାକୁ ସମ୍ଭବ ହେଉନଥିବା ବେଳେ ଘର ମରାମତି କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଛି । ତାଙ୍କ ସ୍ୱାମୀ ହୁଅନ୍ତୁ କି ଦଲାଲ ସେମାନେ ଟଙ୍କା ଭାଗ ବାଣ୍ଟି ଦେଇ ଯିଏ ଯୁଆଡେ ଚାଲି ଗଲେଣି ହେଲେ ଏବେ ଦଶା ଭୋଗୁଛନ୍ତି ଦମୟନ୍ତୀ । ତେବେ ଘର ନହୋଇ ଟଙ୍କା କିପରି ଉଠା ଯାଇଥିଲା ଏ ନେଇ ପ୍ରଶାସନ ତଦନ୍ତ କରିବା ସହ ନିରୀହ ଗରିବ ବିଧବା ଦମୟନ୍ତୀଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?