ଲାଙ୍ଗୀର, ୧୭।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଚନ୍ଦନଭାଟି ସୁଦାମ ଚରଣ କଲେଜରେ ବୁଧବାର ଏକ ପେଡ ମା’କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମକୁ ଧୁମଧାମରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସମ୍ମାନିତ ଅତିଥି ଭାବେ ଲୋକ ସଭା ଏମପି ସଙ୍ଗୀତା କୁମାରୀ ସିଂଦେଓ, ଜିଲା ପରିଷଦ ସଭାପତି ଦେବକୀ ସାହୁ, ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ଏସପି ଅବିଳାଷ ଜି, ଅତିରିକ୍ତ ଜିଲାପାଳ ପବିତ୍ର ବେହେରା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ଉପଜିଲାପାଳ ଆଲୋକ ପଟେଲ, ସଦର ବ୍ଳକ ଅଧ୍ୟକ୍ଷା ସରିତା ବାଗ ଡିଏଫଓ ଅଜିତ ବିଶି ମଞ୍ଚାସୀନ ଥିଲେ। କଲେଜ ପରିସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ, ଲୋକସଭା ଏମପି ସଙ୍ଗୀତା ଦେବୀ ଓ ଅନ୍ୟ ଅତିଥିମାନେ ବୃକ୍ଷରୋପଣ କରିଥିଲେ। ନିଜ ମା’ଙ୍କ ନାଁରେ ଗଛ ଲଗାଇ ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଜିଲାରେ ସାଢ଼େ ୪ ଲକ୍ଷ ଗଛ ଲଗାଯିବ ବୋଲି ସୂଚନା ଦିଆଯାଇଥିଲା ।


