ଡେପୁଟେଶନ ଦୌଡ଼

ପଞ୍ଜାବରେ ଅଜ୍‌ନାଳା ଘଟଣା ଭୟଙ୍କର ‘ଖଲିସ୍ଥାନ’ ଶବ୍ଦକୁ ପୁନର୍ବାର ସାମ୍‌ନାକୁ ଆଣିଛି। ଏହା ସହ ଆଉ ଏକ ଚରମପନ୍ଥୀ ବିଚାରଧାରାର ଉତ୍‌ଥାନ ବିସ୍ମରିତ ଅତୀତର ସ୍ମୃତିକୁ ଉଜାଗର କରିଛି। ଏହି ସ୍ଥିତିର ସ୍ଥିରତା ନାହିଁ ଓ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ଉକ୍ତ ପରିପ୍ରେକ୍ଷୀରେ ରାଜ୍ୟରେ ବରିଷ୍ଠ ଆଇଏଏସ୍‌ କିମ୍ବା ଆଇପିଏସ୍‌ ଅଧିକାରୀମାନେ ସାଧାରଣରେ ସକାରାତ୍ମକ କିମ୍ବା ପ୍ରେରଣାଦାୟକ ସଙ୍କେତ ପ୍ରକାଶ କରୁନାହାନ୍ତି। ସୂତ୍ରରୁ ଜଣାପଡ଼ିଛି , ପଞ୍ଜାବ ଛାଡ଼ି କେନ୍ଦ୍ର ଡେପୁଟେଶନ(କେନ୍ଦ୍ରୀୟ ପ୍ରତିନିଯୁକ୍ତି)ରେ ଯିବା ଲାଗି ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଏକ ପ୍ରକାର ଦୌଡ଼ ଆରମ୍ଭ ହୋଇଯାଇଛି। ରାଜ୍ୟରୁ ୫ରୁ ୬ ଜଣ ଅଧିକାରୀ ରାଜ୍ୟ ଛାଡ଼ି ସାରିଥିଲେ ବି ଅତି କମ୍‌ରେ ଆଉ ୭ ଆଇଏଏସ୍‌ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଉଭୟ ୨୦୦୫ ବ୍ୟାଚ୍‌ ଅଧିକାରୀ ଶିବିନ ସି ଏବଂ ୨୦୧୧ ବ୍ୟାଚ୍‌ର କୁମାର ସୌରଭ ଏବଂ ବି.ଶ୍ରୀନିବାସନ। ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଯାଇସାରିଥିବା ଅଧିକାରୀମାନେ ହେଲେ ଦିନ୍‌କର ଗୁପ୍ତା (ଏନ୍‌ଆଇଏ ମୁଖ୍ୟ), ସାମନ୍ତ ଗୋଏଲ ( ର ମୁଖ୍ୟ) ଏବଂ ହର୍‌ପ୍ରୀତ ସିଦ୍ଧୁ ଯିଏ କି ପୂର୍ବରୁ ଏସ୍‌ଟିଏଫ୍‌ ମୁଖ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ପୂର୍ବତନ ଡିଜିପି ଭି.କେ.ଭଓ୍ବରଙ୍କ ସମେତ ଆଉ କେତେଜଣ ଆଇପିଏସ୍‌ ଅଧିକାରୀ ମଧ୍ୟ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ଆବେଦନ କରିଛନ୍ତି। ଡେପୁଟେଶନ ସମ୍ପର୍କରେ ଅଧିକ କିଛି ଜାଣି ନ ଥିବା ପ୍ରତ୍ୟେକ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଅତି କମ୍‌ରେ ୨ ବର୍ଷ କେନ୍ଦ୍ରୀୟ ଡେପୁଟେଶନରେ ଯିବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହାଦ୍ୱାରା ଆଗକୁ ପଦୋନ୍ନତିରେ କୌଣସି ବାଧା ରହେନାହିଁ। ବହୁ ସମୟରେ ରାଜ୍ୟ ସହ ଭଲ ସମ୍ପର୍କ ନ ଥିବା ଅଧିକାରୀମାନେ ମଧ୍ୟ କେନ୍ଦ୍ରୀୟ ପ୍ରତିନିଯୁକ୍ତିକୁ ପସନ୍ଦ କରିଥାନ୍ତି। ଏହି କାରଣରୁ କ’ଣ କେନ୍ଦ୍ରୀୟ ପ୍ରତି ନିଯୁକ୍ତିରେ ଯିବା ଲାଗି ଚାଲିଥିବା ଦୌଡ଼ ପାଇର୍ଁ ଦ୍ୱାର ଖୋଲି ଦିଆଯିବ?

ଆକସ୍ମିକ ପରିବର୍ତ୍ତନ
ନୀତି ଆୟୋଗ ଉପାଧ୍ୟକ୍ଷ ପରମେଶ୍ୱରନ ଆୟରଙ୍କ ସ୍ଥାନରେ ପୂର୍ବତନ ବାଣିଜ୍ୟ ସଚିବ ବିଭିଆର୍‌ ସୁବ୍ରମଣ୍ୟମଙ୍କୁ ଅବସ୍ଥାପିତ କରାଯିବା ପାଇଁ ଘୋଷଣା କରାଯାଇଛି। ଏହି ପଦକ୍ଷେପ ଅନେକ ବାବୁ ପର୍ଯ୍ୟବେକ୍ଷକଙ୍କୁ ବିସ୍ମିତ କରିଛି। ଗତବର୍ଷ ଜୁଲାଇରେ ଆୟରଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା। ଏଣୁ ମାତ୍ର ୮ ମାସ ପରେ ସେହି ପଦବୀରୁ ତାଙ୍କୁ ହଠାତ୍‌ ହଟାଇବାର ରହସ୍ୟ ବୁଝିବା କଷ୍ଟକର। କେତେଜଣ ବିଶ୍ୱାସ କରନ୍ତି ଯେ, ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୀତି ଆୟୋଗ ମଧ୍ୟରେ କିଛି ଅସ୍ଥିରତା ଥିଲା। ସେ ଯାହା ହେଉ ନା କାହିଁକି ଏହି ପଦକ୍ଷେପ ପଛରେ କିଛି ବିଶ୍ୱାସଯୋଗ୍ୟ କାରଣ ରହିଛି। ଆୟର ଏବେ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ତିନି ବର୍ଷ ପାଇଁ ଓ୍ବାଶିଂଟନ ଡିସି ଯାଉଛନ୍ତି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ହରିୟାଣା କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କରିଥିବା ରାଜେଶ ଖୁଲାରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଛି। ଆୟର ଆମେରିକାରେ ପୁଣି ରହିବାକ୍‌ୁ ଚାହିଁଥିଲେ ବୋଲି କେତେକେ ବିଶ୍ୱାସ କରୁଥିବାବେଳେ ଆଉ କେତେଜଣ କହନ୍ତି ଯେ, ହରିୟାଣା ସରକାର ରାଜ୍ୟରେ ଖୁଲାର କାମ କରନ୍ତୁ ବୋଲି ଅତ୍ୟଧିକ ଆଗ୍ରହୀ ଥିଲେ। ଗତ ବର୍ଷ ଅବସର ନେବାକୁ ଥିବାବେଳେ ବିଭିଆର୍‌ଙ୍କୁ ଭାରତୀୟ ବାଣିଜ୍ୟ ବିକାଶ ସଂଗଠନ (ଆଇଟିପିଓ)ର ଅଧ୍ୟକ୍ଷ ପଦବୀ ଦେବାକୁ ମନା କରାଯିବା ପରେ ସେ ଆଉ ସରକାରଙ୍କ ପସନ୍ଦ ନୁହନ୍ତି ବୋଲି ଅନେକ ବାବୁ ପର୍ଯ୍ୟବେକ୍ଷକ ଭାବିଥିଲେ। କିନ୍ତୁ ଏହି ସମୟରେ ବିଭିଆର୍‌ଙ୍କ ପାଇଁ କେନ୍ଦ୍ରର ନିଷ୍ପତ୍ତି ତାଙ୍କ ପ୍ରତି ଥିବା ସମର୍ଥନର ଏକ ସଙ୍କେତ। ମୋଦି ସରକାରରେ ଜଣେ ପ୍ରିୟ ହିଁ ସରକାରଙ୍କର ସବୁବେଳେ ପ୍ରିୟ ହୋଇ ରହିବେ, ଏହି ଦୃଷ୍ଟିକୋଣକୁ ପୂରା ଅଧ୍ୟାୟ ସ୍ପଷ୍ଟ କରିଛି।

ଯୋଜନାର ଶ୍ରେୟ
ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍‌ କିଷାନ ଯୋଜନାର ତ୍ରୟୋଦଶ କିସ୍ତିରେ ୮ କୋଟିରୁ ଊର୍ଦ୍ଧ୍ୱ କୃଷକଙ୍କୁ ୧୬,୮୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେଶର କୃଷକମାନଙ୍କୁ ଲଗାତର ଭାବେ ସିଧାସଳଖ ସହାୟତା ଯୋଗାଇ ଦେବାରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ଡିସେମ୍ବର ୨୦୧୮ରେ ଲାଗୁ ହୋଇ ଏହି ଯୋଜନା ଫେବୃୟାରୀ ୨୦୧୯ରେ ଆରମ୍ଭ କରାଯାଇଥିଲା ଏବଂ କରୋନା ମହାମାରୀର ଭୟଙ୍କର ସମୟରେ ମଧ୍ୟ ୩ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ବୋଲି କୃଷି ମନ୍ତ୍ରଣାଳୟ ନିଶ୍ଚିତ କରିଛି। ସୂତ୍ରରୁ ପ୍ରକାଶ ଯେ, ମନ୍ତ୍ରଣାଳୟରେ ବାବୁମାନେ ବିଶେଷ କରି କୃଷି ସଚିବ ମନୋଜ ଆହୁଜା କୃଷକମାନଙ୍କ ଆୟ ବୃଦ୍ଧି କରିବା ସହ କୃଷି ଅଭିବୃଦ୍ଧିରେ ସେମାନଙ୍କ ଯୋଗଦାନ ବଢ଼ାଇବା ଲାଗି କୃଷକମାନଙ୍କୁ ଆଖିଦୃଶିଆ ସହଯୋଗ ରାଶି ଯୋଗାଇ ଦେବାରେ ଅଧିକ ସଫଳ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏକ କୃଷକ-କୈନ୍ଦ୍ରିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରାଯାଇଛି, ଯାହା ବିନା ମଧ୍ୟସ୍ଥରେ ଦେଶର ସବୁ ଭାଗରେ ଥିବା ସମସ୍ତ କୃଷକ ମୁଖ୍ୟତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଯୋଜନାର ଲାଭ ପହଞ୍ଚିଥିବା ନିଶ୍ଚିତ କରିଛି। ମୋଦି ସରକାର ତାଙ୍କ ନିଜ ଯୋଜନାରେ କୃଷକମାନଙ୍କୁ ଦେଇଥିବା ସକାରାତ୍ମକ ଲାଭ ବିଷୟରେ ଗଳା ଫଟାଇ ପ୍ରଶଂସା କରୁଥିବାବେଳେ କୃଷି ମନ୍ତ୍ରଣାଳୟରେ ବାବୁମାନେ ଏହାର ସଫଳତାକୁ ନେଇ ଶ୍ରେୟ ଦାବି କରିବା ସ୍ବାଭାବିକ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri