ଆସୁଛି ଲଘୁଚାପ, ଚାଷୀକୁଳ ଭୟଭୀତ

ପଟ୍ଟାମୁଣ୍ଡାଇ,୧୯ା୧୦(କଳ୍ପତରୁ ନାୟକ)ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଲୋକଙ୍କ ମନରୁ ଏ ପର୍ଯ୍ୟନ୍ତ ଲିଭି ନାହିଁ। ପୁଣି ଅକ୍ଟୋବର ୨୦ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମହାବାତ୍ୟା ଏହି ଅକ୍ଟୋବରରେ ଆସିଥିଲା। ତେଣୁ ଅକ୍ଟୋବରରେ ଲଘୁଚାପ ଆସିବା ମାତ୍ରେ ମହାବାତ୍ୟା ଦୃଶ୍ୟକୁ ମନେପକାଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଲୋକଙ୍କ ଛାତିରେ ଛନକା ପଶିବା ସହିତ ଚାଷୀକୁଳ ଭୟଭୀତ ହୋଇପଡିଛନ୍ତି।

ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ ଦାଶ କହିଛନ୍ତି, ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ଅକ୍ଟୋବର ୨୯ର ‘ମହାବାତ୍ୟା’। ଆଉ ୧୦ ଦିନ ପରେ ‘ମହାବାତ୍ୟା’କୁ ୨୪ ବର୍ଷ ପୂରିବ। ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଯଦି ଅକ୍ଟୋବରରେ କୌଣସି ଲଘୁଚାପ କିମ୍ବା ବାତ୍ୟା ଆସେ ଏକ ଅଜଣା ଭୟରେ ଆତଙ୍କିତ ହୋଇଥାଆନ୍ତି । ୧୯୯୯ ମହାବାତ୍ୟା ରାଜ୍ୟର ୧୪ଜିଲାରେ ସମୁଦ୍ରକୂଳଠାରୁ ପ୍ରାୟ ୧୫୦ କିଲୋମିଟର ଆଭ୍ୟନ୍ତର ଅଞ୍ଚଳରେ ଘଣ୍ଟା ପ୍ରତି ୨୫୦ରୁ ୩୫୦କିମି ବେଗରେ ପବନ ପ୍ରବାହିତ ହେବା ସହ ସମୁଦ୍ରରୁ ୩୦ ଫୁଟ୍‌ ଉଚ୍ଚର ଜୁଆର ଉଠିଆସିଥିଲା। କେହି କିଛି ବୁଝିବା ଆଗରୁ ଘରଦ୍ୱାର ରାସ୍ତାଘାଟ ସବୁ ନିଶ୍ଚିହ୍ନ ହୋଇଯାଇଥିଲା। ପ୍ରକୃତିର ଧ୍ୱଂସ ଲୀଲାରେ ୧୦ହଜାରରୁ ଊଦ୍ଧର୍‌ବ ଲୋକଙ୍କ ଜୀବନହାନି ହୋଇଥିଲା। କେନ୍ଦ୍ରାପଡ଼ା ଜିଲାରେ ୩୯୭ ଜଣଙ୍କ ମୃତ୍ୟୁ ଘଟିଥିଲା। ୧୮୦୩ ଜଣ ଆହତ ହୋଇଥିବା ବେଳେ ୩୮ ଜଣଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ। ସେହିପରି ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ୪୮,୯୦୬ ଗୃହପାଳିତ ପ୍ରାଣୀ ପକ୍ଷୀଙ୍କ ସହ ଜିଲାରେ ୨,୯୭,୮୧୪ଟି ଘର ଭାଙ୍ଗିଥିବା ଜିଲା ଜରୁରିକାଳୀନ ବିଭାଗ ଏକ ସୂତ୍ରରୁ ଜଣାପଡିଛି। ପରିବେଶବିତ ବିଭୂତି ମହାପାତ୍ର କହିଛନ୍ତି, ଅକ୍ଟୋବରରେ ଅନେକ ବାତ୍ୟା ଦେଖିଛୁ। ସେ ମହାବାତ୍ୟାଠାରୁ ଫାଇଲିନ ଯାଏଁ ସବୁ ବାତ୍ୟା ଆମକୁ ପ୍ରଭାବିତ କରିଛି। ଏବେ ପୁଣି ସେହି ଅକ୍ଟୋବରରେ ଆଉ ଏକ ଘୂର୍ଣ୍ଣି ବଳୟ ଦାନା ବାନ୍ଧୁଛି। ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି। ଯଦି ଏହି ଆକଳନ ସତ ପ୍ରମାଣିତ ହୁଏ ତେବେ ପାର୍ବଣ ସମୟରେ ବର୍ଷାର ପ୍ରଭାବ ଯଥେଷ୍ଟ ଅଧିକ ରହିବ। ଯେହେତୁ ରାଜ୍ୟରେ ସର୍ବାଧିକ ଥର ବାତ୍ୟା ଅକ୍ଟୋବରରେ ସୃଷ୍ଟି ହୁଏ, ଅକ୍ଟୋବର ଆସିଲେ ଉପକୂଳ ଚାଷୀଙ୍କୁ ଘାରେ ବାତ୍ୟା ଭୟ। ଅକ୍ଟୋବର ବାତ୍ୟା ତା’ର କରାଳ ପଞ୍ଝା ମେଲାଇ ଉପକୂଳ ଧାନ ଫସଲକୁ ଗ୍ରାସ କରିଦିଏ। କାରଣ ଏହି ସମୟରେ ଧାନ ଫସଲ ଫୁଲ ଉଡାଉଥାଏ ବା ପେଟଥୋଡ କରୁଥାଏ। ଧାନଗଛକୁ ଝଡ଼ ଝାଡ଼ି ଦେଲେ ଧାନକେନ୍ଦା ଅଗାଡ଼ି ହୋଇଯାଏ। ପୂର୍ବରୁ ବି ଅକ୍ଟୋବରରେ ୧୯୯୯ ମହାବାତ୍ୟା, ୨୦୧୩ର ଫାଇଲିନ୍‌ ବାତ୍ୟା ଆଦି ଏହି ମାସରେ ହିଁ ହୋଇଛି। ବିଶେଷଜ୍ଞ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ବିଶେଷଜ୍ଞମାନଙ୍କ ମତରେ ଉପକୂଳର ଭୌଗୋଳିକ ଅବସ୍ଥିତି ଏବଂ ଗ୍ଲୋବାଲ୍‌ ୱାର୍ମିଂ କାରଣରୁ ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଛି। ୧୯୯୯ରୁ ଆଜି ପର୍ଯ୍ୟନ୍ତ ଛୋଟଛୋଟ ଲଘୁଚାପ ଘୂର୍ଣ୍ଣି ଝଡକୁ ଛାଡି ଦେଲେ ୧୦ଟି ବଡ ବାତ୍ୟା ଏହି ଅଞ୍ଚଳ ଲୋକେ ସମ୍ମୁଖୀନ ହୋଇଛନ୍ତି। ୧୯୯୯ ମହାବାତ୍ୟା, ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତିଲି, ୨୦୧୯ମେରେ ଫନୀ ଏବଂ ନଭେମ୍ବରରେ ବୁଲବୁଲ, ୨୦୨୦ରେ ଅଫାନ୍‌, ୨୦୨୧ରେ ୟାସ, ଗୁଲାବ ଏବଂ ଜୱାଦ ଭଳି ବାତ୍ୟାର ହୋଇଥିଲା। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି ସମେତ ପଟ୍ଟାମୁଣ୍ଡାଇ, ରାଜକନିକା, ରାଜନଗର ଓ ମହାକାଳପଡ଼ାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା ପାଇଁ ଅନୁଦାନ ଆସି ବ୍ୟୟ କରାଯାଉଛି। ମାତ୍ର ତଟବନ୍ଧକୁ ଉଚ୍ଚା କରିବା, ଅଧିକ ହେନ୍ତାଳବଣ ସୃଷ୍ଟି କରିବା ଅଦ୍ୟାବଧି ସମ୍ଭବ ହୋଇନାହିଁ। ସାମୁଦ୍ରିକ ଝଡ଼ ଆସିଲେ ଜନଜୀବନ ବ୍ୟସ୍ତ ହୋଇପଡୁଛି। ବଙ୍ଗୋପସାଗରରେ ଅକ୍ଟୋବର ୨୦ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଚାଷୀକୁଳ ଭୟଭୀତ ଅବସ୍ଥାରେ ଅଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରାୟ ୧୨ହଜାର ହେକ୍ଟରରୁ ଊଦ୍ଧର୍‌ବ ଜମିରେ ଧାନ ଚାଷ ହୋଇଛି। ଯଦି ପବନ ଜୋରରେ ବହେ ତେବେ ସମସ୍ତ ଧାନ ଅଗାଡି ହୋଇଯିବାର ଆଶଙ୍କାରେ ଚାଷୀକୁଳ ଭୟଭୀତ ଅବସ୍ଥାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri