ଟଙ୍କା ପାଇବା ଆଶଙ୍କାରେ ଜମାକାରୀ

ଖୋର୍ଦ୍ଧା ଅଫିସ,୧୧ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ରାଉତପଡ଼ା ଶାଖାରେ ଶତାଧିକ ଗ୍ରାମବାସୀଙ୍କ ୧କୋଟି ୫୦ଲକ୍ଷ ସ୍ଥାୟୀ ଜମା ଓ ସଞ୍ଜୟ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା। ଏନେଇ ଜିଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆର୍ଥତ୍କ ଅନିୟମିତତାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ସୁପାରିସ କରିଛନ୍ତି। ଜିଲାପାଳ ହେଉଛନ୍ତି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି)ର ମୁଖ୍ୟ ପ୍ରଶାସକ। ତେବେ ଜମାକାରୀ ଟଙ୍କା ଫେରି ପାଇବା ନେଇ ଜିଲାପାଳ କୌଣସି ସ୍ପଷ୍ଟ ମତ ରଖିନାହାନ୍ତି। ଫଳରେ ଜମାକାରୀ ଟଙ୍କା ଫେରି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ହେଉଛି ବୁଣାକାର କାରିଗରଙ୍କ ଗ୍ରାମ। ଲୁଗା ବୁଣିଲେ ଗ୍ରାମବାସୀଙ୍କ ପରିବାର ଚଳେ। ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ ଉପାର୍ଜିତ ଧନକୁ ସ୍ଥାନୀୟ କେସିସିବି ଶାଖାରେ ରଖିଥିଲେ। ତେବେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କାକୁ କର୍ମଚାରୀଙ୍କ ସହ ମିଶି ଜଣେ ଅବସରପ୍ରାପ୍ତ ଅଧିକାରୀ ଚଳୁ କରିଦେଇଛନ୍ତି। ଏହି ଆର୍ଥତ୍କ ଅନିୟମିତତା ପଛରେ ଏକାଧିକଙ୍କ ହାତ ରହିଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ନିଜ ଉପରୁ ଦୋଷ ଖସାଇବାକୁ ଉଦ୍ୟମ ଚାଲିଛି। ତେବେ ଜଣେ ଅଧିକାରୀ ଉକ୍ତ ଶାଖାରୁ ଅବସର ଗ୍ରହଣ ପରେ କିପରି ଓ କାହା ପ୍ରୋତ୍ସାହନରେ ବ୍ୟାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ, ତାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଆର୍ଥତ୍କ ଅନିୟମିତା ଚାଲିଥିବା ବେଳେ କେସିସିବିର ଉପରିସ୍ଥ ଅଧିକାରୀମାନେ କିପରି କିଛି ଜାଣିପାରିଲେନି ତାହା ବିସ୍ମୟ ସୃଷ୍ଟି କରିଛି। ଘଟଣାକୁ ଚାପି ଦେବା ଲାଗି ଷଡ଼ଯନ୍ତ୍ର ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉପଯୁକ୍ତ ସମୟରେ ଆର୍ଥିକ ସମୀକ୍ଷା କରାଯାଇଥିଲେ, ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଅଭିଯୋଗ ପରେ କେସିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅନନ୍ତ ସାମଲ ବ୍ୟାଙ୍କକୁ ଯାଇ କାଗଜପତ୍ର ଅନୁଧ୍ୟାନ କରିଛନ୍ତି। ସିଇଓଙ୍କ ପ୍ରାଥମିକ ରିପୋର୍ଟ ଭିତ୍ତିରେ ଜିଲାପାଳ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜମାକାରୀ କିପରି ଟଙ୍କା ଫେରିପାଇବେ, ତାହା ଉପରେ ଅଦ୍ୟାବଧି ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ଜିଲାପାଳ କେହି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଉତପଡ଼ା ବ୍ୟାଙ୍କ ଶାଖାର ପୂର୍ବତନ ହିସାବ ରକ୍ଷକ ବୁଦ୍ଧିରାମ ଦାସ ଦୁଇବର୍ଷ ତଳେ ଅବସର ଗ୍ରହଣ ପରେ ମଧ୍ୟ ଏଠାରେ କାର୍ଯ୍ୟ କରୁଥିଲେ। ଫଳରେ ଲୋକଙ୍କ ବିଶ୍ୱାସଭାଜନ ହୋଇଥିଲେ। ଗ୍ରାମବାସୀଙ୍କ ଅନଭିଜ୍ଞତା କାରଣରୁ ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ସେ ସହଯୋଗ କରୁଥିଲେ। ତେବେ ଜମାକାରୀଙ୍କ ସରଳ ବିଶ୍ୱାସର ସୁଯୋଗ ନେଇ ସେ ସ୍ଥାୟୀ ଜମା ଓ ସଞ୍ଚୟ ଜମା ପ୍ରମାଣପତ୍ର ପ୍ରଭୃତି ନବୀକରଣ ଆଳରେ ବ୍ୟାଙ୍କ ଜାଲ୍‌ ପ୍ରମାଣପତ୍ର ଦେଇ ଓ ଜାଲ୍‌ ସ୍ବାକ୍ଷର କରି ୧.୫୦ କୋଟି ଟଙ୍କା ଆତ୍ମସାତ କରିଛନ୍ତି। ଦୁଇ ସପ୍ତାହ ତଳେ କେତେଜଣ ଗ୍ରାମବାସୀ ଜମାପୁଞ୍ଜିର ବିବରଣୀ ଜାଣିବାକୁ ଶାଖା କାର୍ଯ୍ୟାଳୟକୁ ଯାଇଥିବା ବେଳେ କୌଣସି ବିବରଣୀ ପାଇ ନ ଥିଲେ। ସେମାନେ ଏନେଇ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ପରେ ବିଭାଗ ପକ୍ଷରୁ ଅନୁସନ୍ଧାନ କରାଯିବାରୁ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଥିଲା। ଏହାସତ୍ତ୍ୱେ ସମ୍ପୃକ୍ତ କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଫଳରେ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଜମାକାରୀଙ୍କ ଟଙ୍କା ନ ଫେରାଇଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri