ଅମାନତ ରାଶି ଫେରାଉନାହାନ୍ତି ବିଡିଓ

କଟକ ସଦର,୨୨ା୫(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଞ୍ଚଳରେ ୨୦୦୯ ପରଠାରୁ କରାଯାଇଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ କାର୍ଯ୍ୟ ନିର୍ବାହୀ(ଶ୍ରମିକ ପ୍ରତିନିଧି)ମାନଙ୍କଠାରୁ ଅମାନତ ରାଶି ରଖାଯାଇଥିଲା। ଇତିମଧ୍ୟରେ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ ଟଙ୍କା ବ୍ଲକ ପ୍ରଶାସନ ଫେରସ୍ତ କରୁନାହିଁ ବୋଲି କଟକ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅମ୍ବର କରଙ୍କ ନିକଟରେ ଶନିବାର ଶ୍ରମିକ ପ୍ରତିନିଧିମାନେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ଅମାନତ ରାଶି ବାବଦକୁ କାଟି ରଖାଯାଇଥିବା ୫୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା କାହାର ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପଲ୍ଲୀସଭା ଦ୍ୱାରା ମନୋନୀତ ଶ୍ରମିକ ପ୍ରତିନିଧିମାନେ କରିଥିଲେ। ସେମାନେ ଚୁଡାନ୍ତ ବିଲ୍‌ ପଇଠ କରିବାବେଳେ ମୋଟ ବ୍ୟୟ ଅଟକଳର ୫ ପ୍ରତିଶତ ଅମାନତ ବାବଦକୁ ବ୍ଲକ କର୍ତ୍ତୃପକ୍ଷ କାଟି ରଖିଥିଲେ। ଅଡିଟ୍‌ ସରିବା ପରେ ମଧ୍ୟ ଉକ୍ତ ଟଙ୍କା ଶ୍ରମିକ ପ୍ରତିନିଧିମାନଙ୍କୁ ବିଡିଓ ଫେରସ୍ତ କରୁନାହାନ୍ତି। ଅନ୍ୟପକ୍ଷରେ ୨୦୧୩ରୁ ଅମାନତ ରାଶି କାଟିବା ବ୍ୟବସ୍ଥାକୁ ପଞ୍ଚାୟତିରାଜ ବିଭାଗ ଉଠାଇ ଦେଇଛି। ତଥାପି ଉକ୍ତ ବ୍ଲକ ଅଞ୍ଚଳରେ ଶ୍ରମିକ ପ୍ରତିନିଧିମାନଙ୍କଠାରୁ ଉନ୍ନୟନ କାର୍ଯ୍ୟ ବାବଦକୁ ଅମାନତ ରାଶି କାଟି ରଖାଯାଉଛି। ୨୦୧୮ରୁ ପଞ୍ଚାୟତ ଓ ବ୍ଲକ ପକ୍ଷରୁ ଉନ୍ନୟନ କାର୍ଯ୍ୟ ବିଭାଗୀୟ ତତ୍ତ୍ୱାବଧାନରେ କରାଯାଉଛି। ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ନାମରେ କାର୍ଯ୍ୟାଦେଶ ରହୁଥିବାରୁ ସେମାନଙ୍କ ଅମାନତ ରାଶିକୁ ଠିକ୍‌ ସମୟରେ ଫେରସ୍ତ କରି ଦିଆଯାଉଛି। ହେଲେ ଅତୀତରେ ଥିବା ଟଙ୍କା ବିଡିଓ କାହା ସ୍ବାର୍ଥରେ ଅଟକାଇ ରଖିଛନ୍ତି, ତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ କର ଅଭିଯୋଗପତ୍ରକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଡିଓଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି। ଅପରପକ୍ଷରେ ଅମାନତ ରାଶି ଫେରସ୍ତ ହୋଇ ନ ଥିବା କଥା ବିଡିଓ ରାଜୀବ ଲୋଚନ ପରିଡ଼ା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri