ଭୁବନେଶ୍ୱର,୩।୪(ବ୍ୟୁରୋ)- ରାଜ୍ୟ ବିକାଶରେ ଶିକ୍ଷକଙ୍କ ଭୂମିକା ସର୍ବାଧିକ ଥିବାବେଳେ ସେମାନଙ୍କୁ ଚୁକ୍ତିଭିିତ୍ତିକ କର୍ମଚାରୀଭାବେ ରଖି ଗଣଶିକ୍ଷା ବିଭାଗ ଅପମାନିତ କରୁଛି ବୋଲି ଓଡ଼ିଶା ଟିଚର୍ସ ଫେଡ଼େରେଶନ(ଓଟିଏଫ୍) ପକ୍ଷରୁ କୁହାଯାଇଛି। ରାଜ୍ୟରୁ ଚୁକ୍ତି ଭିିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ଘୋଷଣା ହୋଇଛି। ଘୋଷଣାକୁ ୬ ମାସ ବିତିଯାଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଚୁକ୍ତିଭିିତ୍ତିକ ମାଧ୍ୟମିକ ଶିକ୍ଷକଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ କରୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ପ୍ରାରମ୍ଭିକ ନିଯୁକ୍ତ ସରକାରୀ କର୍ମଚାରୀ ନିୟମିତ ହୋଇସାରିଲେଣି। ବାରମ୍ବାର ଆନ୍ଦୋଳନ, ଧାରଣା, ଅଭିଯୋଗ, ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ବି ବିଭାଗ ନିୟମିତ ନିର୍ଦ୍ଦେଶନାମା ବାହାର କରିବା ବଦଳରେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ବୋଲି ଓଟିଏଫ୍ ପକ୍ଷରୁ ପ୍ରଭାକର ଜୟସିଂହ, ଚିରଞ୍ଜନ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଶୀଘ୍ର ନିୟମିତ ଚିଠି ପ୍ରକାଶ କରା ନ ଗଲେ ଶିକ୍ଷକମାନେ ଶ୍ରେଣୀ ଶିକ୍ଷାଦାନ ବର୍ଜନ କରିବେ ବୋଲି ଓଟିଏଫ ଚେତାବନୀ ଦେଇଛି।
ଜଙ୍ଗଲରେ ଭୋଜି ମନା
ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…
ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ
କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…
Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…
ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…
ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା
ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…
ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ: ଏମିତି କହିଥିଲେ …
ଭୁବନେଶ୍ୱର,୨୧।୨: କିସ୍ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩…
ବିଦ୍ୟୁତ୍ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍ର ବିକ୍ଷୋଭ
ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…
ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…
ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।…
୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ
ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…
Archives

