Categories: ଜାତୀୟ

ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ମିଳିଲା ରାଷ୍ଟ୍ରୀୟ ଜଳ ପୁରସ୍କାର

ଦେଓଘର, ୧୨ା୧୧: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’ ପ୍ରଦାନ କରାଯାଇଛି। ଭର୍ଚୁଆଲ କାଯର୍ର୍‌ୟକ୍ରମ ମାଧ୍ୟମରେ ଜଳଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କାଟାରିଆଙ୍କଠାରୁ ସତ୍‌ସଙ୍ଗ ସଭାପତି ଡା. ଅଲୋକ କୁମାର ଚକ୍ରବର୍ତ୍ତୀ ଗୁରୁବାର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆବାସିକ ଜଳ ସଂରକ୍ଷଣର ସଫଳ ପରିଚାଳନା ସକାଶେ ଧାର୍ମିକ ଅନୁଷ୍ଠାନ ଭାବେ ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ୨୦୧୯ବର୍ଷ ପାଇଁ ପ୍ରଥମ ପୁରସ୍କାର ଲାଗି ଚୟନ କରାଯାଇଥିଲା। ସୂଚନାଯୋଗ୍ୟ,ବର୍ଷାଜଳ ସଂରକ୍ଷଣ ଲାଗି ସତ୍‌ସଙ୍ଗ ଆଶ୍ରମରେ ବହୁ ଗୃହର ଛାତ ଉପରେ ବ୍ୟବସ୍ଥା କରାଯାଇଛି। ଏହା ସହିତ ଉପଯୋଗ ହୋଇଥିବା ଜଳର ପୁନଃ ବ୍ୟବହାର ପ୍ରକ୍ରିୟା ମଧ୍ୟ ଏଠାରେ କରାଯାଉଥିବା ସହ-ସମ୍ପାଦକ ଶିବାନନ୍ଦ ପ୍ରସାଦ ପ୍ରକାଶ କରିଛନ୍ତି।

Share