ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍‌ ୟୁନିଭର୍ସ ୨୦୨୪ର ଓ୍ବିନର

ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ କଜେର୍‌ ଥିଲଭିଗ (Victoria Kjr Theilvig)। ପ୍ରଥମ ରନର୍‌ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା, ଦ୍ୱିତୀୟ ରନର୍‌ ଅପ ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ, ତୃତୀୟ ରନର୍‌ ଅପ ଥାଇଲ୍ୟାଣ୍ଡର ଓପମ୍‌ଲ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍‌ ଅପ ଭେନେଜୁଏଲର ଇଲିଆନା ମାର୍କେଜ ଥିଲେ। ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ମିସ ୟୁନିଭର୍ସ ୨୦୨୪ ର ଗ୍ରାଣ୍ଡ ଫିନାଲରେ ଭାରତର ରିୟା ସିଙ୍ଗା ମଧ୍ୟ ଅଂଶଗ୍ରହଣ କରିଥିଲେ, ଯିଏ ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିଲେ, କିନ୍ତୁ ଶ୍ରେଷ୍ଠ ୧୨ରେ ପ୍ରବେଶ କରିପାରି ନ ଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ୧୨୫ ଟି ଦେଶରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିଲେ। ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ଚଳିତ ବର୍ଷର ମିସ ୟୁନିଭର୍ସ ବିଜେତା ଭିକ୍ଟୋରିଆ କେଜର୍‌ ଥେଲଭିଗଙ୍କୁ ବିଜେତା ଭାବରେ ମୁକୁଟ ପିନ୍ଧାଇଥିଲେ।

ସୂଚନାଯୋଗ୍ୟ, ଏଥର ମିସ ୟୁନିଭର୍ସର ମୁକୁଟ ଅତ୍ୟନ୍ତ ସ୍ବତନ୍ତ୍ର, ଯାହାର ନାମ ‘ଲୁମିଏରେ ଦେ ଇନଫିନି’ ( Lumire de l’Infini) ରଖାଯାଇଛି। ଏହାର ଅର୍ଥ ଆଲୋକର ଅସୀମତା (Light of Infinity । ଏହି ମିସ ୟୁନିଭର୍ସ ମୁକୁଟ ମହିଳା ସଶକ୍ତିକରଣର ପ୍ରତିନିଧିତ୍ୱ କରେ ଏବଂ ଏହା ହୀରା ସହିତ ୨୩ ଟି ସୁବର୍ଣ୍ଣ ମୋତି ସହିତ ସୁସଜ୍ଜିତ। ସୂଚନା ଅନୁସାରେ ଏହି ସୁବର୍ଣ୍ଣ ମୋତି ଦକ୍ଷିଣ ସାଗର (Golden South Sea pearls) ରୁ ଅଣାଯାଇଛି ଏବଂ ପାରମ୍ପାରିକ କୌଶଳ ବ୍ୟବହାର କରି ଏହାକୁ ୨ ବର୍ଷ ମଧ୍ୟରେ ଫିଲିପାଇନ୍ସ କାରିଗରମାନେ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri