Categories: ଫୁରସତ

ଡେନିମ୍‌ ଶଟର୍‌ସ ଫ୍ୟାଶନ

ଖରାଦିନେ ଡେନିମ୍‌ ଶଟର୍‌ସର ଚାହିଦା ଖୁବ୍‌ ବଢିଯାଏ। କାରଣ
ଏହାକୁ ପିନ୍ଧିଲେ ଯେମିତି କମ୍ଫର୍ଟେବଲ୍‌ ଲାଗେ ସେମିତି ସ୍ମାର୍ଟ ଲୁକ୍‌ ବି ମିଳେ। ତା’ଛଡ଼ା ଏହା ସହିତ ଯେକୌଣସି ଟପ୍ସକୁ ମଧ୍ୟ ଆରାମରେ ପେୟାର୍‌ କରି ପିନ୍ଧି ହୁଏ। ତେବେ କେଉଁ ଟପ୍ସକୁ କେମିତି ପିନ୍ଧିଲେ ଡେନିମ୍‌ ଶଟର୍‌ସ ସହ ତାହା ପରଫେକ୍ଟ ମ୍ୟାଚ୍‌ କରିଥାଏ, ଜାଣନ୍ତୁ ସେ ସମ୍ପର୍କରେ…

ପେପ୍ଲମ୍‌ ଟପ୍ସ ଓ ଡେନିମ୍‌ ଶଟର୍‌ସ: କଳା ରଙ୍ଗର ସ୍ଲିଭ୍‌ଲେସ୍‌ ପେପ୍ଲମ୍‌ ଟପ୍ସ ସହ ଲାଇଟ୍‌ ବ୍ଲୁ କଲର୍‌ର ଡେନିମ୍‌ ଶଟର୍‌ସ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଏହା ସହିତ ମ୍ୟାଚିଂ ଫୁଟ୍‌ଓ୍ବେର୍‌ ପିନ୍ଧିଲେ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିଥାଏ। ଖରାଦିନେ କଳା ରଙ୍ଗର ଚଷମା ସହ ଏହି ଗେଟ୍‌ଅପ୍‌ ଯୁବତୀଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ।
ଫ୍ଲୋରାଲ୍‌ ଟପ୍ସ ଓ ଡେନିମ୍‌ ଶଟର୍‌ସ: ଖରାଦିନେ ଫ୍ଲୋରାଲ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ କୁଲ୍‌ ଲୁକ୍‌ ଦେଇଥାଏ। ଯୁବତୀ ଚାହିଁଲେ ଡେନିମ୍‌ ଶଟର୍‌ସ ସହ ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା ଟପ୍ସକୁ ପେୟାର୍‌ କରି ଆକର୍ଷଣୀୟ ସମର୍‌ ଲୁକ୍‌ ପାଇପାରିବେ। ତେବେ ଡେନିମ୍‌ ଶଟର୍‌ସ ସହ ସ୍ଲିଭ୍‌ ଲେସ୍‌ ହେଉ ଅବା ଫୁଲ୍‌ ସ୍ଲିଭ୍‌ ବାଲା ଫ୍ଲୋରାଲ୍‌ ଟପ୍ସ ବେଶ୍‌ ଭଲ ମାନିଥାଏ।
ଢିଲା ଶାର୍ଟ ଓ ଡେନିମ୍‌ ଶଟର୍‌ସ: ଡେନିମ୍‌ ଶଟର୍‌ସ ସହ ଶାର୍ଟର କମ୍ବିନେଶନ ବି ପରଫେକ୍ଟ ମ୍ୟାଚ୍‌ କରିଥାଏ। ଆଉ ଖରାଦିନେ ତ ଶାର୍ଟ ପିନ୍ଧିବାକୁ ବେଶ୍‌ କମ୍ଫର୍ଟେବଲ୍‌ ଲାଗେ। ତେଣୁ ଯୁବତୀ ଚାହିଁଲେ ଶଟର୍‌ସ ସହ ଢିଲା ଶାର୍ଟକୁ ପେୟାର କରି କମ୍ଫର୍ଟେବଲ୍‌ ଲୁକ୍‌ ପାଇପାରିବେ। ବିଶେଷକରି ଷ୍ଟ୍ରାଇପ୍‌ ପ୍ରିଣ୍ଟର ଶାର୍ଟ ଯୁବପିଢୀଙ୍କର ଖୁବ୍‌ ପସନ୍ଦ ହୋଇଥାଏ। ଆଉ ତାକୁ ମ୍ୟାଚ୍‌ କରି ପାଦରେ ସ୍ନିକର୍ସ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।
ଢିଲା ହାଫ୍‌ ସ୍ଲିଭ୍‌ ଟି-ଶାର୍ଟ ଓ ଡେନିମ୍‌ ଶଟର୍‌ସ: ଖରାଦିନେ ଟି-ଶାର୍ଟ ପିନ୍ଧିବା ଅନେକଙ୍କର ପସନ୍ଦ। ଖାସ୍‌ କରି ଟିକେ ଢିଲା ଟି-ଶାର୍ଟ ପିନ୍ଧିଲେ କମ୍ଫର୍ଟେବଲ୍‌ ଲାଗେ। ଆଉ ଡେନିମ୍‌ ଶଟର୍‌ସ ସହ ଏହାକୁ ପେୟାର କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ। ଖାସ୍‌ କରି ହାଫ୍‌ ସ୍ଲିଭ୍‌ ବାଲା ଢିଲା ଟି-ଶାର୍ଟ ଓ ଡେନିମ୍‌ ଶଟର୍‌ସର କମ୍ବିନେଶନ ବେଶ୍‌ ଭଲ ଦେଖାଯାଇଥାଏ।
ସ୍ରଗ୍‌ ଓ ଡେନିମ୍‌ ଶଟର୍‌ସ: କମ୍ଫର୍ଟେବଲ୍‌ ଲୁକ୍‌ ଦିଏ ସ୍ରଗ୍‌। ଆଉ ଶଟର୍‌ସ ସହ ସ୍ରଗ୍‌କୁ ପେୟାର୍‌ କଲେ କ୍ଲାସି ଲୁକ୍‌ ମିଳେ। ତେବେ ସ୍ରଗ୍‌ ଚୟନ କଲାବେଳେ ସବୁବେଳେ ଦେଖିବେ ଏହାର ଫ୍ୟାବ୍ରିକ୍‌ ଯେତେ ହାଲ୍‌କା ହୋଇଥିବ; ନ ହେଲେ ଖରାଦିନେ ପିନ୍ଧି ହେବ ନାହିଁ। ସେହିପରି ଫ୍ଲୋରାଲ୍‌ ପ୍ରିଣ୍ଟବାଲା ସ୍ରଗ୍‌ ହେଉ ଅବା ଲାଇଟ୍‌ କଲର୍‌ର ସ୍ରଗ୍‌ ବି ଡେନିମ୍‌ ଶଟର୍‌ସ ସହ ଭଲ ମାନିଥାଏ।

Share