ଡେନିମ୍‌ ଫ୍ୟାଶନ

ଡେନିମ୍‌ ଆଉଟ୍‌ଫିଟ୍‌ ଫ୍ୟାଶନ୍‌ ଓ୍ବାଲର୍‌ଡରେ କେବେ ଆଉଟ୍‌ ଡେଟେଡ଼୍‌ ହୋଇନାହିଁ। କାରଣ ଏହାକୁ ନେଇ ସବୁ ବେଳେ କିଛି ନା କିଛି ଲାଟେଷ୍ଟ ଏକ୍ସପେରିମେଣ୍ଟ ଚାଲିଥାଏ। ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ବେଶ୍‌ ଡିମାଣ୍ଡରେ ଥିବା ଡେନିମ୍‌ ଫ୍ୟାଶନ୍‌ ସମ୍ପର୍କରେ …

ଡବଲ୍‌ ଡେନିମ୍‌ ଆଉଟ୍‌ଫିଟ୍‌ ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଡେନିମ୍‌ ଜିନ୍ସ ସହ ଡିଜାଇନର ଡେନିମ୍‌ ଶାର୍ଟ, ଶାର୍ଟ ସହ ଡେନିମ୍‌ ଜ୍ୟାକେଟ୍‌, ଲଙ୍ଗ୍‌, ଶର୍ଟ ଡେନିମ୍‌ ସ୍କଟ ସହ ଡିଜାଇନର ଟପ୍ସ ଖୁବ୍‌ ଡିମାଣ୍ଡରେ ଅଛି। ମଝିରେ ମଝିରେ ଲୁକ୍‌ ଚେଞ୍ଜ ପାଇଁ ଅନେକେ ଏସବୁ ମିକ୍ସ ମ୍ୟାଚ୍‌ କରି ପିନ୍ଧୁଛନ୍ତି।
ଡେନିମ୍‌କୁ ଉଭୟ ଇଣ୍ଡିଆନ୍‌ ଏବଂ ଓ୍ବେଷ୍ଟର୍ନ ଡ୍ରେସ୍‌ରେ ବ୍ୟବହାର କରି ନୂଆ ନୂଆ ଡ୍ରେସ୍‌ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ଡେନିମ୍‌ ଉପରେ ବିଭିନ୍ନ ଏମ୍ବ୍ରୋଡରି ଓ୍ବାର୍କ କରାଯାଇ କୁର୍ତ୍ତୀ ଏବଂ ବ୍ଲାଉଜ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି; ଯାହା କି ଷ୍ଟାଇଲିସ୍‌ ଲାଗୁଛି।
ବର୍ତ୍ତମାନ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଅନେକେ ଡେନିମ୍‌ ଲଙ୍ଗ୍‌ ଶାର୍ଟ ବା ମିଡି ସହିତ ପତଳା ଲେଦର ବେଲ୍ଟ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ତେବେ ଡେନିମ୍‌ ଡଙ୍ଗେରୀ ଏବେ ଲାଟେଷ୍ଟ ଫ୍ୟାଶନ ପାଲଟିଥିବା ଦେଖିବାକୁ ମିଳୁଛି।
ସେହିପରି ଡେନିମ୍‌ ଜିନ୍ସରେ ପୁଣି ଥରେ ବେଲ୍‌ ବଟମ୍‌, ହାଇ ଓ୍ବେଷ୍ଟ, ବଏ ଫ୍ରେଣ୍ଡ ଜିନ୍ସ ଆଦି ବି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।
ବର୍ତ୍ତମାନ ଡେମିନ୍‌ର ଆଉଟ୍‌ଫିଟ୍‌ ସହ ଅନେକେ ମ୍ୟାଚିଂ ଡେମିନ୍‌ ଆସେସରିଜ୍‌ ଯଥା ଇୟରିଂ, ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌ ଓ ଚୁଡ଼ି, ଫୁଟ୍‌ଓ୍ବେର୍‌, ପର୍ସ, ବ୍ୟାଗ୍‌ ଏବଂ ମୋବାଇଲ୍‌ କଭର ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି; ଯାହା କି ଡେନିମ୍‌ ଫ୍ୟାଶନ୍‌କୁ ଅଧିକ ହାଇଲାଇଟ୍‌ କରୁଛି।
ଏସିଡ୍‌ ଓ୍ବାଶ୍‌ ଡେନିମ୍‌କୁ ବି ମର୍ଡ୍‌ନ ଏବଂ ଟେଣ୍ଡି ଲୁକ୍‌ ପାଇଁ ଅନେକେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।