ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗିନ

ଭୁବନେଶ୍ୱର,୧୬ା୯(ଅଭିଜିତ ଦାସ): ରାଜ୍ୟରେ ଡେଙ୍ଗୁ ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଜ୍ୱର ହେଲେ ଲୋକଙ୍କୁ ଡେଙ୍ଗୁ ଭୟ ଘାରୁଛି। ଘରେ ଘରେ ଜ୍ୱର ବ୍ୟାପୁଥିବାବେଳେ ଡାକ୍ତରଖାନାରେ ଭିଡ଼ ଜମୁଛି। ଟିକେଟ କାଉଣ୍ଟରଠାରୁ ଆରମ୍ଭ କରି ଡାକ୍ତରଙ୍କ ଚାମ୍ବର ଓ ଟେଷ୍ଟିଂ ସେଣ୍ଟରରେ ଜ୍ୱର ରୋଗୀଙ୍କ ଲମ୍ବା ଧାଡ଼ି ଲାଗୁଛି। ସ୍ଥିତି ଏପରି ହେଉଛି ଅଧିକାଂଶ ରୋଗୀ ଏତେ ସମୟ ଅପେକ୍ଷା ନ କରି କେବଳ ମେଡିସିନ୍‌ ଧରି ଘରକୁ ଫେରୁଥିବା ଦେଖିବାକୁ ମିଳୁଛି। ପୁଣି ଯେତିକି ନମୁନା ପରୀକ୍ଷା ହେଉଛି ସେଥିରୁ ଡେଙ୍ଗୁ ପଜିଟିଭ୍‌ ହାର ମଧ୍ୟ ବଢ଼ି ଚାଲିଛି। ଏଥିରୁ ଡେଙ୍ଗୁ ମୁକାବିଲା କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ଗ୍ରହଣ କାଟୁ କରୁ ନ ଥିବା ବାରି ହୋଇପଡୁଛି। ସ୍ଥିତି ନିୟନ୍ତ୍ରଣରେ ଥିବା ବିଭାଗ କହୁଥିବାବେଳେ ଇତିମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାର୍‌ କରିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଖୋର୍ଦ୍ଧା ଜିଲା ଡେଙ୍ଗୁ ହଟସ୍ପଟ୍‌ ପାଲଟିଥିବାବେଳେ ଏହା ତଳକୁ ଥିବା ପୁରୀ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି।
ଜନସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲାରେ ୧୪ ତାରିଖ ସୁଦ୍ଧା ୭୭,୦୦୧ ରକ୍ତ ନମୁନା ପରୀକ୍ଷଣ ହୋଇଥିବାବେଳେ ସେଥିରୁ ୬୦୬୮ ଡେଙ୍ଗୁ ପଜିଟିଭ ବାହାରିଛି। ଗତବର୍ଷ ୩ ହଜାର ୪୮୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ଏହି ସଂଖ୍ୟାରେ ୨ ଗୁଣା ବୃଦ୍ଧି ହୋଇଛି। ତେବେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨ ହଜାର ୬୦୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀ ଜିଲାରେ ୬୭୨, କଟକରେ ୫୫୭, ବାଲେଶ୍ୱରରେ ୫୬୨, ଜଗତସିଂହପୁରରେ ୩୦୮ ଓ ନୟାଗଡ ଜିଲାରେ ୨୨୪ ଡେଙ୍ଗୁ ରୋଗୀ ରହିଛନ୍ତି। ୧୦ଟି ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ତଳକୁ ଥିବାବେଳେ ବୌଦ୍ଧ ଜିଲାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଇତି ମଧ୍ୟରେ ପୁରୀ ଓ ବାଲେଶ୍ୱର ଜିଲାରେ କ୍ରମଶଃ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗଛି। ଅନ୍ୟପକ୍ଷରେ ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ନୟାପଲ୍ଲୀ, ଶହୀଦନଗର ଓ ଯୁନିଟ-୯ ଅଞ୍ଚଳରେ ଚିହ୍ନଟ ହୋଇଥିବାବେଳେ ଉଭୟ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେପରି ଦୃଢ଼ ଓ ସଫଳ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହେଉଛି। ଚଳିତବର୍ଷ ଜୁନ୍‌ରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଡେଙ୍ଗୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ମଧ୍ୟ ଆକ୍ରାନ୍ତଙ୍କ ଉପରେ ରୋକ୍‌ ଲାଗିପାରୁନାହିଁ। ସେହିପରି ପୂର୍ବରୁ ସେପ୍ଟେମ୍ବର ଯାଏ ସତର୍କତା ଜାରି କରାଯାଇଥିବାବେଳେ ଏବେ ବିଭାଗ ପକ୍ଷରୁ ଅକ୍ଟୋବର ଯାଏ ସଚେତନ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri