ଡେଙ୍ଗୁ: ହାଟ ଅଞ୍ଚଳ ହଟ୍‌ସ୍ପଟ୍‌

ଭୁବନେଶ୍ୱର,୨୫।୮:କୋଭିଡ୍‌ର ଭୟାବହତା ରାଜଧାନୀରୁ ଦୂର ହୋଇ ନ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସମସ୍ତ ୬୭ଟି ଓ୍ବାର୍ଡରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏପରିକି ବସ୍ତିରୁ କଲୋନୀ, କଲୋନୀରୁ ବିଧାୟକଙ୍କ ବାସଭବନ ପର୍ଯ୍ୟନ୍ତ ଡେଙ୍ଗୁ ତା’ର କାୟା ମେଲାଇଛି। ବିଭିନ୍ନ ହାଟଅଞ୍ଚଳରୁ ମଧ୍ୟ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ହାଟ ଅଞ୍ଚଳ ଏବେ ହଟ୍‌ସ୍ପଟ୍‌ ପାଲଟିଛି। ଇତିମଧ୍ୟରେ ସାରା ସହରର ସମସ୍ତ ଅଞ୍ଚଳକୁ ସଂକ୍ରମଣ ବ୍ୟାପିଯାଇଥିବାବେଳେ ସରକାରୀ ଭାବେ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହେଉଥିବା କୁହାଯାଉଛି। ସହରରେ ଏବେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨ହଜାର ନିକଟତର ହୋଇଛି। ହେଲେ ବେସରକାରୀ ଭାବେ ଏହିସଂଖ୍ୟା ଆହୁରି ଅଧିକ ହେବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ପ୍ରାଥମିକ ଭାବେ ଏହା ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଅଞ୍ଚଳର ଘରକୁ ଘର ଡେଙ୍ଗୁ ବ୍ୟାପିଥିଲା। ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ୟୁନିଟ୍‌-୪, ୟୁନିଟ୍‌-୯, ୟୁନିଟ-୬ ଓ ୫ ସମେତ ପୁରୁଣା ଭୁବନେଶ୍ୱର, ରସୁଲଗଡ଼, ବଡ଼ଗଡ଼, ଲକ୍ଷ୍ମୀସାଗର ଭଳି ଅଞ୍ଚଳରୁ ମଧ୍ୟ ବାହାରିଥିଲା। ଏବେ ଏହା ବିଭିନ୍ନ ଭିଆଇପି ଓ ହାଟ ଅଞ୍ଚଳରେ ଜଟିଳ ସ୍ଥିତି ସୃଷ୍ଟି କରିଛି। ବିଶେଷକରି ଓ୍ବାର୍ଡ ନଂ. ୩୬ ଅନ୍ତର୍ଗତ ବିଧାୟକ କଲୋନୀ ଓ ଭୌମନଗର ହାଟ (ୟୁନିଟ୍‌-୪ ମାଛ ମାର୍କେଟ) ଅଞ୍ଚଳରେ ଡେଙ୍ଗୁ ରୋଗ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ହାଟ ଅଞ୍ଚଳ ବର୍ତ୍ତମାନ ଡେଙ୍ଗୁ ମଶାଙ୍କ ଆବାସସ୍ଥଳୀ ପାଲଟିଛି। ଏହି ହାଟ ଚାରିପାଖେ ନାଳ ନର୍ଦ୍ଦମା ସମେତ ଦୀର୍ଘଦିନ ହେବ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ରହୁଛି। ଏପରିକି ଆର୍ବଜନା କୁଣ୍ଡ (ଡଷ୍ଟବିନ ପଏଣ୍ଟ) ଗୁଡିକ ସବୁଠାରୁ ଅପରିଷ୍କାର ହୋଇପଡିଛି। ଏହାଦ୍ୱାରା ହାଟର ପରିବେଶ ଦୂଷିତ ହେବା ସହ ଗତ ୧୫ ଦିନ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଏହି ଅଞ୍ଚଳରୁ ବାହାରିଛନ୍ତି। ଏ ସମସ୍ତ ଘଟଣା ପାଇଁ ବିଏମ୍‌ସିକୁ ଦାୟୀ କରି ବିରୋଧୀ ଭାଜପା ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛି। ଭାଜପାର ଅଭିଯୋଗ ଅନୁସାରେ ଡେଙ୍ଗୁ ରୋଗ ଆଉ ବସ୍ତି କିମ୍ବା ବିଏମ୍‌ସି କାର୍ଯ୍ୟାଳୟରେ ସୀମିତ ରହିନାହିଁ। ଏହା ବର୍ତ୍ତମାନ ବିଧାୟକଙ୍କ ବାସଭବନରେ ପଶିଛି। ଭୁବନେଶ୍ୱରର ଜଣେ ବିଧାୟକଙ୍କ ପିଏସ୍‌ ସମେତ ତାଙ୍କ କାର୍ଯ୍ୟାଳୟର ୩ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବେ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି।

ଶୋଇଛି ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗ

ରାଜଧାନୀରେ ଗତ ୨ବର୍ଷ ହେବ ପରିମଳ କ୍ଷେତ୍ରରେ ନାନା ଅବ୍ୟବସ୍ଥା ଲାଗି ରହିଛି। ସବୁଠାରୁ ବଡ କଥା ହେଉଛି କୋଭିଡ୍‌ ପଛରେ ଦୌଡୁଥିବା ବିଏମସି ଡେଙ୍ଗୁ ଖବରକୁ ପ୍ରଥମରୁ ଅଣଦେଖା କରିବାରୁ ସ୍ଥିତି ଏବେ ଜଟିଳ ହୋଇପଡିଛିା। ଅପରପକ୍ଷରେ ସହରର ପ୍ରମୁଖ ନାଳଗୁଡିକ ଜବରଦଖଲରେ ରହିଥିବାରୁ ଠିକ୍‌ ଭାବେ ଜଳ ନିଷ୍କାସନ ହୋଇନପାରି ଆର୍ବଜନା ସହ ମଇଳା ପାଣି ଦୀର୍ଘ ଦିନ ଧରି ଜମି ରହୁଛି। ବିଶେଷକରି ଜବରଦଖଲରେ ରହିଥିବା ବିଭିନ୍ନ ଅଞ୍ଚଳର କଲୋନୀ ନାଳ ଏବେ ଡେଙ୍ଗୁ ବଂଶ ବୃଦ୍ଧିର ପ୍ରମୁଖ ସ୍ଥାନ ପାଲଟିଛି। ଏ ସମ୍ପର୍କରେ ବିଏମ୍‌ସିକୁ ବହୁବାର ଅବଗତ କରାଯାଇଛି। ହେଲେ କାହା କଥା ନ ଶୁଣିବା ଓ ଏକଜିଦିଆ ନୀତି ଯୋଗୁ ବର୍ତ୍ତମାନ ସହରର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜିଲା ଭାଜପା ସଭାପତି ବାବୁ ସିଂ କହିଛନ୍ତି।

ବ୍ଲିଚିଂ ପଡୁନାହିଁ କି ମଶାଧୂଆଁ ଛଡ଼ାଯାଉ ନାହିଁ

ବିଏମସିର ସ୍ବାସ୍ଥ୍ୟ ବିଭାଗ ନିଦ୍ରାରେ ଶୋଇ ଡେଙ୍ଗୁ ନିରାକରଣ କରୁଥିବା ମନେ ହେଉଛି। ସହରର କୌଣସି ସ୍ଥାନରେ ଆବଶ୍ୟକତା ଅନୁସାରେ ବ୍ଲିଚିଂ ପଡୁନାହିଁ କି ନାଳନର୍ଦ୍ଦମାରେ ମଶା ତେଲ କିମ୍ବା ମଶା ଧୂଆଁ ଛଡ଼ାଯାଉନାହିଁ। ବିଏମସି ଏ ବାବଦକୁ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଥିଲେ ସୁଦ୍ଧା ସେ ସବୁ ସାମଗ୍ରୀ କୁଆଡେ ଯାଉଛି ବୋଲି ବସ୍ତି ମହାସଂଘର ସଭାପତି ଅଞ୍ଜନ ନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri