ଡେଙ୍ଗୁ: ହାଟ ଅଞ୍ଚଳ ହଟ୍‌ସ୍ପଟ୍‌

ଭୁବନେଶ୍ୱର,୨୫।୮:କୋଭିଡ୍‌ର ଭୟାବହତା ରାଜଧାନୀରୁ ଦୂର ହୋଇ ନ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସମସ୍ତ ୬୭ଟି ଓ୍ବାର୍ଡରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏପରିକି ବସ୍ତିରୁ କଲୋନୀ, କଲୋନୀରୁ ବିଧାୟକଙ୍କ ବାସଭବନ ପର୍ଯ୍ୟନ୍ତ ଡେଙ୍ଗୁ ତା’ର କାୟା ମେଲାଇଛି। ବିଭିନ୍ନ ହାଟଅଞ୍ଚଳରୁ ମଧ୍ୟ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ହାଟ ଅଞ୍ଚଳ ଏବେ ହଟ୍‌ସ୍ପଟ୍‌ ପାଲଟିଛି। ଇତିମଧ୍ୟରେ ସାରା ସହରର ସମସ୍ତ ଅଞ୍ଚଳକୁ ସଂକ୍ରମଣ ବ୍ୟାପିଯାଇଥିବାବେଳେ ସରକାରୀ ଭାବେ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହେଉଥିବା କୁହାଯାଉଛି। ସହରରେ ଏବେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨ହଜାର ନିକଟତର ହୋଇଛି। ହେଲେ ବେସରକାରୀ ଭାବେ ଏହିସଂଖ୍ୟା ଆହୁରି ଅଧିକ ହେବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ପ୍ରାଥମିକ ଭାବେ ଏହା ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଅଞ୍ଚଳର ଘରକୁ ଘର ଡେଙ୍ଗୁ ବ୍ୟାପିଥିଲା। ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ୟୁନିଟ୍‌-୪, ୟୁନିଟ୍‌-୯, ୟୁନିଟ-୬ ଓ ୫ ସମେତ ପୁରୁଣା ଭୁବନେଶ୍ୱର, ରସୁଲଗଡ଼, ବଡ଼ଗଡ଼, ଲକ୍ଷ୍ମୀସାଗର ଭଳି ଅଞ୍ଚଳରୁ ମଧ୍ୟ ବାହାରିଥିଲା। ଏବେ ଏହା ବିଭିନ୍ନ ଭିଆଇପି ଓ ହାଟ ଅଞ୍ଚଳରେ ଜଟିଳ ସ୍ଥିତି ସୃଷ୍ଟି କରିଛି। ବିଶେଷକରି ଓ୍ବାର୍ଡ ନଂ. ୩୬ ଅନ୍ତର୍ଗତ ବିଧାୟକ କଲୋନୀ ଓ ଭୌମନଗର ହାଟ (ୟୁନିଟ୍‌-୪ ମାଛ ମାର୍କେଟ) ଅଞ୍ଚଳରେ ଡେଙ୍ଗୁ ରୋଗ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ହାଟ ଅଞ୍ଚଳ ବର୍ତ୍ତମାନ ଡେଙ୍ଗୁ ମଶାଙ୍କ ଆବାସସ୍ଥଳୀ ପାଲଟିଛି। ଏହି ହାଟ ଚାରିପାଖେ ନାଳ ନର୍ଦ୍ଦମା ସମେତ ଦୀର୍ଘଦିନ ହେବ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ରହୁଛି। ଏପରିକି ଆର୍ବଜନା କୁଣ୍ଡ (ଡଷ୍ଟବିନ ପଏଣ୍ଟ) ଗୁଡିକ ସବୁଠାରୁ ଅପରିଷ୍କାର ହୋଇପଡିଛି। ଏହାଦ୍ୱାରା ହାଟର ପରିବେଶ ଦୂଷିତ ହେବା ସହ ଗତ ୧୫ ଦିନ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଏହି ଅଞ୍ଚଳରୁ ବାହାରିଛନ୍ତି। ଏ ସମସ୍ତ ଘଟଣା ପାଇଁ ବିଏମ୍‌ସିକୁ ଦାୟୀ କରି ବିରୋଧୀ ଭାଜପା ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛି। ଭାଜପାର ଅଭିଯୋଗ ଅନୁସାରେ ଡେଙ୍ଗୁ ରୋଗ ଆଉ ବସ୍ତି କିମ୍ବା ବିଏମ୍‌ସି କାର୍ଯ୍ୟାଳୟରେ ସୀମିତ ରହିନାହିଁ। ଏହା ବର୍ତ୍ତମାନ ବିଧାୟକଙ୍କ ବାସଭବନରେ ପଶିଛି। ଭୁବନେଶ୍ୱରର ଜଣେ ବିଧାୟକଙ୍କ ପିଏସ୍‌ ସମେତ ତାଙ୍କ କାର୍ଯ୍ୟାଳୟର ୩ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବେ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି।

ଶୋଇଛି ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗ

ରାଜଧାନୀରେ ଗତ ୨ବର୍ଷ ହେବ ପରିମଳ କ୍ଷେତ୍ରରେ ନାନା ଅବ୍ୟବସ୍ଥା ଲାଗି ରହିଛି। ସବୁଠାରୁ ବଡ କଥା ହେଉଛି କୋଭିଡ୍‌ ପଛରେ ଦୌଡୁଥିବା ବିଏମସି ଡେଙ୍ଗୁ ଖବରକୁ ପ୍ରଥମରୁ ଅଣଦେଖା କରିବାରୁ ସ୍ଥିତି ଏବେ ଜଟିଳ ହୋଇପଡିଛିା। ଅପରପକ୍ଷରେ ସହରର ପ୍ରମୁଖ ନାଳଗୁଡିକ ଜବରଦଖଲରେ ରହିଥିବାରୁ ଠିକ୍‌ ଭାବେ ଜଳ ନିଷ୍କାସନ ହୋଇନପାରି ଆର୍ବଜନା ସହ ମଇଳା ପାଣି ଦୀର୍ଘ ଦିନ ଧରି ଜମି ରହୁଛି। ବିଶେଷକରି ଜବରଦଖଲରେ ରହିଥିବା ବିଭିନ୍ନ ଅଞ୍ଚଳର କଲୋନୀ ନାଳ ଏବେ ଡେଙ୍ଗୁ ବଂଶ ବୃଦ୍ଧିର ପ୍ରମୁଖ ସ୍ଥାନ ପାଲଟିଛି। ଏ ସମ୍ପର୍କରେ ବିଏମ୍‌ସିକୁ ବହୁବାର ଅବଗତ କରାଯାଇଛି। ହେଲେ କାହା କଥା ନ ଶୁଣିବା ଓ ଏକଜିଦିଆ ନୀତି ଯୋଗୁ ବର୍ତ୍ତମାନ ସହରର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜିଲା ଭାଜପା ସଭାପତି ବାବୁ ସିଂ କହିଛନ୍ତି।

ବ୍ଲିଚିଂ ପଡୁନାହିଁ କି ମଶାଧୂଆଁ ଛଡ଼ାଯାଉ ନାହିଁ

ବିଏମସିର ସ୍ବାସ୍ଥ୍ୟ ବିଭାଗ ନିଦ୍ରାରେ ଶୋଇ ଡେଙ୍ଗୁ ନିରାକରଣ କରୁଥିବା ମନେ ହେଉଛି। ସହରର କୌଣସି ସ୍ଥାନରେ ଆବଶ୍ୟକତା ଅନୁସାରେ ବ୍ଲିଚିଂ ପଡୁନାହିଁ କି ନାଳନର୍ଦ୍ଦମାରେ ମଶା ତେଲ କିମ୍ବା ମଶା ଧୂଆଁ ଛଡ଼ାଯାଉନାହିଁ। ବିଏମସି ଏ ବାବଦକୁ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଥିଲେ ସୁଦ୍ଧା ସେ ସବୁ ସାମଗ୍ରୀ କୁଆଡେ ଯାଉଛି ବୋଲି ବସ୍ତି ମହାସଂଘର ସଭାପତି ଅଞ୍ଜନ ନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri