Categories: ଜାତୀୟ

ଜବଲପୁରରେ ବ୍ୟାପିଲା ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ: ଦେଢ଼ମାସରେ ୪୫ ଆକ୍ରାନ୍ତ ଚିହ୍ନଟ

ଜବଲପୁର,୨୦।୮: ମଧ୍ୟପ୍ରଦେଶରେ ହେଉଥିବା ଲଗାଣ ବର୍ଷା ଯୋଗୁ ଅନେକ ରୋଗ ବ୍ୟାପିବାରେ ଲାଗିଛି। ବର୍ଷା ଯୋଗୁ ଅନେକ ସ୍ଥାନରେ ପାଣି ଜମା ରହୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକେନଗୁନିଆ ଭଳି ରୋଗ ବ୍ୟାପୁଛି। ଗତ ଏକ ମାସ ମଧ୍ୟରେ ଜବଲପୁରରେ ଡେଙ୍ଗୁ ଏବଂ ଚିକେନଗୁନିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜବଲପୁରର ସମସ୍ତ ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ଏବଂ ଚିକେନଗୁନିଆ ରୋଗୀଙ୍କ ଭିଡ଼ ଜମିଛି। ଜାନୁଆରୀରୁ ଜୁନ ମାସ ଭିତରେ, ଯେଉଁଠି ୬୬ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚକେନଗୁନିଆ ରୋଗୀ ଚିହ୍ନଟ ହୋଇଥିଲେ। ସେଠାରେ ଜୁଲାଇ ମାସରୁ ଅଗଷ୍ଟ ମଧ୍ୟ ସପ୍ତାହ ସୁଦ୍ଧା ଅର୍ଥାତ୍‌ ଦେଢ଼ମାସ ଭିତରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାର ମୁଖ୍ୟ କାରଣ ମଧ୍ୟବର୍ତ୍ତୀ ବର୍ଷା ବୋଲି କୁହାଯାଉଛି।

Share