Categories: ଜାତୀୟ

ୟୁପିରେ ଡେଙ୍ଗୁ, ଭାଇରାଲ ଜ୍ୱରରେ ଗଲାଣି ୧୦୦ରୁ ଊର୍ଦ୍ଧ୍ୱ ଜୀବନ

ଲକ୍ଷ୍ନୌ,୩।୯: ଉତ୍ତର ପ୍ରଦେଶରେ ଡେଙ୍ଗୁ ଏବଂ ଭାଇରାଲ ଜ୍ୱରର ମାତ୍ରା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ଘଟିଲାଣି। କେବଳ ଫିରୋଜାବାଦରେ ଏପର୍ଯ୍ୟନ୍ତ ୭୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ମଥୁରାରେ ୧୭, ମୌନପୁରୀରେ ତିନି ଜଣ, କାସଗଞ୍ଜରେ ଦୁଇଜଣ ଡେଙ୍ଗୁ ଏବଂ ଭାଇରାଲର ଶିକାର ହୋଇଛନ୍ତି। ଅନ୍ୟପକ୍ଷରେ, ଗୋଣ୍ଡାରେ ପ୍ରତିଦିନ ତିନି ହଜାରରୁ ଅଧିକ ରୋଗୀ ସନ୍ଦେହ ଜନକ ଜ୍ୱରରେ ପୀଡିତ ଡାକ୍ତରଖାନାରେ ପହଞ୍ଚୁଛନ୍ତି। କାନପୁରରେ ଭାଇରାଲ ଜ୍ୱର ହେତୁ ସାତ ଦିନରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଗତ ଗୁରୁବାର ଚାରିଜଣ ନିରୀହ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ପିଏମସି ସାଲାଇର ଦାୟିତ୍ୱରେ ଥିବା ମେଡିକାଲ ଅଫିସର ଡକ୍ଟର ଗିରିଶ ଶ୍ରୀବାସ୍ତବ, ମେଡିକାଲ ଅଫିସର-ଡା ସୌରଭ ପ୍ରକାଶ ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡା ରୁଚି ଯାଦବଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଡିଏମ ଚନ୍ଦ୍ରଭାଇ ସିଂ ନିର୍ଦ୍ଦେଶ ଦେଇଛନ୍ତି।

 

Share