Categories: ଜାତୀୟ

ବାହାରେ ପ୍ରଦର୍ଶନ, ଭିତରେ ହଟ୍ଟଗୋଳ, ଲୋକ ସଭା-ରାଜ୍ୟ ସଭା ଅଚଳ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହ ଅଚଳ ହୋଇପଡ଼ିଛି। ବାହାରେ ବିରୋଧୀଙ୍କ ପକ୍ଷରୁ ପ୍ରଦର୍ଶନ ଆରମ୍ଭ କରାଯିବା ସହିତ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏବଂ ଅନ୍ୟ ଦଳର ନେତାମାନେ ଚାଷୀଙ୍କ ପ୍ରସଙ୍ଗରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଫଳରେ ଉଭୟ ଗୃହକୁ ଆରମ୍ଭରୁ ମୁଲତବୀ ରଖାଯାଇଛି।

ଅପରପକ୍ଷରେ, ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ କୃଷି ଆଇନକୁ ବିରୋଧ କରାଯାଇଥିଲା।

କଂଗ୍ରେସର ପ୍ରଦର୍ଶନର ପ୍ଲା କାର୍ଡ ଦେଖାଇ ପ୍ରତାପ ସିଂ ବାଜୱା ଏବଂ ମନୀଷ ତିୱାରୀ କହିଛନ୍ତି ଯେ ସଂସଦର କାର୍ଯ୍ୟ ଚାଲିବ ନାହିଁ। ଏଥିସହିତ ଭାଜପା କହିଛି ଯେ କୃଷକ ପ୍ରସଙ୍ଗରେ ବିରୋଧୀ ରାଜନୀତି କରିବା ଉଚିତ ନୁହେଁ। ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି। ଭାଜପା ଏମ୍‌ପି ହରନାଥ ଯାଦବ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳ କେବଳ ରାଜନୀତି କରୁଛନ୍ତି।

 

Share